ଭୁବନେଶ୍ବର ତୁଳନାରେ କଟକରେ ଅଧିକ ତଣ୍ଡ ଗଣୁଛନ୍ତି ଅମାନିଆ: ୨୦୨୩ରେ ବର୍ଷକରେ ଗଣିଲେ ୨୮ କୋଟିର ଜରିମାନା

Advertisment

୩ ବର୍ଷର ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଭୁବନେଶ୍ବର ଅପେକ୍ଷା କଟକରେ ଟ୍ରାଫିକ୍ ନିୟମ ଭାଙ୍ଗୁ୍‌ଥିବା ଅମାନିଆଙ୍କ ସଂଖ୍ୟା ଅଧିକ । ୨୦୨୩, ୨୦୨୨ ଓ ୨୦୨୧ ତଥ୍ୟରୁ ଏହି ସୂଚନା ମିଳିଛି । 

୩ ବର୍ଷର ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଭୁବନେଶ୍ବର ଅପେକ୍ଷା କଟକରେ ଟ୍ରାଫିକ୍ ନିୟମ ଭାଙ୍ଗୁ୍‌ଥିବା ଅମାନିଆଙ୍କ ସଂଖ୍ୟା ଅଧିକ । ୨୦୨୩, ୨୦୨୨ ଓ ୨୦୨୧ ତଥ୍ୟରୁ ଏହି ସୂଚନା ମିଳିଛି । 

5

Fine Photograph: (Kanak News)

କନକ ବ୍ୟୁରୋ: ଭୁବନେଶ୍ବର ତୁଳନାରେ କଟକରେ ଅଧିକ ଜରିମାନା ଗଣୁଛନ୍ତି ଅମାନିଆ । ବର୍ଷକରେ ଗଣିଲେ ୨୮ କୋଟିର ଜରିମାନା । ୨୦୨୩ରେ କଟକରେ ଅଢ଼େଇ ଲକ୍ଷ ଚାଳକଙ୍କୁ ଜରିମାନା ଆଦାୟ ହୋଇଛି । ୩ ବର୍ଷର ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ଭୁବନେଶ୍ବର ଅପେକ୍ଷା କଟକରେ ଟ୍ରାଫିକ୍ ନିୟମ ଭାଙ୍ଗୁ୍‌ଥିବା ଅମାନିଆଙ୍କ ସଂଖ୍ୟା ଅଧିକ । ୨୦୨୩, ୨୦୨୨ ଓ ୨୦୨୧ ତଥ୍ୟରୁ ଏହି ସୂଚନା ମିଳିଛି । 

ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ନଈ ପୋଲ ତଳୁ ମିଳିଲା ମୃତଦେହ

ଭୁବନେଶ୍ବରକୁ ବଳିଗଲା କଟକ
ଅଧିକ ଜରିମାନା ଗଣୁଛନ୍ତି ଅମାନିଆ
୨୦୨୩ରେ ଭୁବନେଶ୍ବରରେ ୨୫ କୋଟି ୭୭ ଲକ୍ଷ ୬୬ ହଜାର ୬୦୦ ଟଙ୍କା ଜରିମାନା ଆଦାୟ
କଟକରେ ୨୭ କୋଟି ୭୬ ଲକ୍ଷ ୮୩ ହଜାର ୬୦୦ ଟଙ୍କା ଜରିମାନା ଆଦାୟ
କଟକରେ ମୋଟ ୨ ଲକ୍ଷ ୫୬ ହଜାର ୩୩୮ ଜଣ ଚାଳକ ଜରିମାନା ଦେଇଛନ୍ତି
ଭୁବନେଶ୍ବରରେ ଏମଭି ଆକ୍ଟରେ ୨ ଲକ୍ଷ ୨୫ ହଜାର ୮୭୦ ଜଣ ଜରିମାନା ଦେଇଛନ୍ତି
୨୦୨୨ରେ କଟକରେ ଏମଭି ଆକ୍ଟରେ ୨ ଲକ୍ଷ ୨୮ ହଜାର ୧୬୬ ଜଣ ଜରିମାନା ଦେଇଛନ୍ତି
୨୪ କୋଟି ୩୯ ଲକ୍ଷ ୯୦ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି
ଓୟୁପି ଆକ୍ଟରେ ୧୯ ହଜାର ୨୦୩ ଜଣଙ୍କ ନିକଟରୁ ୮୫ ଲକ୍ଷ ୫୬ ହଜାର ୫୦୦ ଟଙ୍କା ଜରିମାନା ଆଦାୟ 
୨୦୨୨ରେ ଭୁବନେଶ୍ବରରେ ଏମଭି ଆକ୍ଟରେ ୨ ଲକ୍ଷ ୨୫ ହଜାର ଜଣ, ଓୟୁପି ଆକ୍ଟରେ ୩୫ ହଜାର ୫୪୧ ଜଣ ଜରିମାନା ଦେଇଛନ୍ତି
୨୦୨୧ରେ କଟକରେ ଏମଭି ଆକ୍ଟରେ ୨ ଲକ୍ଷ ୨୧ ହଜାର ୨୬୧ ଜଣଙ୍କ ନିକଟରୁ ୨୪ କୋଟି ୭୨ ଲକ୍ଷ ୫୫ ହଜାର ଆଦାୟ ହୋଇଛି
ଏମଭି ଆକ୍ଟରେ ୧୩ ହଜାର ୪୫୮ ଜଣଙ୍କ ନିକଟରୁ ୬୮ ଲକ୍ଷ ୧୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ୨୦୨୧ରେ ଭୁବନେଶ୍ବରରେ ଏମଭି ଆକ୍ଟରେ ୨ ଲକ୍ଷ ୬ ହଜାର ୯୦୩ ଜଣଙ୍କ ନିକଟରୁ ୧ କୋଟି ୩୦ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି
ଏମଭି ଆକ୍ଟରେ ୪୫ ହଜାର ୭୮୮ ଜଣଙ୍କ ନିକଟରୁ ୧ କୋଟି ୧୯ ଲକ୍ଷ ୨୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe