କନକବ୍ୟୁରୋ : ଭୟରେ ରାଉରକେଲାବାସୀ ।  ସ୍ମାର୍ଟ ସିଟି ରାଉରକେଲାରେ ନରହନ୍ତା ହାତୀ ଆତଙ୍କ ।   ଖୁଲମ୍ ଖୁଲା ସହର ଭିତରେ ବୁଲୁଛି ହାତୀ ।   ଯୁଆଡ଼େ ଇଚ୍ଛା ସିଆଡ଼େ ପଶୁଛି, ଉତ୍ପାତ ମଚାଉଛି ନରହନ୍ତା ହାତୀ ।  ସିସିଟିଭିରେ କଏଦ ହୋଇଛି ହାତୀ ଆତଙ୍କର ଦୃଶ୍ୟ। ହାତୀ ପାଇଁ ଆତଙ୍କ ଓ ଭୟରେ ସହରବାସୀ। ସନ୍ଧ୍ୟା ହେଲେ ସହର ସାରା ଶୂନଶାନ ।  କେତେବେଳେ ନରହନ୍ତା ହାତୀ ଆସିଯିବ, ତାକୁ ନେଇ ମନ ଭିତରେ ଲାଗି ରହୁଛି ଡର ।  ଗତ ମଙ୍ଗଳବାର ଦିନ ସହରର ବ୍ୟସ୍ତବହୁଳ କୋଏଲ ନଗର ଭିତରେ ପଶି ପୂର୍ଣ୍ଣିମା ଦସ୍ତିଆ ନାମକ ଜଣେ ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିବା ପରେ ଏବେ ସହରରେ ଲାଗି ରହିଛି ହାତୀକୁ ନେଇ ଆତଙ୍କ  ।  

Advertisment

ଅଧିକ ପଢନ୍ତୁ... ବିଜେଡି ହାରିଲା ନୂଆପଡ଼ା ବାଜି; ଶ୍ରୀମୟୀଙ୍କ ସହ ସ୍ବର ମିଳାଇ କଟାକ୍ଷ କଲେ ଏଲିନା

ଏଭଳି ସହର ଭିତରେ ପଶି ହାତୀ ସହରବାସୀଙ୍କ ଜୀବନ ନେଇଯିବା ଘଟଣା ନୂଆ  ।   ତେବେ କାହିଁକି ଧନ ଜୀବନକୁ ସୁରକ୍ଷା ଦେବାରେ ଫେଲ୍‌ ମାରିଛି ବନ ବିଭାଗ ?  ସେ ପ୍ରଶ୍ନର ଉତ୍ତର କିନ୍ତୁ କେହି ଦେଉନାହାନ୍ତି ।   ସହର ଭିତରକୁ ହାତୀ ପଶିଯିବା ପରେ ହାତୀକୁ ଘଉଡାଇବାକୁ କିନ୍ତୁ ଉଦ୍ୟମ ଜାରି ରଖିଛି ବନ ବିଭାଗ । ଗତ ପାଞ୍ଚ ବର୍ଷର ତଥ୍ୟ ଉପରେ ଯଦି ନଜର ପକାଇବା ତା’ହେଲେ ଗତ ପାଞ୍ଚ ବର୍ଷରେ ହାତୀ ଆକ୍ରମଣରେ ୧୬ ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି  ।  

ଅଧିକ ପଢନ୍ତୁ.... ଭେଣ୍ଟିଲେଟରରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର

ତେବେ ଏଠି ପ୍ରଶ୍ନ ଉଠୁଛି ,  ହାତୀର ଗତିବିଧି ଉପରେ ନଜର ରଖିବାକୁ ଖଞ୍ଜା ଯାଇଥିବା କୋଟି କୋଟି ଟଙ୍କାର ଏଆଇ କ୍ୟାମେରା କରୁଛି କ’ଣ ?  ସହର ଆଡ଼କୁ ହାତୀ ନ ଆସିବା ପାଇଁ ତିଆରି ହୋଇଥିବା ଷ୍ଟ୍ରେଞ୍ଜ ଓ ଫେନ୍ସିଂରେ ଖର୍ଚ୍ଚ ହେଉଥିବା ଅର୍ଥ, କାହା ସ୍ୱାର୍ଥରେ ? ବନ ବିଭାଗ କରୁଛି କ’ଣ ? କାହିଁକି ସହର ଭିତରକୁ ବାରମ୍ବାର ପଶି ଆସୁଛନ୍ତି ହାତୀ ? କାହିଁକି ହାତୀଙ୍କୁ ରୋକିବାରେ ଫେଲ୍‌ ମାରୁଛି ବନ ବିଭାଗ ?  କେବେ ହାତୀ ଆତଙ୍କରୁ ତ୍ରାହି ପାଇବେ ସହରବାସୀ ? 
--
ସ୍ମାର୍ଟ ସିଟି ରାଉରକେଲାରେ ନରହନ୍ତା ହାତୀ ଆତଙ୍କ !
ଖୋଲାଖୋଲି ସହର ଭିତରେ ବୁଲୁଛି ହାତୀ
ଯୁଆଡ଼େ ଇଚ୍ଛା ସିଆଡ଼େ ପଶୁଛି .... 
ଉତ୍ପାତ ମଚାଉଛି ନରହନ୍ତା ହାତୀ
ସିସିଟିଭିରେ ହାତୀ ଆତଙ୍କର ଦୃଶ୍ୟ କଏଦ .... 
ହାତୀ ପାଇଁ ଆତଙ୍କ ଓ ଭୟରେ ରାଉରକେଲାବାସୀ..
ମଙ୍ଗଳବାର ଦିନ ଜଣେ ବୃଦ୍ଧାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଛି ହାତୀ .. 
ଗତ ପାଞ୍ଚ ବର୍ଷରେ ହାତୀ ଆକ୍ରମଣରେ ୧୬ ଜଣଙ୍କ ଜୀବନ ଯାଇଛି ... 


--