କନକ ବ୍ୟୁରୋ : ବାତ୍ୟା ପ୍ରଭାବରେ ଦୁଇ ଦିନ ଧରି ଜାରି ରହିଥିବା ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ପାଣିରୁ କିଭଳି ଧାନ ଅମଳ ହେବ ତାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ବାତ୍ୟା ଛାଡ଼ିଗଲା, କ୍ଷତ ଛାଡ଼ିଗଲା । ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଫସଲ ନଷ୍ଟର ଚିତ୍ର । ପଶ୍ଚିମରୁ ଦକ୍ଷିଣ ଓ ଉତ୍ତରରୁ ଉପକୂଳ ଓଡ଼ିଶା, ସବୁଆଡ଼େ ପ୍ରଭାବିତ ହୋଇଛି ଧାନ ଚାଷ । ତିନି ଦିନର ଲଗାଣ ବର୍ଷାରେ ବ୍ୟାପକ କ୍ଷତି ହୋଇଛି । ଉଜୁଡ଼ା ଧାନ ବିଲକୁ ଦେଖି ଚାଷୀ ଚନ୍ତାରେ ପଡ଼ଛି । ପାଣିରେ ଶୋଇଛି ସୁନାର ଫସଲ । ବର୍ଷା ଛାଡିବା ପରେ ଧାନ ଜମିକୁ ଦେଖି ଭାଙ୍ଗିପଡ଼ିଛନ୍ତି ଦିବ୍ୟାଙ୍ଗ ଚାଷୀ । ଚାଲିବାକୁ ବଳ ନାହିଁ, ଆଶା ବାଡ଼ି ସାହାଯ୍ୟରେ ଜମିରେ ପହଞ୍ଚିଥିଲେ ଗଂଜାମ ଧରାକୋଟ ବ୍ଳକ ଓଳମ୍ବା ଗାଁର କବିରାଜ ସାହୁ । ଆଉ ଆଖି ଆଗରେ ବର୍ଷକର ଆହାର ପାଣିରେ ବୁଡ଼ିଥିବା ଦେଖି ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ।
ବାତ୍ୟା ମୋନ୍ଥା ପ୍ରଭାବରେ ଅଶାନ୍ତ ଚିଲିକା ; କୂଳରେ ଡଙ୍ଗା ଭିତରେ ଆଶ୍ରୟ ନେଇଛନ୍ତି ମତ୍ସ୍ୟଜୀବୀ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ବି ବ୍ୟାପକ ଫସଲ ନଷ୍ଟ ହୋଇଛି । ଅମଳ ସମୟରେ ବର୍ଷା ପବନ ଚାଷୀଙ୍କୁ ଦୁଃଖ ଦେଇଛି । ଏକର ଏକର ଜମିରେ ପାଣି ଜମି ରହିଛି । ଆଉ ପାଣିରେ ଶୋଇଛି ପାଚିଲା ଧାନ । ସେହିପରି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଓ ଭୋଗରାଇରେ ବାତ୍ୟା ପ୍ରଭାବ ଦେଖିବାକୁ ମିଳିଛି । କୋକସରା ବ୍ଳକରେ ଖରିଫ ଧାନ ୧୯ ହଜାର ୨୩୪ ହେକ୍ଟର ଚାଷ ଜମିରେ ହୋଇଥିଲା । ବାତ୍ୟା ଭୟରେ ଚାଷୀମାନେ ତରତର ହୋଇ ଧାନ କାଟିନେଇଥିଲେ । କିଛି ବିଲରେ ରହିଥିଲା । ସେସବୁ ଏବେ ନଷ୍ଟ ହେବା ଉପରେ ।
ବାତ୍ୟା ମୋନ୍ଥାର ପ୍ରଭାବ: ଭୁବନେଶ୍ୱରକୁ ଢାଙ୍କିଦେଲା କଳା ମେଘ ବାଦଲ
ଏମିତି ଦୁଇ ତିନି ଦିନ ପାଣିରେ ଧାନ ପଡ଼ିରହିଲେ ପାଚିଲା ଧାନ ଗଜା ହେବାର ସମ୍ଭାବନା ରହିଛି । କଞ୍ଚା ଧାନ ଗଛ ସଢ଼ି ଯିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ମୋନ୍ଥା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି । ଗଜପତି ଜିଲ୍ଲାର ମୋହନା, ମାଲକାନଗିରି ଓ ଖଲ୍ଲିକୋଟରେ ଚାଷୀଙ୍କ ସ୍ୱପ୍ନ ଏବେ ପାଣିରେ ଭାସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/farmer-2025-10-29-17-57-37.jpg)