କନକ ବ୍ୟୁରୋ: ବାତ୍ୟା ମୋନ୍ଥା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିଯୋଗୁ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହେବାର ମଧ୍ୟ ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି, କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଆସନ୍ତା ୩୦ ତାରିଖ ଯାଏ କଳିଙ୍ଗାଘାଟିକୁ ପ୍ରବେଶ ପାଇଁ ବାରଣ କରାଯାଇଛି । କଳିଙ୍ଗା ଘାଟି ପାର୍ଶ୍ୱରେ ଚାଲିଥିବା ମରାମତି କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ଏହା ସହିତ କାର୍ଯ୍ୟସ୍ଥଳରୁ ଶ୍ରମିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନେବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କୁହାଯାଇଛି ।
ଗତ ସେପ୍ଟେମ୍ବର ୧୬ ତାରିଖରେ ଧସିଯାଇଥିଲା କଳିଙ୍ଗା ଘାଟି । ଏଥର ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୁରା ବନ୍ଦ ହୋଇଯାଇଥିଲା । କଳିଙ୍ଗାଘାଟି ଗଞ୍ଜାମ ଆଉ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ପଡ଼ିଛି । ବିଜୟୱାଡ଼ା ଓ ରାଞ୍ଚି କରିଡ଼ର ହୋଇଥିବାରୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ଏହି ଘାଟି ରାସ୍ତା ଏବେ ପୂରା ବନ୍ଦ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ଏଭଳି ଅବସ୍ଥା ଦେଖାଦେଇଥିଲା । ଫଳରେ ଉଭୟ ପଟୁ ଗାଡ଼ି ମୋଟର ସବୁ ଅଟକି ରହିଥିଲା । ଓଡ଼ିଶାର ଏହି ବଡ଼ ଘାଟି ର ଉଭୟ ପାର୍ଶ୍ଵରେ ପଥର ପ୍ୟାକିଂ କାମ କରିବା ଦାୟିତ୍ଵ ଦିଲ୍ଲୀର ଏକ ସଂସ୍ଥା ନେଇଥିଲା । କିନ୍ତୁ ଅତ୍ୟନ୍ତ ତରବରିଆ ଭାବେ କାମ କରୁଥିବା ବେଳେ ଜୁନ୍ ମାସରେ ବି ଏଠାରେ ପଥର ଧସିଥିଲା । ଏପରିକି ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକ ବି ଘଟଣା ସ୍ଥଳ କୁ ଯାଇ ସେମାନଙ୍କୁ ଭଲ କାମ କରିବା ପାଇଁ ତାଗିଦ୍ କରିଥିଲେ । କିନ୍ତୁ ଅବସ୍ଥା ରେ କିଛି ପରିବର୍ତ୍ତନ ହୋଇନଥିଲା ।
ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୁନର୍ବାର ସପ୍ଟେମ୍ବର ୨୨ ତାରିଖରେ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଅଘଟଣ ଘଟିଥିଲା । ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଖସି ପଡ଼ିଥିଲା ପଥର । ପ୍ରବଳ ବର୍ଷା ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଛି । ଗତ ସପ୍ତାହରେ ଭୂସ୍ଖଳନ ପରେ ଏଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଘାଟିରେ ଭୂସ୍ଖଳନ ପରେ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିଲା । ପୁଣିଥରେ ପାହାଡ଼ରୁ ପ୍ରବଳ ବର୍ଷା ପାଣି ମାଡ଼ି ଆସିବାରୁ ମରାମତି କାମ ଧୋଇଯାଇଥିଲା । ନିର୍ମାଣ ପାଇଁ ବ୍ୟବହାର ହେଉଥିବା ପଥର, ବାଲି ଓ ଗୋଡ଼ି ଭାସି ଯାଇଛି ।
ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଓଡ଼ିଶାର ଏହି ବଡ଼ ଘାଟିର ଉଭୟ ପାର୍ଶ୍ଵରେ ପଥର ପ୍ୟାକିଂ କାମ କରିବା ଦାୟିତ୍ଵ ଦିଲ୍ଲୀର ଏକ ସଂସ୍ଥା ନେଇଥିଲା । କିନ୍ତୁ ଅତ୍ୟନ୍ତ ତରବରିଆ ଭାବେ କାମ କରୁଥିବା ବେଳେ କିଛି ମାସ ତଳେ ବି ଏଠାରେ ପଥର ଧସିଥିଲା । ଏପରିକି ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକ ବି ଘଟଣା ସ୍ଥଳକୁ ଯାଇ ସେମାନଙ୍କୁ ଭଲ କାମ କରିବା ପାଇଁ ତାଗିଦ କରିଥିଲେ । କିନ୍ତୁ ସ୍ଥିତିରେ କିଛି ପରିବର୍ତ୍ତନ ହୋଇନି । ଏବେ ଠିକ୍ ଦୁଇ ମାସ ପରେ ପୁଣି ବଡ଼ ଧରଣର ଭୂସ୍ଖଳନ ଘଟି ପୂରା ଘାଟି ରାସ୍ତାକୁ ଠପ୍ କରି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/27/14-kalinga-ghati-2025-10-27-10-07-04.jpg)