କନକ ବ୍ୟୁରୋ : ଛେଳି ଚୋରି ଅଭିଯୋଗରେ ଛାତ୍ରଙ୍କୁ ପିଟି ପିଟି ମାରିଦେଲେ । ଜଣେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ନିସ୍ତୁକ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ମାଟ୍ରିକ୍ ପରୀକ୍ଷାର୍ଥୀ ଗୁରୁତର ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଇନ୍ଦଖଳି ଗାଁ ହେରୋଗଡ଼ା ସାହିରୁ ଆସିଛି ଏଭଳି ଅମାନବୀୟ କାଣ୍ଡ । ସୂଚନା ଅନୁସାରେ, ହେରୋଗଡ଼ା ସାହିରେ ୪ ଜଣ ଛେଳି ଚୋରି କରିଥିଲେ। ଏହି ସମୟରେ ଗ୍ରାମବାସୀ ସେମାନଙ୍କୁ ଧରିବା ପାଇଁ ଗୋଡ଼ାଇଥିଲେ ।
ତେବେ ୨ ଜଣ ଖସିଯାଇଥିବା ବେଳେ ଅନ୍ୟ ଦୁଇଜଣ ମାଟ୍ରିକ୍ ପରୀକ୍ଷାର୍ଥୀ ଧରାପଡ଼ିଥିଲେ । ଏହାପରେ ଗ୍ରାମବାସୀମାନେ ଦୁଇ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ବାନ୍ଧି ମାଡ଼ ମାରିଥିଲେ । ସେମାନଙ୍କୁ ରାତି ପ୍ରାୟ ୧୧ଟା ବେଳେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।
ଅଧିକ ପଢନ୍ତୁ : ଥମୁନି ହାତୀ-ମଣିଷ ଲଢେଇ , ୨୨ ଦିନରେ ୬ ମୃତ୍ୟୁ
ମୃତ ଓ ଗୁରୁତର ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପରିବାର ଲୋକ ଚୋରି ଘଟଣାକୁ ଅସ୍ବୀକାର କରିଛନ୍ତି । ମାଟ୍ରିକ ପରୀକ୍ଷା ସରିଥିବା ବେଳେ ଏପରି ଏକ ଘଟଣା ସାରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏନେଇ ଝରାଡ଼ିହି, ତିରିଂ, ବହଳଦା ଓ ରାଇରଙ୍ଗପୁର ଟାଉନ୍ ଥାନା ପୁଲିସ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/03/goat-news-2026-03-03-12-07-13.jpg)