କନକ ବ୍ୟୁରୋ : ମୟୁରଭଞ୍ଜ ବାରିପଦା ବସ ଟର୍ମିନାଲ ଏବେ କାଠଗଡ଼ାରେ । ଗଛ କାଟି ବସ୍ ଷ୍ଟାଣ୍ଡ ନିର୍ମାଣ ମାମଲାରେ ଏନ୍ଜିଟିରେ ଶୁଣାଣି ହୋଇଛି । ଯାହାକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି । ବସ୍ ଟର୍ମିନାଲ ନିର୍ମାଣ ପାଇଁ ବିଳମ୍ବ ହେବ ବୋଲି ବିଜେପି କହିଥିବା ବେଳେ ମାମଲାର ଆବେଦନକାରୀ କହିଛନ୍ତି ସରକାର ଏନ୍ଜିଟିରେ ଏନେଇ ଉତ୍ତର ରଖନ୍ତୁ ।
ପ୍ରସ୍ତାବିତ ବାରିପଦା ବସଷ୍ଟାଣ୍ଡ ଏବେ ବିବାଦ ଘେରକୁ ଚାଲିଆସିଛି । ଗଛ କାଟି ବସ୍ ଟର୍ମିନାଲ ନିର୍ମାଣ କରିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ କାଠଗଡ଼ାରେ ପହଞ୍ଚିଛି । ଏନଜିଟି କାଠଗଡାରେ ବାରିପଦା ବସ୍ ଟର୍ମିନାଲ ମାମଲାର ଶୁଣାଣୀ ଆରମ୍ଭ ହୋଇଛି । ହାଜର ହୋଇଛନ୍ତି ମୟୁରଭଂଜ ଜିଲ୍ଲାପାଳ, ବାରିପଦା ଡିଏଫ୍ ଓ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ । ଆଉ ଉତ୍ତର ରଖିବାକୁ ମାଗିଲେ ତିନି ସପ୍ତାହ ସମୟ ମାଗିଛନ୍ତି । ସେପଟେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଓ ରାଜ୍ୟ ପରିବହନ ନିଗମକୁ ମଧ୍ୟ ପୁନଃ ନୋଟିସ୍ କରି ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରିନ୍ ଟ୍ରିବ୍ୟୁନାଲ୍ । ଏଥିସହ ଆସନ୍ତା ଫେବ୍ରୁଆରି ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।
ଅଧିକ ପଢ଼ନ୍ତୁ : ରାଜ୍ୟରେ ପୁଣି ଫେରିଲା ଶୀତ ଲହରୀ: ରାଜଧାନୀରୁ ଗାଁ ସବୁଠି ତଳମୁହାଁ ପାରଦ
ବସଷ୍ଟାଣ୍ଡ ମାମଲା ଏନ୍ଜିଟିକୁ ଯିବା ପରେ ବସ୍ ଟର୍ମିନାଲ ନିର୍ମାଣ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ପୁଣି ବୟାନବାଜି ଆରମ୍ଭ ହୋଇଛି । ବିଜେପି କହିଛି, ଏନ୍ଜିଟିକୁ ଏହି ମାମଲା ଯିବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଅଯଥାରେ ବିଳମ୍ବ ହେଉଛି । ଯେଉଁମାନେ ଏହି ମାମଲା ଏନ୍ଜିଟିକୁ ନେଇଛନ୍ତି ସେମାନେ ପରୋକ୍ଷରେ ଜିଲ୍ଲାବାସୀଙ୍କ ସ୍ୱାର୍ଥ ବିରୋଧୀ ଯାହାର ଜବାବ ରଖିଛନ୍ତି ଆବେଦନକାରୀ ପ୍ରମୋଦ ହେମ୍ବ୍ରମ ।
ହଜାର ହଜାର ସଂଖ୍ୟାରେ ଗଛ କଟା ସରିଛି । କିନ୍ତୁ ଏନ୍ଜିଟିରେ ମାମଲା ପହଞ୍ଚିଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନି । ଏଭଳି ସ୍ଥଳେ ଏତିକି କୁହାଯାଇପାରେ ଏନ୍ଜିଟିଙ୍କ ଚୂଡାନ୍ତ ନିଷ୍ପତ୍ତି ପରେ ହିଁ ବାରିପଦାରେ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଆଗେଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/07/baripada-2026-01-07-18-55-43.jpg)