କନକବ୍ୟୁରୋ :   ଚିନ୍ତା ବଢାଇଲାଣି ବେଆଇନ୍ ବନ୍ଧୁକ କାରବାର ।  ଆଜି ଭୁବନେଶ୍ବରରୁ ୨ ଜଣ ବିହାରୀ ବନ୍ଧୁକ ବେପାରୀଙ୍କୁ ଧରିଛି କମିଶନରେଟ୍ ପୁଲିସ ।  ସେମାନଙ୍କ ନିକଟରୁ ଗୋଟିଏ କାରବାଇନ୍ ଓ ୫ଟି ପିସ୍ତଲ ଜବତ ହୋଇଛି ।  ସେପଟେ ମୟୂରଭଞ୍ଜ ଜିଲ୍ଲାରେ ବଢ଼ୁଛି ବେଆଇନ ବନ୍ଧୁକ କାରବାର ।  ଜିଲ୍ଲାରେ କିଛି ମାସ ମଧ୍ୟରେ ଘଟିଥିବା ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କଠାରୁ ବିପୁଳ ବନ୍ଧୁକ ଜବତ କରିଛି ପୁଲିସ ।

Advertisment

ଅଧିକ ପଢନ୍ତୁ... ଭକ୍ତଙ୍କ ଗଡ଼ରେ ଉଠିଲାନି ହାତ , ଅର୍ଥାଭାବ ନା ଦୁର୍ବଳ ରଣନୀତି ?

ଓଡ଼ିଶାକୁ କେଉଁଠୁ ଆସୁଛି ବେଆଇନ୍ ବନ୍ଧୁକ, ତା’ର ଚେର ଖୋଜିବା ପାଇଁ ଜାଲ ବିଛାଇଥିଲା କମିଶନରେଟ୍ ପୁଲିସ । ମାସେ ତଳେ ଭୁବନେଶ୍ବରରୁ ଧରାପଡିଥିବା ଜଣେ ବ୍ୟବସାୟୀଙ୍କ ତଥ୍ୟ ଆଧାରରେ ବିହାରର ୨ ଜଣ ବନ୍ଧୁକ ବେପାରୀଙ୍କ ସହ ଡିଲ୍ କରିଥିଲା ପୋଲିସ  । ଟଙ୍କା ମଧ୍ୟ ଡିଲ୍ ହୋଇଥିଲା ।  ଦୁଇ ବେପାରୀ ଦିବ୍ୟାଂଶୁ କୁମାର ଓ ଚନ୍ଦନ କୁମାର ବନ୍ଧୁକ ନେଇ ଭୁବନେଶ୍ବର ଆସିଥିବା ବେଳେ ମାଡ଼ି ବସିଥିଲା ପୁଲିସ୍ ।  ସେମାନଙ୍କ ନିକଟରୁ ଗୋଟିଏ କାରବାଇନ, ୫ଟି ପିସ୍ତଲ ଓ ୯ଟି ଅଫୁଟା ଗୁଳି ଜବତ ହୋଇଛି ।  ବିହାରର ମୁଙ୍ଗେର ପର୍ଯ୍ୟନ୍ତ ବନ୍ଧୁକ କାରବାରର ଚେର ଲମ୍ବିଥିବା ପୁଲିସ୍  କମିଶନର ସୂଚନା ଦେଇଛନ୍ତି । 

ଅଧିକ ପଢନ୍ତୁ.... ୫୦ ବର୍ଷ ହୋଇଯିବ ମଣିଷ ଜୀବନ! ଚୀନ୍ ତିଆରି କରୁଛି ଔଷଧ

ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବଢିଚାଲିଛି ବେଆଇନ ବନ୍ଧୁକ କାରବାର । ଜିଲ୍ଲାରେ ଗତ କିଛି ମାସ ମଧ୍ୟରେ ଘଟିଥିବା ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କଠାରୁ ବିପୁଳ ବନ୍ଧୁକ ଜବତ କରିଛି ପୁଲିସ ।  ବାଙ୍ଗିରିପୋଷି ଅଞ୍ଚଳରେ ଲୁଟ୍‌ କରିଥିବା ଝାଡ଼ଖଣ୍ଡ ଅପରାଧୀଙ୍କଠାରୁ ବନ୍ଧୁକ ଜବତ ,  ଗତ ଅକ୍ଟୋବର ୧୯ ରେ ମାଙ୍କଡ଼ପାଲ ଗାଁରେ ଶିକ୍ଷକଙ୍କୁ ଗୁଳିମାଡ଼ । 

ଏପ୍ରିଲରେ ବାରିପଦା ଟାଉନ ଶୂନଗାଡ଼ିଆ ଅଞ୍ଚଳରେ ଗୁଳିକାଣ୍ଡ
୨ ଦିନ ତଳେ ରାଇରଙ୍ଗପୁର ଅଞ୍ଚଳରେ ଚାଷୀଙ୍କୁ ଗୁଳିମାଡ଼ , ଏସବୁ ଘଟଣାରେ ବ୍ୟବହାର ହୋଇଥିବା ବନ୍ଧୁକ ଅପରାଧୀଙ୍କ ପାଖକୁ ଆସୁଛି କେଉଁଠୁ? କିଏ ଯୋଗାଉଛି ଏହି ବେଆଇନ୍ ବନ୍ଧୁକ ? ପୂର୍ବରୁ କଟକର ଧଳସାମନ୍ତ ବ୍ରଦର୍ସଙ୍କ ନିକଟରୁ କାରବାଇନ୍ ଜବତ ହୋଇଥିଲା । ଏବେ ବିହାରର ୨ ବନ୍ଧୁକ ବେପାରୀଙ୍କଠାରୁ ପୁଣି କାରବାଇନ୍ ଜବତ ହୋଇଛି ।