କନକ ବ୍ୟୁରୋ : କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ପରୀକ୍ଷା ଦେବାକୁ ଯାଉଥିବା ସମୟରେ ବ୍ଲେଡ୍ରେ ଆକ୍ରମଣ । ପୁରୀ ଜିଲ୍ଲା ଗୋପ ଥାନା ନାଗପୁରରେ ଅଭାବନୀୟ ଘଟଣା । ଛାତ୍ରୀ ଜଣକ ଗୋପ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଥିଲେ । ଘର ଠାରୁ ଦୁଇ ଶହ ମିଟର ଦୂରରେ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲେ ଦୁବୃର୍ତ୍ତ ।
ଅଧିକ ପଢନ୍ତୁ : ଛେଳି ଚୋରି ଅଭିଯୋଗରେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ପିଟି ମାରିଦେଲେ ଗ୍ରାମବାସୀ
ଛାତ୍ରୀଙ୍କ ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ତୁରନ୍ତ ନାଗପୁର ମେଡ଼ିକାଲ ଓ ପରେ ଗୁରୁତର ଅବସ୍ଥାରେ ଗୋପ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଚିକିତ୍ସା ସମୟରେ ଛାତ୍ରୀଙ୍କ ବେକରେ ଗଭୀର ଆଘାତ ଲାଗିଛି । ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/06/student-attack-2026-03-06-11-00-32.jpg)