କନକ ବ୍ୟୁରୋ : ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଏବେ ଉଠୁଛି ପଡ଼ୁଛି ସାରା ଓଡ଼ିଶା । ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଆସନ୍ତାକାଲି ଓଡ଼ିଶା ବନ୍ଦ ପାଇଁ ଡାକରା ଦେଇଛି କଂଗ୍ରେସ । ସକାଳ ୬ ରୁ ସନ୍ଧ୍ୟା ୬, ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ଦଳ । କଂଗ୍ରେସ ସମେତ ଆଠ ସମଭାବାପନ୍ନ ବିରୋଧୀ ଦଳ ଏହି ବନ୍ଦ ଡାକରାରେ ସମର୍ଥନ ଜଣାଇଛନ୍ତି । ପୀଡ଼ିତାଙ୍କ ବଳିଦାନ ପ୍ରତି ସମ୍ମାନ ଜଣାଇ ନ୍ୟାୟିକ ତଦନ୍ତ ଦାବି ଏବଂ ମହିଳା ସୁରକ୍ଷା ପାଇଁ ଦେଇଛନ୍ତି ଅଖ ଚକ ବନ୍ଦ ଡାକରା । ଆମ୍ବୁଲାନ୍ସ ସହ କିଛି ଜରୁରୀ ସେବାକୁ ଛାଡ଼ିଦେଲେ କଂଗ୍ରେସ ସ୍କୁଲ, କଲେଜ, ୟୁନିଭସିର୍ଟି, ପରିବହନ ସବୁ କିଛି ବନ୍ଦ କରିବ । ପ୍ରତି ଛକରେ ପିକେଟିଂ କରି ଧାରଣା ଦେବ କଂଗ୍ରେସ ।
ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି ଏଫ୍ଏମ୍ କଲେଜର ଘଟଣା । ଜାତୀୟ ସ୍ତରରେ କଂଗ୍ରେସ ଏହାକୁ ପ୍ରସଙ୍ଗ କରିଛି । ଛାତ୍ରୀଙ୍କ ବାପାଙ୍କ ସହ ଫୋନ୍ ଯୋଗେ କଥା ହେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଫୋନ୍ରେ ଆଲୋଚନା ବେଳେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ସେପଟେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବାଲେଶ୍ୱର ଘଟଣାରେ ଓଡ଼ିଶା ଆସିବା ନେଇ ରଣନୀତି ପ୍ରସ୍ତୁତ କରୁଛି ଦଳ । ଆସନ୍ତା ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ସଂସଦରେ ଓଡ଼ିଶା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଯୋଜନା କରୁଛି ବୋଲି କହିଛନ୍ତି ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ।
ଗତ କିଛି ମାସ ହେଲା ଏଆଇସିସିର ଫୋକସରେ ରହିଛି ଓଡ଼ିଶା । ପ୍ରମୁଖ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କୁ ଅକଳରେ ପକାଇବା ସହ ରାସ୍ତାକୁ ଓହ୍ଲାଉଛି । ତେଣୁ କାଲିର ଆନ୍ଦୋଳନ ଜୋରଦାର ହେବ ବୋଲି ଆକଳନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/16/odisha-bandh-called-by-congress-2025-07-16-19-56-32.jpg)