କନକ ବ୍ୟୁରୋ : କେତବେଳେ ବ୍ଲାଷ୍ଟିଂଙ୍ଗ ତ’ ଆଉ କେତବେଳେ ବେଆଇନ କ୍ରସର, ଲୋକଙ୍କ ବଞ୍ଚିବା ମୁସ୍କିଲ କରିଦେଇଛି । ମଞ୍ଜୁରୀ ଅବଧି ସରିବା ପରେ ବି ବେଧଡ଼କ କ୍ରସର ଚାଲିଛି । ମାଫିଆ ନିଜ ପକେଟ୍ ଗରମ କରୁଛନ୍ତି ଲୋକ ଟିକେ ଶାନ୍ତିରେ ନିଶ୍ୱାସ ବି ନେଇ ପାରୁନାହାନ୍ତି । ଧୂଳିଧୂଆଁରେ ଅତିଷ୍ଠ ହୋଇଗଲେଣି ଗ୍ରାମବାସୀ । ତୁରନ୍ତ କ୍ରସରକୁ ଗାଁ ନିକଟରୁ ସ୍ଥାନାନ୍ତର କରିବାକୁ ଦାବି ହୋଇଛି ।
ରେଳ ବିଭାଗର ତୃତୀୟ ଲାଇନ୍ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଏକ ଘରୋଇ କମ୍ପାନି ଦ୍ୱାରା ମୁନିଗୁଡ଼ା କୁମୁଡ଼ାବାଲି ପଞ୍ଚାୟତ ଦେଉକୁପୁଲି ଠାରେ ଗଢ଼ିଉଠିଥିଲା କ୍ରସର ୟୁନିଟ । ଇତିମଧ୍ୟରେ ରେଳ କାମ ସରିଗଲା । ପରିବେଶ ନିୟନ୍ତ୍ରଣ ବୋର୍ଡର ମଞ୍ଜୁରୀ ଅବଧି ବି ୨୦୨୪ ମାର୍ଚ୍ଚରୁ ସରିଲାଣି । ହେଲେ କ୍ରସର ବନ୍ଦ ହୋଇନି । ଗାଁ ନିକଟରେ ନିରନ୍ତର ପଥର ପ୍ରୋସେସିଂ ଜାରି ରଖିଛି କମ୍ପାନି । ଫଳରେ ଘର, ଗଛ ସବୁ ଉପରେ ଦେଖିବାକୁ ମିଳିଛି ପଥର ଗୁଣ୍ଡର ଆସ୍ତରଣ । ପାଣି ଦୂଷିତ ହେଉଛି । ଚାଷ ଜମିର ଅବସ୍ଥା ବେହାଲ । ଏପରି ସ୍ଥିତିରେ ଲୋକଟିକେ ଶାନ୍ତିରେ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି ।
ଅଧିକ ପଢ଼ନ୍ତୁ : ଅଚଳ ହୋଇପଡ଼ିଥିଲା ସହରର ସିସିଟିଭି ; ଖବର ବାଜିବା ପରେ ଚେତିଲା ପ୍ରଶାସନ
କ୍ରସର ଦିନ ରାତି ଚାଲିଥିବାରୁ ଗାଁ ଲୋକଙ୍କ ନିଦ ହଜିସାରିଲାଣି । ଦେଢ଼ ବର୍ଷ ଧରି ବିନା ଅନୁମତିରେ ଚାଲିଛି କ୍ରସର୍ ୟୁନିଟ୍ । ଆଉ ଖଣି ଅଧିକାରୀ କହୁଛନ୍ତି, କ୍ରସର୍ ବେଆଇନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ କ୍ରସର୍ ମାଲିକ ସ୍ଥୀନୟ ତହସିଲଦାରଙ୍କୁ ଅସହଯୋଗ କରୁଥିବାରୁ ଏହା ଉପରେ ଲଟ୍କା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
୫ ନମ୍ବର ରାଜ୍ୟ ରାଜପଥ କଡ଼ରେ ବର୍ଷ ବର୍ଷ ଧରି ବେଆଇନ କ୍ରସରକୁ ବନ୍ଦ କରିବାରେ ସରକାରୀ ବାବୁ ବିଫଳ ହେଉଛନ୍ତି । ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର । ତୁରନ୍ତ ଏସବୁ କ୍ରସରକୁ ବନ୍ଦ କରିବାକୁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/11/illigal-2025-12-11-17-58-24.jpg)