କନକ ବ୍ୟୁରୋ : ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି । ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗାନ୍ଧିନଗର ମହାତ୍ମା ମନ୍ଦିରରେ ଶପଥ ସମାରୋହ ଆୟୋଜନ କରାଯାଇଥିଲା ।  ହର୍ଷ ସଂଘଭି ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଗୁଜରାଟର ନୂଆ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ୍ ୨୬ ଜଣ ସ୍ଥାନ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ୮ଜଣ କ୍ୟାବିନେଟ୍ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ, ଏପରି ମୋଟ୍ ୧୬ ଜଣ ମନ୍ତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ କିଛି ବାଦ୍ ପଡ଼ିଥିବା ବେଳେ କିଛି ବିଧାୟକଙ୍କ ମନ୍ତ୍ରୀ ପଦ ବଜାୟ ରହିଛି ।  ଉତ୍ତର ଜାମନଗର ବିଧାୟିକା ତଥା କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । 

Advertisment

ଏସ୍‌ଆଇ ପରୀକ୍ଷା ଦୁର୍ନୀତିକୁ ମାମଲା : ଏବେ ବି ଫେରାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

ନୂଆ ମନ୍ତ୍ରିମଣ୍ଡଳ ଗଠନ ପାଇଁ ଗତକାଲି ସମସ୍ତ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ପରେ ଏକ ବୈଠକରେ ଏମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଆଜି ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛି । ୨୦୨୭ ନିର୍ବାଚନକୁ ଆଖି ଆଗରେ ରଖି ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯାଇଛି । ନୂଆ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ବିଧାୟକ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । 

ଏସ୍‌ଆଇ ପରୀକ୍ଷା ଦୁର୍ନୀତିକୁ ମାମଲା : ଏବେ ବି ଫେରାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

ଗୁଜରାଟରେ ନୂଆ ମନ୍ତ୍ରିମଣ୍ଡଳ
୨୬ ଜଣିଆ ମନ୍ତ୍ରିମଣ୍ଡଳ ଗଠନ  
ଶପଥ ଗ୍ରହଣ କଲେ ମନ୍ତ୍ରୀ 
ଶପଥ ପାଠ କରାଇଲେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ
ପୁରୁଣା ମନ୍ତ୍ରିମଣ୍ଡଳରୁ ୯ଜଣ ବାଦ୍ 
ପୂର୍ବ ମନ୍ତ୍ରିମଣ୍ଡଳରେ ଥିଲେ ୧୬ ସଦସ୍ୟ 
ଉପମୁଖ୍ୟମନ୍ତ୍ରୀ ହେଲେ ହର୍ଷ ସଂଘଭି
ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଲେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ