କନକ ବ୍ୟୁରୋ : ବାତ୍ୟା ଫନି କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା । ନିର୍ଦ୍ଧାରିତ କ୍ଷତିପୂରଣ ସହ ମୁଣ୍ଡ ପିଛା ଦିଆଯିବ ୧୦ ହଜାର ଲେଖାଏଁ ଜରିମାନା । ଏନେଇ ପୁରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜିଲ୍ଲାପାଳ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ପାଳନ କରାଯିବ ।
୨୦୧୯ ମେ’ ୩ ତାରିଖ । ଭୟଙ୍କର ରୂପ ନେଇ ପୁରୀରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଫନି । ବାସହାରା ହୋଇଗଲେ ଅନେକ ପରିବାର । କ୍ଷତିଗ୍ରସ୍ତଙ୍କ ସର୍ଭେ ପରେ ପୁରୀ ସଦର ବ୍ଲକ୍ କହ୍ନେଇ ବିଦ୍ୟାଧରପୁର ଗାଁର ୬୭ ପରିବାର କ୍ଷତିପୂରଣ ପାଇବାକୁ ଯୋଗ୍ୟ ହେଲେ । କିନ୍ତୁ ମିଳିଲାନି କ୍ଷତିପୂରଣ । ୨ ବର୍ଷ ପରେ ଆଉ ଥରେ ସର୍ଭେ କରି ପ୍ରଶାସନ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କଲା । ଏହା ପରେ ବେସାହାରା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ବିଚାର କରି କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ୯୫ ହଜାର ୧୦୦ ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପ୍ରଶାସନ ଏହାକୁ ପାଳନ ନକରି ସୁପ୍ରିମକୋର୍ଟ ଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଧାରିତ କ୍ଷତିପୂରଣ ସହିତ ମୁଣ୍ଡ ପିଛା ୧୦ ହଜାର ଲେଖାଏଁ ଜରିମାନା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ଯୋଗ୍ୟ ହୋଇ ବି ମିଳୁନି ଆବାସ; ଭଙ୍ଗାଘରେ ବିତୁଛି ଜୀବନ
ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନହେବାରୁ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ପୁରୀ ତହସିଦାରଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ହୋଇଥିଲା । ତହସିଲଦାର ମଧ୍ୟ ହାଜର ହୋଇ ପକ୍ଷ ରଖିଥିଲେ । ଶେଷରେ ଫନି କ୍ଷତିଗ୍ରସ୍ତଙ୍କ ଦୁଃଖ ବୁଝିଲେ ସୁପ୍ରିମକୋର୍ଟ । ତୁରନ୍ତ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପାଳନ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।
ବାତ୍ୟା ଫନିର ତାଣ୍ଡବରେ ପୁରୀ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ସାଂଘାତିକ ଭାବେ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା । ଅନେକ ଲୋକ ମୃତାହତ ମଧ୍ୟ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/23/cyclone-fani-victims-2025-12-23-21-25-38.jpg)