କନକ ବ୍ୟୁରୋ : ମୋବାଇଲ ଫୋନକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ। ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ସବୁ ମୋବାଇଲରେ ରହିବ ‘ସଞ୍ଚାର ସାଥୀ’ ଆପ୍। ଏଥିପାଇଁ ସବୁ କମ୍ପାନୀକୁ ୯୦ଦିନ ସମୟ ଦିଆଯାଇଛି । ୨୦୨୬ମାର୍ଚ୍ଚ ମାସରୁ ବିକ୍ରି ହେବାକୁ ଥିବା ସବୁ ମୋବାଇଲରେ ଏହି ସଞ୍ଚାର ସାଥୀ ଆପ୍‌ ପ୍ରି-ଇନଷ୍ଟଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଗୁଡ଼ିକ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । 

Advertisment

ଅଧିକ ପଢନ୍ତୁ... ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ : ବିଧାନସଭାରେ ପରିବେଶ ଓ ପର୍ଯ୍ୟଟନ ବିଭାଗ ଉପରେ ଆଲୋଚନା

ସବୁ ମୋବାଇଲରେ ‘ସଞ୍ଚାର ସାଥୀ’ ଆପ୍ ବାଧ୍ୟତାମୂଳକ
ପ୍ରି-ଇନଷ୍ଟଲ୍ କରିବାକୁ ଫୋନ୍‌ ନିର୍ମାତା କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ
କମ୍ପାନୀ ଗୁଡ଼ିକୁ ୯୦ଦିନର ସମୟ ଦେଇଛନ୍ତି ସରକାର
ଆପ୍‌କୁ ଡିଆକ୍ଟିଭେଟ ବା ନିଷ୍କ୍ରିୟ କରାଯାଇପାରିବ ନାହିଁ ତା’ଉପରେ ଗୁରୁତ୍ବ
IMEI ଫ୍ରଡ, ଫେକ୍‌ କଲ୍‌ ଓ ଚୋରି ମୋବାଇଲ୍‌କୁ ଠାବ କରିବାରେ ସହାୟକ ‘ସଞ୍ଚାର ସାଥୀ’
ସବୁ ବ୍ରାଣ୍ଡର ମୋବାଇଲ ଫୋନ୍‌ରେ ଏହି ଆପ୍‌ ବାଧ୍ୟତାମୂଳକ
ପୁରୁଣା ମୋବାଇଲ୍‌ ଫୋନ୍‌ରେ ସଫ୍ଟୱେୟାର ଅପଡେଟ ପରେ ଆସିବ ‘ସଞ୍ଚାର ସାଥୀ’

ରାଜସ୍ଥାନର ରାଜ୍ୟସଭା ସାଂସଦ କେ.ସି. ବେଣୁଗୋପାଳ ଏକ୍ସରେ ଲେଖିଛନ୍ତି ଯେ ବିଗ୍ ବ୍ରଦର ଆମ ଉପରେ ନଜର ରଖିପାରିବେ ନାହିଁ। ଦୂରସଂଚାର ବିଭାଗର ଏହି ନିର୍ଦ୍ଦେଶ ଅସାମ୍ବିଧାନିକ। ଗୋପନୀୟତାର ଅଧିକାର ସମ୍ବିଧାନର ଧାରା 21 ରେ ଅନ୍ତର୍ଭୁକ୍ତ ଜୀବନ ଏବଂ ସ୍ୱାଧୀନତାର ମୌଳିକ ଅଧିକାରର ଏକ ଅବିଚ୍ଛେଦ୍ୟ ଅଂଶ। ଏକ ପ୍ରି-ଲୋଡେଡ୍ ସରକାରୀ ଆପ୍, ଯାହାକୁ ଅନଇନଷ୍ଟଲ୍ କରାଯାଇପାରିବ ନାହିଁ, ଏହା ପ୍ରତ୍ୟେକ ଭାରତୀୟଙ୍କ ଉପରେ ନଜର ରଖିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ଭୟଙ୍କର ନିରୀକ୍ଷଣ ମେସିନ୍ ।

ଏହା ପ୍ରତ୍ୟେକ ନାଗରିକଙ୍କ ପ୍ରତ୍ୟେକ କାର୍ଯ୍ୟ, କଥାବାର୍ତ୍ତା ଏବଂ ନିଷ୍ପତ୍ତି ଉପରେ ନଜର ରଖିବା ପାଇଁ ଏକ ଉପକରଣ। ଏହା ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣର ଏକ ଅଂଶ। ଏହାକୁ ଜାରି ରଖିବାକୁ ଦିଆଯିବ ନାହିଁ। ଆମେ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରୁଛୁ ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରୁଛୁ।