କନକ ବ୍ୟୁରୋ : ଆରମ୍ଭ ହୋଇଛି ବାତ୍ୟା ମୋନ୍ଥାର କ୍ଷୟକ୍ଷତି ଆକଳନ। ଖୁବଶୀଘ୍ର ମିଳିବ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି । ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ଏବେ ଅମଳ ସମୟ ଥିବାରୁ କପା ଏବଂ ଧାନ ଚାଷର କ୍ଷୟକ୍ଷତି ହୋଇଛି , କିଛି କିଛି ଜାଗାରେ ଘର ଭାଙ୍ଗିଛି । ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଜିଲ୍ଲାରେ କ୍ଷୟକ୍ଷତି ହୋଇନାହିଁ, ସେ ଜିଲ୍ଲାରୁ ରାଜସ୍ୱ ଅଧିକାରୀଙ୍କୁ ଆକଳନ ପାଇଁ ନିୟୋଜିତ କରାଯିବ । ଭୁସ୍ଖଳନ ବର୍ତ୍ତମାନ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଲାଗି ପଥର ଖସୁଛି । ପଥର ଖସିବାରେ ସବୁଠୁ ସମ୍ବେଦନଶୀଳ ଜିଲ୍ଲା ହେଉଛି ଗଜପତି ଜିଲ୍ଲା। ତେଣୁ ତୁରନ୍ତ ରାସ୍ତାଘାଟ ମରାମତି ସହ କ୍ଷତିଗ୍ରସ୍ତଙ୍କୁ ସରକାର ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।
ବାତ୍ୟା ପ୍ରଭାବରେ ଜାରି ରହିଥିବା ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ପାଣିରୁ କିଭଳି ଧାନ ଅମଳ ହେବ ତାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ବାତ୍ୟା ଛାଡ଼ିଗଲା, କ୍ଷତ ଛାଡ଼ିଗଲା । ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଫସଲ ନଷ୍ଟର ଚିତ୍ର । ପଶ୍ଚିମରୁ ଦକ୍ଷିଣ ଓ ଉତ୍ତରରୁ ଉପକୂଳ ଓଡ଼ିଶା, ସବୁଆଡ଼େ ପ୍ରଭାବିତ ହୋଇଛି ଧାନ ଚାଷ । ତିନି ଦିନର ଲଗାଣ ବର୍ଷାରେ ବ୍ୟାପକ କ୍ଷତି ହୋଇଛି । ଉଜୁଡ଼ା ଧାନ ବିଲକୁ ଦେଖି ଚାଷୀ ଚନ୍ତାରେ ପଡ଼ଛି ।
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବି ବ୍ୟାପକ ଫସଲ ନଷ୍ଟ ହୋଇଛି । ଅମଳ ସମୟରେ ବର୍ଷା ପବନ ଚାଷୀଙ୍କୁ ଦୁଃଖ ଦେଇଛି । ଏକର ଏକର ଜମିରେ ପାଣି ଜମି ରହିଛି । ଆଉ ପାଣିରେ ଶୋଇଛି ପାଚିଲା ଧାନ । ସେହିପରି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଓ ଭୋଗରାଇରେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିଛି । କୋକସରା ବ୍ଳକରେ ଖରିଫ ଧାନ ୧୯ ହଜାର ୨୩୪ ହେକ୍ଟର ଚାଷ ଜମିରେ ହୋଇଥିଲା । ବାତ୍ୟା ଭୟରେ ଚାଷୀମାନେ ତରତର ହୋଇ ଧାନ କାଟିନେଇଥିଲେ । କିଛି ବିଲରେ ରହିଥିଲା , ସେସବୁ ଏବେ ନଷ୍ଟ ହେବା ଉପରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/30/suresh-pujari-2025-10-30-15-10-17.jpg)