କନକ ବ୍ୟୁରୋ : ସିଏମ୍ସି କାର୍ଯ୍ୟାଳୟ ସମ୍ମୁଖରେ ରହିଛି ଗମ୍ବୁଶିଆ ମାଛଙ୍କ କୁଣ୍ଡ କିନ୍ତୁ ତାହା ନାଁକୁ ମାତ୍ର ପଡ଼ି ରହିଛି । କୁଣ୍ଡରେ ନା ଅଛି ପାଣି, ନା ଅଛନ୍ତି ମାଛ । ଏପଟେ ସହରବାସୀଙ୍କୁ ଅତିଷ୍ଠ କଲେଣି ମଶା , ରଖେଇ ବସେଇ ଦେଉନାହାନ୍ତି । ସଞ୍ଜ ନଇଁଲେ ଘରେ କି ବାହାରେ ରହି ହେଉନି । ତେଲ କି ଧୂଆଁ କିଛି କାମ କରୁନି । ମଶା ଦାଉରେ କଲବଲ କଟକ ସହରବାସୀ । ଏପଟେ ମଶା ବଂଶ ବୃଦ୍ଧି ରୋକିବାକୁ ସିଏମ୍ସି କରିଥିବା ଗମ୍ବୁଶିଆ ମାଛ କୁଣ୍ଡର ଅବସ୍ଥା ନ କହିବା ଭଲ । ସିଏମ୍ସି କାର୍ଯ୍ୟାଳୟ ନିକଟରେ ଥିବା ଦୁଇଟି କୁଣ୍ଡରୁ ଗୋଟିଏରୁ ପାଣି ଶୁଖି ଗଲାଣି, ଅନ୍ୟଟିରେ ମାଟି ଫାଟି ଆଁ କରିଛି । ଏଭଳି ସ୍ଥିତିରେ ମାଛ ଆସିବେ କୁଆଡ଼ୁ । ସେହିପରି ସିଏମ୍ସି ପକ୍ଷରୁ ମଶାଧୂଆଁ ଏବଂ ମଶା ତେଲ ପକାଯାଉଥିଲେ ବି ତାହା ନିମ୍ନମାନର ହୋଇଥିବାରୁ କାମ କରୁନଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ--ଦେବଗଡ଼ର ପରିତ୍ୟକ୍ତ ପଥପ୍ରାନ୍ତ କେନ୍ଦ୍ର;ସଞ୍ଜ ନଇଁଲେ ଜମୁଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା
ଗମ୍ବୁଶିଆ ମାଛ ପାଳନ ଲାଗି ୨୦୦୯ରେ କୁଣ୍ଡର ପୁନରୁଦ୍ଧାର ହୋଇଥିଲା । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ କୁଣ୍ଡର ଆଜି ଏପରି ଅବସ୍ଥା । ମଶାଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ କରାଯାଇଥିବା କୁଣ୍ଡ ଏବେ ନାମକୁ ମାତ୍ର ପଡ଼ି ରହିଛି । ଏ ନେଇ ମେୟର କହିଛନ୍ତି, ଡ୍ରେନ୍ରେ ଗମ୍ବୁଶିଆ ମାଛ ଛଡ଼ାଯାଉଛି । ଡିସେମ୍ବର ମାସରେ ମଶାଙ୍କ ବଂଶ ବିସ୍ତାର ଟିକେ ଅଧିକା ଥାଏ । ଆମେ ତେଲ ପକାଉଛୁ , ଦୁଇ ବେଳା ସବୁ ୱାର୍ଡରେ ମଶା ଧୂଆଁ ବି ଦିଆଯାଉଛି । ହେଲେ ତାହା କେବଳ କଥାରେ । ଏବେ ପ୍ରଶ୍ନ ଉଠୁଛି କେବେ ବ୍ୟବସ୍ଥିତ ହେବ ସିଏମ୍ସିର ମଶାମରା ଅଭିଯାନ ? କେବେ ମଶା ଦାଉରୁ ରକ୍ଷା ପାଇବେ କଟକ ବାସୀ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/15/cmc-2025-12-15-19-04-44.png)