କନକ ବ୍ୟୁରୋ: କଳାହାଣ୍ଡିର ଜଣେ ଯୁବତୀଙ୍କୁ ତେଲେଙ୍ଗାନାରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ପୀଡ଼ିତା ଜଣକ କାମ କରିବାକୁ ତେଲେଙ୍ଗାନା ଯାଇଥିଲେ । ତେଲେଙ୍ଗାନାର ଖମନ-ପ୍ରକାଶନଗର ନଦୀପୋଲ ତଳୁ ତାଙ୍କ ମୃତଦେହ ଠାବ ହୋଇଛି । ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ୧୯ ବର୍ଷୀୟା ପୀଡ଼ିତା ଜଣକ କିଛିମାସ ତଳେ ତାଙ୍କ ପରିବାର ସହ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ । ସେଠାକାର ଜଣେ ଠିକାଦାରଙ୍କ ପାଖରେ ରହି ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ । ଶୁକ୍ରବାର ସକାଳେ ସେଠାରେ ଏକ ନଦୀପୋଲ ତଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । 

Advertisment

ଶୀତ ଦିନରେ ଦାଉ ସାଧୁଛି କୁହୁଡ଼ି, ଦୁର୍ଘଟଣାରେ ଯାଉଛି ନୀରିହ ଜୀବନ

ପରିବାର ଲୋକଙ୍କ କହିବା କଥା, ସେ ଭୋର୍‌ରୁ ନଦୀ ପୋଲକୁ ଯାଇଥିଲେ, ହେଲେ ଆଉ ଫେରିନଥିଲେ । ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଯୁବତୀଙ୍କୁ ହତ୍ୟା କରି ପୋଲତଳେ ପକାଇ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।