କନକ ବ୍ୟୁରୋ : ପୁଣି ଉଦାରତା ଦେଖାଇଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ରାୟବରେଲିର ହିରିଓମଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଛନ୍ତି । ହରିଓମଙ୍କ ପରିବାର ଓ ରାହୁଲ ଗାନ୍ଧୀ ପାଖାପାଖି ୩୦ ମିନିଟ ଧରି କଥା ହୋଇଥିଲେ । ଏହି କ୍ରମରେ ସେ ପରିବାର ଲୋକଙ୍କ ସହ କଥା ହେବା ସହ ସମବେଦନା ଜଣାଇଛନ୍ତି । 

Advertisment

ରାହୁଲ ଗାନ୍ଧୀ କହିଛନ୍ତି କି, ଏହି ପରିବାର ପୀଡ଼ିତ ଓ ତାଙ୍କୁ ହଇରାଣ କରାଯାଉଛି । ସାରା ଦେଶରେ ଯେଉଁଠି ବି ଦଳିତଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର ହେବ କଂଗ୍ରେସ ପାର୍ଟି ସେମାନଙ୍କ ପାଇଁ ଲଢ଼ିବ । 

ରାୟବରେଲି ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି କି, ଏବେ ଆମ ଦଳ ନା ରାଜ୍ୟରେ ନା କେନ୍ଦ୍ରରେ କେଉଁଠି ବି ସରକାରରେ ନାହିଁ ତଥାପି ଯଥା ସମ୍ଭବ ସହାୟତା ଯୋଗାଇଦିଆଯିବ । ଏହାସହ ସେ ହରିଓମଙ୍କ ପରିବାରକୁ ଯଥେଷ୍ଟ ସହାୟତା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । 

ବଦଳିଲା ଗୁଜରାଟ ମନ୍ତ୍ରିମଣ୍ଡଳ: ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ବରେ ୨୬ ଜଣିଆ କ୍ୟାବିନେଟ୍ ଗଠିତ

ରାହୁଲ ଗାନ୍ଧୀଙ୍କ ସହ ଶିବାକାନ୍ତ ତିୱାରୀ ମଧ୍ୟ ଉପସ୍ଥିତ ଥିଲେ । ଶିବାକାନ୍ତ ଘଟଣା ଘଟିବା ପରେ ଏହାକୁ ଲୋକଲୋଚନକୁ ଆଣିବା ସହ ନ୍ୟାୟ ଦାବିରେ ଏକ କ୍ୟାଣ୍ଡେଲ ମାର୍ଚ୍ଚର ଆୟୋଜନ କରିଥିଲେ । 

ଏହି ଭେଟ ପୂର୍ବରୁ ଉତ୍ତରପ୍ରଦେଶ କଂଗ୍ରେସ କହିଥିଲା କି, କିଛିଦିନ ପୂର୍ବରୁ ହରିଓମଙ୍କୁ ପିଟିପିଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏବେ ତାଙ୍କ ପରିବାର ଅସହାୟ ହୋଇପଡ଼ିଛି । ତେଣୁ ସରକାର ତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଂଗ୍ରେସ କହିଛି ଯାହା ହରିଓମ୍ ବାଲ୍ମୀକିଙ୍କ ସହ ହେଲା ତାହା ଦେଶର ସମ୍ବିଧାନ ପ୍ରତି ଘୋର ଅପରାଧ । ଏହା ଏକ ସଭ୍ୟ ସମାଜ ପ୍ରତି କଳଙ୍କ । କଂଗ୍ରେସ ଅତ୍ୟାଚାର ବିରୋଧରେ ଲଢେଇ ଜାରି ରଖିବ । ଏ ଦେଶ ମନୁବାଦ ମୁତାବକ ନୁହେଁ ବରଂ ବାବା ସାହେବଙ୍କ ସମ୍ବିଧାନ ଧାରାରେ ଚାଲିବ । 

ବିହାର ବିଧାନସଭା ନିର୍ବାଚନ: ଜଟିଳ ହେବ ଜାତି ଗଣିତ

କହିରଖୁ କି, ଉତ୍ତରପ୍ରଦେଶର ରାୟବରେଲିରେ ଚୋର ଭାବି ଦଳିତ ବ୍ୟକ୍ତି ହରିଓମ୍ ବାଲ୍ମୀକିଙ୍କୁ କିଛି ଲୋକ ପିଟି ପିଟି ହତ୍ୟା କରିଥିଲେ । ଏହାପରେ ରାୟବରେଲିରେ ଦଳିତଙ୍କୁ ନ୍ୟାୟ ଦାବିରେ ଲୋକେ ସଡ଼କ ଉପରକୁ ଓହ୍ଲାଇଥିଲେ । ଖବର ପାଇ ଆଜି ବିରୋଧୀଦଳ ନେତା ତଥା ରାୟବରେଲି ସାଂସଦ ରାହୁଲ ଗାନ୍ଧୀ ହରିଓମ୍ ପରିବାରକୁ ଭେଟିଥିଲେ ।