କନକ ବ୍ୟୁରୋ: କଲବଲ କରୁଛି ଶୀତ। ଝାରସୁଗୁଡ଼ାରେ ୭୩ ବର୍ଷର ରେକର୍ଡ ଭାଙ୍ଗିଛି ଥଣ୍ଡା। ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୧ ଡିଗ୍ରି ରେକର୍ଡ ହୋଇଛି। ୧୯୫୩ ମସିହା ପରେ ଝାରସୁଗୁଡ଼ାରେ ପାରଦ ପ୍ରଥମ ଥର ଏତେ ତଳକୁ ଖସିଛି। ମଙ୍ଗଳବାର ରାଜ୍ୟର ୧୬ ସହରରେ ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ କରାଯାଇଛି। ରାଉରକେଲାରେ ୬.୬ ଡିଗ୍ରି, କିରେଇ ଓ ଜି.ଉଦୟଗିରିରେ ୬.୮ ଡିଗ୍ରି, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରି, ସୁନ୍ଦରଗଡ଼ରେ ୭.୬ ଡିଗ୍ରି, ସେମିଳିଗୁଡ଼ାରେ ୮.୫ ଡିଗ୍ରି, ବଲାଙ୍ଗୀରରେ ୮.୮ ଡିଗ୍ରି, ଫୁଲବାଣୀ ଓ କେନ୍ଦୁଝର ୯ ଡିଗ୍ରି, ସୋନପୁରରେ ୯.୧ ଡିଗ୍ରି, ଢେଙ୍କାନାଳରେ ୯.୯ ଡିଗ୍ରି ରେକର୍ଡ କରାଯାଇଛି।
ଚଳିତ ବର୍ଷ ପ୍ରଥମଥର କଟକରେ ରାତିର ପାରଦ ୧୦ ଡିଗ୍ରି ଛୁଇଁଥିବା ବେଳେ ଭୁବନେଶ୍ବରରେ ୧୨.୯ ଡିଗ୍ରି ରେକର୍ଡ ହୋଇଛି। ଥଣ୍ଡା ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ଆଜି କନ୍ଧମାଳ, ନୟାଗଡ଼, ବୌଦ୍ଧ, କୋରାପୁଟରେ ଘନକୁହୁଡ଼ି ଦେଖାଯିବ। ୯ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କଟକ, ଜଗତସିଂହପର, କୋରାପୁଟରେ ଅନୁଭୂତ ହେବ ଥଣ୍ଡାର ଥାର୍ଡ ଡିଗ୍ର। ଆଜି ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ କଟକ, ଜଗତସିଂହପୁର, କୋରାପୁଟ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି।
ଆହୁରି ପଢ଼ନ୍ତୁ: ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍ମା: ହେଲେ ଏସ୍ମା ମାନିବନି ଓମ୍ସା
ସେପଟେ କୋଇଡା ଖଣି ଅଞ୍ଚଳକୁ ଢାଙ୍କି ଦେଇଛି ଧଳା ଚାଦର। ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ଅନ୍ୟପଟେ ସାରା ରାଜ୍ୟରେ ଏହା ପ୍ରଥମ ତୁଷାରପାତ । ପୂର୍ବ ରାତ୍ରିରେ ତାପମାତ୍ରା ୫ ଡିଗ୍ରି ତଳେ ରହିବା ପରେ କୋଇଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି । ଖୋଲା ପଡ଼ିଆ, ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।
ଖାଲି ସେତିକି ନୁହେଁ, କୋରାପୁଟରେ ମଧ୍ୟ ଫେରିଛି ଶୀତ। ଶୀତ ସହ ରାତିରେ ଓ ପାହାନ୍ତିଆ ସମୟରେ ଘନ କୁହୁଡି କାରଣରୁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଛି। ଶୀତର ପ୍ରକୋପ ବଢ଼ିଥିବା ବେଳେ ରାଜରାସ୍ତା କଡରେ କାଠରେ ନିଆଁ ଲଗାଇ ଯୁବ ପିଢ଼ି ଶୀତୁଆ ସନ୍ଧ୍ୟାର ମଜା ନେଉଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳମାନଙ୍କରେ ଶୀଆ ସନ୍ଧାରେ ଗୀତ ଓ ନାଚର ଆସର ମଧ୍ୟ ଜମୁଛି। ଢେମସା ନୃତ୍ୟର ଝଲକ ଦେଖିବାକୁ ମିଳୁଛି। ଅନ୍ୟପଟେ ଶୀତ ଯୋଗୁଁ ସନ୍ଧ୍ୟା ହେଲେ ବଜାର ଘାଟ ଶୂନଶାନ ହୋଇଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/24/cold-wave-2025-12-24-08-31-54.jpg)