ଦୁର୍ନୀତିରେ ଉବୁଟୁବୁ ଜୟପୁର ସହର, ୧୦ ମାସରେ ଧରାପଡ଼ିଲେଣି ୫୬ ଜଣ ସରକାରୀ ବାବୁ, ଦୁର୍ନୀତିଗ୍ରସ୍ତଙ୍କୁ ବିଦା କରିବାକୁ ଏକାଠି ହେଲେ ସଚେତନ ନାଗରିକ

ଗତ ୧୦ ମାସରେ ଜବତ ସମ୍ପତ୍ତିକୁ ବାଦ୍‌ ଦେଲେ, ଜୟପୁର ସହର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଦୁର୍ନୀତି ଖୋର ବାବୁ ମାନଙ୍କୁ ଚାକିରୀରୁ ସମ୍ପୂର୍ଣ୍ଣ ବିଦାୟ ଦେବା ଦରକାର ବୋଲି କହିଛନ୍ତି ବୁଦ୍ଧିଜୀବୀ। 

koraput

କନକ ବ୍ୟୁରୋ :  କାହା ହାତରେ ପ୍ଲା କାର୍ଡ ତ’ ଆଉ କାହା ପାଟିରେ ଦୁର୍ନୀତି ବିରୋଧୀ ନାରା। ଦୁର୍ନୀତିଗ୍ରସ୍ତଙ୍କୁ ବିଦା କରିବା, ସଚ୍ଚୋଟ ବ୍ୟକ୍ତିଙ୍କୁ ସମ୍ମାନ ଦେବା । ଲୋକଙ୍କ ସ୍ଲୋଗାନରେ କମ୍ପୁଛି ଜୟପୁର ସହର । ଛୋଟ ଠାରୁ ବଡ଼ ସରକାରୀ ଠାରୁ ବେସରକାରୀ ସମସ୍ତେ  ଦୁର୍ନୀତି ବିରୋଧରେ ସଚେତନ। ଦୁର୍ନୀତିରେ ବୁଡ଼ି ରହିଥିବା ଜୟପୁରକୁ ଉଦ୍ଧାର କରିବା ପାଇଁ ଏହି ରାଲି ।

ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣା,  ଶଙ୍କର ପୃଷ୍ଟିକୁ ଜେରା ବେଳେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ସୁରାଗ

ସରକାରୀ ଯୋଜନାର ଲାଭ ଉଠାଉଛନ୍ତି ଦାୟିତ୍ବରେ ଥିବା ବାବୁ। ଏକଥା ଜୟପୁର ଭିଜିଲାନ୍ସ ଦେଇଥିବା ତାଲିକା କହୁଛି । ଗତ ୧୦ ମାସରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ୫୬ ଜଣ ଅଧିକାରୀ, ଜବତ ହୋଇଛି ୨୨ କୋଟି ୫୧ ଲକ୍ଷ ଟଙ୍କା, ଆଗକୁ ନଚେତିଲେ ଆହୁରି ବନ୍ଧା ହେବେ ।   ଏମିତି ଚେତାବନୀ ଦେଇଛନ୍ତି ଜୟପୁର ଭିଜିଲାନ୍ସ ଏସପି।

୬ ଘଣ୍ଟାର ଅପରେସନ୍ ପରେ ପଥର ମଝିରୁ ମହିଳା ଉଦ୍ଧାର,  ଉଦ୍ଧାର ପରେ ସମ୍ବଲପୁର ମେଡିକାଲରେ ଭର୍ତ୍ତି

ଗତ ୧୦ ମାସରେ ଜବତ ସମ୍ପତ୍ତିକୁ ବାଦ୍‌ ଦେଲେ, ଜୟପୁର ସହର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ନଗଦ ୧ କୋଟି ୪୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଦୁର୍ନୀତି ଖୋର ବାବୁ ମାନଙ୍କୁ ଚାକିରୀରୁ ସମ୍ପୂର୍ଣ୍ଣ ବିଦାୟ ଦେବା ଦରକାର ବୋଲି କହିଛନ୍ତି ବୁଦ୍ଧିଜୀବୀ। 

ଲାଞ୍ଚ କାରାବାର ମାମଲାରେ ଜଡ଼ିତ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ  ନେବା ଆବଶ୍ୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe