କନକ ବ୍ୟୁରୋ :  ଆମେରିକାରେ ଜେଫ୍ରି ଏପଷ୍ଟିନ୍ ଯୌନ କେଳେଙ୍କାରୀ ମାମଲାର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଖୋଲା ହେବା ପରେ ଆମେରିକା ସମେତ ସାରା ବିଶ୍ବରେ ଚହଳ ପଡ଼ିଯାଇଛି । ଏହି ଫାଇଲରେ ଏପଷ୍ଟିନଙ୍କ  ଅପରାଧ, ତାଙ୍କ ସହ ଜଡ଼ିତ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଥିରେ ଅଛି ହଜାର ହଜାର ଫଟୋ ।

Advertisment

ଅଧିକ ପଢ଼ନ୍ତୁ : ଭାରତ ଉପରେ ଟାରିଫକୁ ଆମେରିକା ସଂସଦରେ ବିରୋଧ, ସମ୍ପର୍କ ବିଗୁଡ଼ୁଥିବା ନେଇ ସାଂସଦଙ୍କ ଦାବି

ଆମେରିକାରେ ଜେଫ୍ରି ଏପଷ୍ଟିନ୍ ଯୌନ କେଳେଙ୍କାରୀ ମାମଲାର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଖୋଲା ହେବା ପରେ ଆମେରିକା ସମେତ ସାରା ବିଶ୍ବରେ ଚହଳ ପଡ଼ିଯାଇଛି । ଏହି ଫାଇଲରେ ଏପଷ୍ଟିନଙ୍କ  ଅପରାଧ, ତାଙ୍କ ସହ ଜଡ଼ିତ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ରହିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଥିରେ ଅଛି ହଜାର ହଜାର ଫଟୋ । ବିଶ୍ବର ନାମୀଦାମୀ ଲୋକଙ୍କ ଫଟୋ ଆସୁଛି ସାମ୍ନାକୁ ।  ୬୮ଟି ନୂଆ ଫଟୋ ପ୍ରକାଶ  ପାଇଛି, ଯେଉଁଥିରେ ବିଲ୍ ଗେଟ୍ସ, ଷ୍ଟିଭ୍ ବ୍ୟାନନ୍, ଉଡି ଆଲେନ୍ ଓ ଅନେକ ପରିଚିତ ଚେହେରା ଅଛନ୍ତି ।

ଏପଷ୍ଟିନ୍ କାଣ୍ଡରେ ନୂଆଫଟୋ ପ୍ରକାଶ

  • ଆମେରିକୀୟ ହାଉସ୍ କମିଟି ୬୮ଟି ନୂଆଫଟୋ ପ୍ରକାଶ କରିଛି
  • ଏପଷ୍ଟିନଙ୍କ ଏଷ୍ଟେଟରେ ୯୫, ୦୦୦ରୁ ଅଧିକ ଫଟୋ ମଧ୍ୟରୁ ମିଳିଛି 
  • ଫଟୋରେ ବିଲ୍ ଗେଟ୍ସ, ସେର୍ଗେଇ ବ୍ରିନ୍, ଷ୍ଟିଭ୍ ବ୍ୟାନନ୍, ଉଡି ଆଲେନ୍ ପ୍ରମୁଖ ଅଛନ୍ତି
  • ପୂର୍ବରୁ  ଟ୍ରମ୍ପ, କ୍ଲିଣ୍ଟନ୍, ଏଲନ ମସ୍କଙ୍କ ଫଟୋ ଭାଇରାଲ୍ ହୋଇଥିଲା
  • କିଛି ଫଟୋରେ ମହିଳାଙ୍କ ଶରୀରରେ ଲୋଲିଟା ଉପନ୍ୟାସର ଉଦ୍ଧୃତି ଲେଖାଯାଇଛି
  • ଏସବୁ ଫଟୋରେ ଅପରାଧର ପ୍ରମାଣ ନାହିଁ
  • ଏହି ସାମାଜିକ ଫଟୋଗୁଡ଼ିକ କେବଳ ସମ୍ପର୍କ ଦେଖାଉଛି
  • ଏସବୁ ଟ୍ରମ୍ପ ପ୍ରଶାସନ ଉପରେ ଚାପ ସୃଷ୍ଟି କରୁଛି
  • କାରଣ ଟ୍ରମ୍ପ ନିଜେ ଏହି ଆଇନ ଲାଗୁ କରିଥିଲେ

ଅଧିକ ପଢ଼ନ୍ତୁ : ୯କୋଟି ଦିଅ, ଆମେରିକାର ନାଗରିକତ୍ୱ ନିଅ: ଟ୍ରମ୍ପଙ୍କ ବଡ଼ ଘୋଷଣା

ଏପଷ୍ଟିନ୍ ଫାଇଲ୍ସ୍ ଟ୍ରାନ୍ସପାରେନ୍ସି ଆକ୍ଟ୍ ଅନୁଯାୟୀ ଡିପାର୍ଟମେଣ୍ଟ୍ ଅଫ୍ ଜଷ୍ଟିସ୍ ସମସ୍ତ ଅନକ୍ଲାସିଫାଏଡ୍ ଫାଇଲ୍ ପ୍ରକାଶ କରିବାକୁ ବାଧ୍ୟ।   କିନ୍ତୁ ଏପର୍ଯ୍ୟନ୍ତ  ବଡ଼ ରିଲିଜ୍ ହୋଇନାହିଁ। ଆମେରିକାରେ ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଜେଫ୍ରି ଏପଷ୍ଟିନଙ୍କ ସହ ଅନେକ ଲୋକଙ୍କ ସମ୍ପର୍କ ଆମେରିକା ରାଜନୀତିରେ ଚର୍ଚ୍ଚାର କାରଣ ହୋଇଆସିଛି। ଏହି ଫଟୋଗୁଡ଼ିକ ଏପଷ୍ଟିନଙ୍କ ଏଷ୍ଟେଟରୁ ମିଳୁଛି। ଏପଷ୍ଟିନ୍ ୨୦୧୯ରେ ଜେଲରେ ଆତ୍ମହତ୍ୟା କରିଥିଲେ। କିନ୍ତୁ ତାଙ୍କ ମାମଲା ଆଜି ମଧ୍ୟ ଚର୍ଚ୍ଚାରେ । ପ୍ରକାଶ ପାଇଥିବା ଫାଇଲରେ ଏପଷ୍ଟିନଙ୍କ ଅପରାଧ, ତାଙ୍କ ସହ ଜଡ଼ିତ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ରହିଛି । କୁହାଯାଉଛି ଏଥିରେ ୯୫ ହଜାରରୁ  ଅଧିକ ଲୋକଙ୍କ ଗୁପ୍ତ ଫୋଟ ରହିଛି । ଏପଷ୍ଟିନ ଫାଇଲ୍ସକୁ ନେଇ ପୁଣି ଆମେରିକାରେ ହଇଚଇ ସୃଷ୍ଟି ହେଇଥିବା ବେଳେ ଏଥିରେ ଥିବା ନାମୀ ଓ ଶକ୍ତିଶାଳୀ ଲୋକଙ୍କ ନାମ ଥିବାରୁ ଏହା ବିଶ୍ୱ ରାଜନୀତି ଏବଂ ବ୍ୟବସାୟରେ ଏକ ନୂତନ ବିବାଦ ସୃଷ୍ଟି କରିଛି।