କନକ ବ୍ୟୁରୋ : ସାଇବର ଅପରାଧରେ ବ୍ୟବହାର ହେଉଥିବା ବ୍ୟାଙ୍କ ଜମା ଖାତାଧାରୀ ରାକେଟ୍କୁ କନ୍ଧମାଳ ପୁଲିସ ସଫଳତାର ସହ ଠାବ କରିଛି । ଜିଲ୍ଲାରେ ମ୍ୟୁଲ୍ ବ୍ୟାଙ୍କ ଖାତା ଚାଲିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କନ୍ଧମାଳ ପୁଲିସ ସୂଚନା ମିଳିବା ପରେ ତନାଘନା ହୋଇଥିଲା । ଏବଂ ଏକ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୫ ଜଣଙ୍କୁ ସାଇବର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ବଡ଼ ସାଇବର୍ ଅପରାଧର ପର୍ଦ୍ଦାଫାଶ କରିଛି କନ୍ଧମାଳ ସାଇବର୍ ଥାନା ପୁଲିସ୍ । କନ୍ଧମାଳର ନୀରିହ ଗରିବ ଆଦିବାସୀଙ୍କୁ ଟାର୍ଗେଟ କରୁଥିଲେ ସାଇବର୍ ଠକ । ସଞ୍ଚୟ ବ୍ୟାଙ୍କ ଖାତା ଖୋଲିବା ପାଇଁ ୫ ହଜାର ଟଙ୍କା, କର୍ପୋରେଟ୍ ବ୍ୟାଙ୍କ ଖାତା ପାଇଁ ୫୦ ହଜାର ଟଙ୍କା ଦେବାର ଲୋଭ ଦେଖାଉଥିଲେ । ପରେ ସେମାନଙ୍କ ଠାରୁ ବିଭିନ୍ନ ପ୍ରମାଣ ପତ୍ର ନେଇ ମ୍ୟୁଲ ବ୍ୟାଙ୍କ ଖାତା ଖୋଲି ବେନାମୀ ଅର୍ଥ କାରବାର ଚଳାଇଥିଲେ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ପାଇବା ପରେ ତନାଘନା କରି ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କନ୍ଧମାଳ ସାଇବର ଥାନା ପୁଲିସ୍ ।
ଅଧିକ ପଢ଼ନ୍ତୁ---ଚାଷୀର ପିଛା ଛାଡ଼ୁନି ସମସ୍ୟା ? କାଳ ସାଜିଛି ଟୋକନ୍ ଅବ୍ୟବସ୍ଥା!
ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱରର ଏକ ଘରୋଇ ବ୍ୟାଙ୍କ କର୍ମଚାରୀ ତୁଷାରକାନ୍ତ ଦାସଙ୍କ ସମେତ ଫୁଲବାଣୀର ଅବିନାଶ ମହାପାତ୍ର, କିରଣ କୁମାର ବେହେରା, ଗୋପାଳ ସ୍ବାଇଁ ଓ ବାଦଲ କୁମାର ସ୍ୱାଇଁ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ବିଭିନ୍ନ ବ୍ୟାଙ୍କରେ ଖୋଲାଯାଇଥିବା ୧୬ଟି ମ୍ୟୁଲ୍ ବ୍ୟାଙ୍କ ଖାତା, ୮ଟି ଏଟିଏମ୍ କାର୍ଡ, ଗୋଟିଏ ଲାପଟପ୍ ଓ ପାସ୍ପୋର୍ଟ ଜବତ କରାଯାଇଛି । ଏହି ଅଭିଯୁକ୍ତ ମାନେ ୬.୨୭ କୋଟି ଟଙ୍କା ଠକେଇରେ ସମ୍ପୃକ୍ତ ଥିଲେ ବୋଲି କନ୍ଧମାଳ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାଇବର୍ ଠକେଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/12/cyber-frud-2026-01-12-18-15-57.png)