କଟକରେ ପ୍ରଶାସନର କଟକଣାକୁ ଫୁ: ମାଞ୍ଜାସୂତାରେ ଚାଲିଛି ଗୁଡ଼ି ଉଡ଼ା

Advertisment

କଟକ ଆକାଶରେ ମାଞ୍ଜା ସୂତା ଯୁକ୍ତ ଗୁଡ଼ି ଉଡ଼ାଉଥିବା ଦେଖିବାକୁ ମିଳିଛି । ମାଞ୍ଜା ସୂତା ଲାଗିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜଣେ ଯୁବକ । ବାଇକରେ ଯାଉଥିବା ସମୟରେ ହଠାତ୍ ମାଞ୍ଜା ସୂତା ଲାଗି ଯାଇଥିଲା ।

କଟକ ଆକାଶରେ ମାଞ୍ଜା ସୂତା ଯୁକ୍ତ ଗୁଡ଼ି ଉଡ଼ାଉଥିବା ଦେଖିବାକୁ ମିଳିଛି । ମାଞ୍ଜା ସୂତା ଲାଗିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜଣେ ଯୁବକ । ବାଇକରେ ଯାଉଥିବା ସମୟରେ ହଠାତ୍ ମାଞ୍ଜା ସୂତା ଲାଗି ଯାଇଥିଲା ।

Manja suta

Manja suta Photograph: (Kanak News)

କନକ ବ୍ୟୁରୋ: ପ୍ରଶାସନର କଟକଣାକୁ ଫୁ କରି ଉଡ଼ାଇଦେଲେ କଟକ ସହରବାସୀ । କଟକ ଆକାଶରେ ମାଞ୍ଜା ସୂତା ଯୁକ୍ତ ଗୁଡ଼ି ଉଡ଼ାଉଥିବା ଦେଖିବାକୁ ମିଳିଛି । ମାଞ୍ଜା ସୂତା ଲାଗିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜଣେ ଯୁବକ । ବାଇକରେ ଯାଉଥିବା ସମୟରେ ହଠାତ୍ ମାଞ୍ଜା ସୂତା ଲାଗି ଯାଇଥିଲା । ଅନ୍ୟପଟେ ନିୟମକୁ ମାନୁନାହାନ୍ତି କଟକବାସୀ, ମକର ସଂକ୍ରାନ୍ତିରେ କଟକ ଆକାଶରେ ମାଳ ମାଳ ଗୁଡ଼ି ଉଡ଼ିଥିବାର ଦେଖିବାକୁ ମିଳିଛି । ନିୟମ ଅନୁଯାୟୀ ମାଞ୍ଜା ସୂତାରେ ଅଧିକ ବିପଦ ଥିବାରୁ ଏହାକୁ ବାରଣ କରାଯାଇଛି । ନିୟମ ନମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା ରହିଛି । ନିୟମ ଗୁଡ଼ିକ ଠିକରେ ପାଳନ ହେଉଛି କି ନାହିଁ, ସେନେଇ ଥାନା ଅଧିକାରୀ ନିଜ ଅଞ୍ଚଳରେ ନଜର ରଖିବେ । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ । ଯାହା ଫଳରେ ବିପଦ ବଢିବାରେ ଲାଗିଛି । ଚଳିତ ବର୍ଷ ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । କମିସନରେଟ ପୁଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯାଇଛି । ତଥାପି ରୋକିବାରେ ବିଫଳ ପ୍ରଶାସନ । 

ପ୍ରଦର୍ଶନକାରୀଙ୍କୁ ଆଜି ସର୍ବସାଧାରଣରେ ଫାଶୀ ଦେଇପାରେ ଇରାନ; ଟ୍ରମ୍ପ-ନେତାନ୍ୟାହୁଙ୍କୁ ମୁଖ୍ୟ ହତ୍ୟାକାରୀ କହିଲା ତେହେରାନ

ପ୍ରଶାସନର କଟକଣାକୁ ଫୁ କରି ଉଡ଼ାଇଦେଲେ କଟକବାସୀ
କଟକ ଆକାଶରେ ମାଞ୍ଜା ସୂତା ଯୁକ୍ତ ଗୁଡ଼ି ଉଡ଼ିଲା 
ମାଞ୍ଜା ସୂତା ଲାଗିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜଣେ ଯୁବକ
ବାଇକରେ ଯାଉଥିବା ସମୟରେ ହଠାତ୍ ମାଞ୍ଜା ସୂତା ଲାଗି ଯାଇଥିଲା
ନିୟମ ଅନୁଯାୟୀ ମାଞ୍ଜା ସୂତାରେ ଅଧିକ ବିପଦ ଥିବାରୁ ବାରଣ କରାଯାଇଛି
ନିୟମ ନମାନିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା 
ନିୟମ ପାଳନ ନେଇ ଥାନା ଅଧିକାରୀ ନିଜ ଅଞ୍ଚଳରେ ନଜର ରଖିବେ
ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ
ଫଳରେ ବିପଦ ବଢିବାରେ ଲାଗିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe