ଉପକୂଳରୁ ଉପାନ୍ତ ଜାଲ ବିଛାଇଛନ୍ତି ସାଇବର ଠକ : ଟାର୍ଗେଟ୍‌ରେ ଥିଲେ ବଡ଼ବଡ଼ିଆ

ରାଜ୍ୟରେ ବଢିଚାଲିଛି ସାଇବର ଠକେଇ ।  ବିଶେଷ କରି ବରିଷ୍ଠ ନାଗରିକ ମାନେ ଏହାର ବେଶି ଶିକାର ହେଉଛନ୍ତି

cyberfraud

Photograph: (kanaknews)

କନକବ୍ୟୁରୋ :  ରାଜ୍ୟରେ ବଢିଚାଲିଛି ସାଇବର ଠକେଇ ।  ବିଶେଷ କରି ବରିଷ୍ଠ ନାଗରିକ ମାନେ ଏହାର ବେଶି ଶିକାର ହେଉଛନ୍ତି  । ସେମାନେ କିଭଳି ଏଥିରୁ ବର୍ତ୍ତିବେ ,  ସେନେଇ ‘ସିଲଭର ଏଜ୍’ ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଛି ସଚେତନତା ଶିବିର । 

ଅଧିକ ପଢନ୍ତୁ... ରାତି ପାହିଲେ ଓଡ଼ିଶାକୁ ପୁଞ୍ଜିନିବେଶର ସୁଅ : ସେପଟେ ରାଜ୍ୟରେ ବଢୁଛି ବନ୍ଧୁକ ବେପାର

ସାଇବର ଅପରାଧୀଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ ।  ଆଖି  ପିଛୁଳାକେ ଗୋଟିଏ ଫୋନ୍ କଲରେ ଖାଲି କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ ।  ଜୀବନ ସାରାର ଉପାର୍ଜିତ ଧନ କେଇ ସେକେଣ୍ଡରେ ହୋଇଯାଉଛି ଗାଏବ୍ । ଏଇ ଯେମିତି ଭୁବନେଶ୍ବରର ଦୁର୍ଗା ନାୟକ ।  ନିକଟରେ ତାଙ୍କ ଝିଅଙ୍କ ନାଁରେ  ଏକ ଫେକ୍ ଆକାଉଣ୍ଟ ଖୋଲି ସମ୍ପର୍କୀୟଙ୍କୁ ଆର୍ଥିକ ସହାୟତା ମାଗିଥିଲେ ସାଇବର ଠକ ।   ଭିନ୍ନ ଭିନ୍ନ ସମ୍ପର୍କୀୟ ଲକ୍ଷାଧିକ ଟଙ୍କା ସାଇବର ଅପରାଧୀଙ୍କ ଆକାଉଣ୍ଟକୁ ପଠାଇଥିଲେ ।  ଏକଥାକୁ ଅତି ଦୁଃଖର ସହ କହିଛନ୍ତି ଦୁର୍ଗା ମ୍ୟାଡାମ୍ । 

ଅଧିକ ପଢନ୍ତୁ... ରାଉରକେଲାରେ ନରହନ୍ତା ହାତୀ ଆତଙ୍କ : ସହର ଭିତରେ ଖୁଲମ୍ ଖୁଲା ବୁଲୁଛି ହାତୀ

ବିଭିନ୍ନ ଢଙ୍ଗରେ ଲୁଟୁଛନ୍ତି ସାଇବର ଠକ ।   ଅତି ସହଜରେ ଡିଜିଟାଲ ଆରେଷ୍ଟର ଶିକାର ହେଉଛନ୍ତି ବରିଷ୍ଠ ନାଗରିକ ।  ସେମାନେ କିଭଳି ସଚେତନ ହେବେ ,  ସେଥିପାଇଁ ପ୍ରୟାସ କରିଛି ସିଲଭର୍ ଏଜ୍ ଫାଉଣ୍ଡେସନ  ।   

ଶହେରୁ ଅଧିକ ବରିଷ୍ଠ ନାଗରିକଙ୍କୁ ନେଇ ଏକ ସଚେତନତା କର୍ମଶାଳା  ଭୁବନେଶ୍ବରରେ ଆୟୋଜିତ ହୋଇଛି ।  ଫିସିଂ କଲ, ୟୁପିଆଇ ସ୍କାମ୍‌, ପରିଚୟ ଚୋରି ଏବଂ ନକଲି ଗ୍ରାହକ-ସୂତ୍ର ଠକେଇକୁ ଚିହ୍ନଟ କରିବାରେ ସାହାଯ୍ୟ କରିବା  ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।  ତଥ୍ୟ ଅନୁସାରେ, ପ୍ରତିଦିନ ଦେଶରେ ପ୍ରାୟ ୭ ହଜାର ଲୋକ ସାଇବର ଅପରାଧର ଶିକାର ହେଉଛନ୍ତି। ଯେଉଁଥିରେ ୭୦ ପ୍ରତିଶତ ହେଉଛନ୍ତି ବରିଷ୍ଠ ନାଗରିକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe