କନକ ବ୍ୟୁରୋ : ଏସ୍‌ଆଇ ଚାକିରି କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟିକୁ ଜେରା । ଗିରଫ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ତାର ପ୍ରମୁଖ ସହଯୋଗୀ ମୁନା ମହାନ୍ତିକୁ ମୁହାଁମୁହିଁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ । କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଚାଲିଛି ଜେରା । ମୁନା ମହାନ୍ତିକୁ ଗତକାଲି ଠାରୁ ୪ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ମୁନା ଓ ଶଙ୍କର ଠାରୁ ଚାକିରି ଠକେଇ ସିଣ୍ଡିକେଟ ନେଇ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୂଚନା । 

Advertisment

ସେପଟେ ମୁନା ମହାନ୍ତିଙ୍କୁ ଫସେଇ ଦିଆଯାଇଛି ବୋଲି କହିଛନ୍ତି ତାର ଓକିଲ ଜୟରାମ ମଲ୍ଲିକ । ମୁନା ମହାନ୍ତି ବିରୋଧରେ କୌଣସି ତଥ୍ୟ କିମ୍ବା ପ୍ରମାଣ ନଥିବା କାରଣରୁ ଜାଣିଶୁଣି ମୁନା ମହାନ୍ତି ଓ ଶଙ୍କର ପୃଷ୍ଟି ମଧ୍ୟରେ ସମ୍ବନ୍ଧ ବନେଇବାକୁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି ମୁନା ମହାନ୍ତିର ଓକିଲ । ମୁନା ମହାନ୍ତିକୁ ୫ ଦିନିଆ ରିମାଣ୍ଡରେ ଅଣାଯାଇଛି । 

ଅଧିକ ପଢ଼ନ୍ତୁ--ଆର୍ମି ଚିଫ୍ କହିଲେ: ବିକଶିତ ରାଷ୍ଟ୍ରର ମୂଳଦୁଆ Gen Z

ଏହି ମାମଲାରେ ସାଂଘାତିକ ବୟାନ ଦେଇଛି ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି । ସେ କହିଛନ୍ତି , ଯଦି ମୁଁ ଆତ୍ମସମର୍ପଣ କରିନଥାନ୍ତି ତେବେ ପୂର୍ବ ସରକାରର ହଜାରେ କୋଟି ଟଙ୍କାର ଡିଲ୍ କିଭଳି ସାମ୍ନାକୁ ଆସିଥାନ୍ତା ? ଗଣମାଧ୍ୟମ ଆଗରେ ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛି ଶଙ୍କର ପୃଷ୍ଟି। ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ନିଆଯାଇ ଜେରା ଚାଲିଛି । ତେବେ ଶଙ୍କର ପୃଷ୍ଟିର ଏଭଳି ସାଂଘାତିକ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସବୁଠୁ ବଡ଼ କଥା ହେଉଛି, ଯେଉଁ ଫର୍ଚୁନର ଗାଡ଼ିଟି ଶଙ୍କର ପୃଷ୍ଟିର ଜବତ ହୋଇଛି, ସେହି କାରଟି ଭୁବନେଶ୍ୱରରେ କିଛି ଦିନ ତଳେ ବୁଲୁଥିଲା । କିଏ ସୁରକ୍ଷା ଦେଉଥିଲା ସେତେବେଳେ, ଏହି ପ୍ରଶ୍ନ ଉଠିଛି । ଶଙ୍କର ନାଁରେ ହତ୍ୟା ମାମଲା ମଧ୍ୟ ରହିଛି । ୨୦୧୭ରେ ନିଜ ଗାଁରେ ଏକ ହତ୍ୟାକାଣ୍ଡରେ ସାମିଲ ଅଭିଯୋଗରେ ଗଞ୍ଜାମ ହିଞ୍ଜିଳିକାଟୁ ଥାନାରେ ରୁଜୁ ହୋଇଛି ମାମଲା ।