Odisha close Photograph: (KanakNews)
କନକ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଠନଗ । ଧାନ ମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯିବ । କଂଗ୍ରେସ ବନ୍ଦକୁ ସମର୍ଥନ ଜଣାଇଥିବା ବେଳେ ବିଜେଡି ମଧ୍ୟ ପରୋକ୍ଷରେ ସମର୍ଥନ ଦେଇଛି। ଅନ୍ୟପଟେ ନକଲି ଚାଷୀଙ୍କ ଆନ୍ଦୋଳନ କହି ତାତ୍ସଲ୍ୟ କରିଛି ବିଜେପି ।
ତିନିଟି ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡିରେ ଅବ୍ୟବସ୍ଥା, ପ୍ରଦୂଷଣ ନାଁରେ ଫାଇନ୍ ଆଦାୟ ଓ ଟାଟା ପାୱାରର ମନମାନିକୁ ବିରୋଧରେ ହେବ ବନ୍ଦ ପାଳନ । ଏହି ୮ ଘଣ୍ଟିଆ ବନ୍ଦ ପାଳନକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛି ଏହି ଚାଷୀ ସଂଗଠନ । ଏଥିପାଇଁ ଦୁଇ ଦିନ ହେବ କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ କାର ଓ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇଛି ।
ଅଧିକ ପଢନ୍ତୁ: କଂଗ୍ରେସର ଓଡ଼ିଶା ବନ୍ଦ : ଅଟକିଗଲା ସାରା ରାଜ୍ୟ, ଅଖ ଚକ ସବୁ ଠପ୍
ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ପାଳନକୁ ସମର୍ଥନ ଜଣାଇଛି କଂଗ୍ରେସ। ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ କମିଟି ଏହାକୁ ସମର୍ଥନ ଜଣାଇବାକୁ ପିସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଜେଡି ମଧ୍ୟ ଏହାକୁ ପରୋକ୍ଷରେ ସମର୍ଥନ ଜଣାଇଛି । ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇବା ସହ ଦଳ ଚାଷୀଙ୍କ ସହ ଅଛି, ପିୟୁସିସି ଏବଂ ସ୍ମାର୍ଟ ମିଟର ବିରୋଧରେ ଲଢ଼େଇ ଜାରି ରହିବ ବୋଲି କହିଛି । ସେପଟେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦକୁ ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି କହି ତାତ୍ସଲ୍ୟ କରିଛି ବିଜେପି । ବନ୍ଦ ପାଳନ ବେଳେ ଦୋକାନ ବଜାର ସହ ସ୍କୁଲ କଲେଜ ବନ୍ଦ କରିବା ପାଇଁ ଆହ୍ବାନ ଦେଇଛି ନବ ନିର୍ମାଣ କୃଷକ ସଂଠଗନ ।
Follow Us