କନକ ବ୍ୟୁରୋ : ଓଡ଼ିଶାରେ ସାଇବର ଲୁଟ୍ ଆସାମ ରୁ ବନ୍ଧା ହେଲେ ସାଇବର ଲୁଟେରା । ଟ୍ରେଡିଂ କାରବାର ନରେ ସାଇବର ଠକେଇ ଆସାମରୁ ହୋଇଥିଲା ସାଇବର ଅପରେସନ । ୬ କୋଟିରୁ ଉର୍ଦ୍ଧ ଟଙ୍କା  ସାଇବର ଠକେଇ  ଦୁଇଟି ଭିନ୍ନ ଭିନ୍ନ ମାମଲାରେ ତିନି ଜଣ ସାଇବର ଲୁଟେରା  ଗିରଫ କରିଚି କ୍ରାଇମ ବ୍ରାଞ୍ଚ ।  ଅଭିଯୁକ୍ତ ମାନେ ହେଲେ ଆସାମର ଅନିକେତ  ରାୟ, ଭିକି ଦତ୍ତ ।  ସେହିପରି ଅନ୍ୟ ଏକ ସାଇବର ଠକେଇ  ମାମଲାରେ  ଆସାମର ଆସଗର ଅଲ୍ଲୀ ଏହି ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି । କ୍ରାଇମ ବ୍ରାଞ୍ଚ ସେମାନଙ୍କୁ transit ରିମାଣ୍ଡରେ ଓଡ଼ିଶା ଆଣିଥିବା ବେଳେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ୫ କୋଟିରୁ ଉର୍ଦ୍ଧ ଟଙ୍କା  ସାଇବର ଠକେଇ ମାମଲାରେ  ଅନିକେତ ଏବଂ ଭିକି ଧରାପଡ଼ିଥିବା ବେଳେ ୧ କୋଟିରୁ ଉର୍ଦ୍ଧ ଟଙ୍କାର ସାଇବର ଠକେଇ ମାମଲାରେ  ଅସଗର ବନ୍ଧ ହୋଇଚଛି । 

Advertisment

କ୍ରାଇମବ୍ରାଞ୍ଚ ସୂଚନା ଅନୁସାରେ ଭୁବନେଶ୍ୱରର ଜଣେ ବ୍ୟବସିୟୀଙ୍କୁ ସାଇବର ଠକେଇ ଲାଗି ଅନିକେତ ଏବଂ ଭିକି ସାଇବର ଲୁଟେରାଙ୍କୁ ସହଯୋଗ କରିଥିଲେ ।  ଏକ ସେକେଣ୍ଡ ହାଣ୍ଡ ଗାଡ଼ି ବିକ୍ରି ଦୋକାନ କରି, ସଂସ୍ଥା ନରେ ଆକାଉଣ୍ଟ ଖୋଲିବା ସାଇବର ଲୁଟେରାକୁ ଦେଇଥିଲେ । ସେ ବାବଦକୁ ୧୫ ଲକ୍ଷ ଟଙ୍କା ସାଇବର ଲୁଟେରାଠାରୁ ଟଙ୍କା ପାଇଥିଲେ । ସେହିପରି ଆସଗର ମଧ୍ୟ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ଦେଇ  ୩ ଲକ୍ଷ ଟଙ୍କା ନେଉଥିଲେ । କ୍ରାଇମ ବ୍ରାଞ୍ଚ ଟିମ୍ ସୁରଜ ପାଇଲା ପରେ ଆସାମ ଯାଇ ଅଭିଯୁକ୍ତ ମାନକୁ ଗିରଫ କରି ଓଡ଼ିଶା ଆଣିଛି ।

ଅଧିକ ପଢ଼ନ୍ତୁ---ଆତଙ୍କବାଦୀଙ୍କ ନୂଆ କୌଶଳ: ବାରମ୍ବାର ଅନୁପ୍ରବେଶ ଉଦ୍ୟମ ବିଫଳ ପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ଯୋଜନା