କନକ ବ୍ୟୁରୋ : ହୋଲିରେ ଜୀବନ ହାରିଲେ ଯୁବକ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ପୂରଣପ୍ରଧାନ ଗ୍ରାମରେ ଅଭାବନୀୟ ଘଟଣା । ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ। ମୃତ ଯୁବକ ହେଲେ ମନୋଜ ନାୟକ ଓରଫ ମୁନ୍ନା । ସୂଚନା ଅନୁସାରେ, ମନୋଜଙ୍କ ପରିବାରରେ ଅଧିକାଂଶ ସମୟରେ କଳହ ଉପୁଜିଥିଲା । ତେବେ ବୁଧବାର ସନ୍ଧ୍ୟାରେ କଳହ ସବୁ ସୀମା ଟପିଯାଇଥିଲା । ମାନସିକ ଭାରସାମ୍ୟ ହରାଇ ଘର ଭିତରେ ରଶି ଲଗାଇ ଝୁଲି ପଡ଼ିଥିଲେ ମନୋଜ ।

Advertisment

ଅଧିକ ପଢନ୍ତୁ : ସୁନ୍ଦରଗଡ଼ରେ ବିଧବା ମହିଳାଙ୍କ ବିଭତ୍ସ ହତ୍ୟା ଘଟଣାର ପର୍ଦାଫାଶ, ପୁତୁରା ଗିରଫ

 ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କ୍ୟାପିଟାଲ ହସ୍ପିଟାଲକୁ ନିଆ ଯାଇଥିଲା । ଡାକ୍ତର ମୁନାକୁ ମୃତ ଘୋଷଣା କରିଥିଲେ । ବାଳକାଟୀ ଫାଣ୍ଡି ପୁଲିସ ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପ୍ରକିୟା ଜାରିରଖିଛି । ଅନ୍ୟପକ୍ଷରେ ସମ୍ପତ୍ତି ବିବାଦ ପାଇଁ ମୁନା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।