କନକ ବ୍ୟୁରୋ : ଜାତୀୟ ରାଜପଥରେ ଯା’ଆସ କରୁଥିବା ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଗଲା ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଏଥିପାଇଁ ଖର୍ଚ୍ଚ ହେଲା ଲକ୍ଷଲକ୍ଷ ଟଙ୍କା ହେଲା । ହେଲେ ଯାତ୍ରୀଙ୍କ ବଦଳରେ ଏହା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଣ କରିଛନ୍ତି ସାଧାରଣ ଲୋକେ । ୪୯ନଂ ଜାତୀୟ ରାଜପଥ ଦେବଗଡ଼ ଭୂକାବେଡ଼ାଠାରେ ଅଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର । ଯାତ୍ରୀଙ୍କ ସୁବିଧା ପାଇଁ ଏହାର ନିର୍ମାଣ କରାଯାଇଥିଲା । ହେଲେ ଏବେ ଏହା ମଦୁଆ, ନିଶାଡ଼ିଙ୍କ ଭୂସ୍ବର୍ଗ । ମଦ ବୋତଲ ଚଟାଣ ଉପରେ ପଡ଼ିଛି , ବେସିନ୍ ଭାଙ୍ଗିଗଲାଣି । ଶୌଚାଳୟର ବି ସମାନ ଅବସ୍ଥା । ପଥପ୍ରାନ୍ତ କେନ୍ଦ୍ରଟି ଏକ ଭଗ୍ନସ୍ତୁପ ପରି ମନେ ହେଉଛି । ଅଧିକାଂଶ ସାମଗ୍ରୀ ଚୋରି ହୋଇଯାଇଥିବା ଅଭିଯୋଗ ଆସିଛି ।
ଗତ ସରକାର ସମୟରେ ୨୦୧୬-୧୭ରେ ପୂର୍ତ୍ତ ବିଭାଗ ପକ୍ଷରୁ ୩୪ଲକ୍ଷ ୪୪ହଜାର ୪୪୬ଟଙ୍କା ବ୍ୟୟରେ ପଥପ୍ରାନ୍ତ କେନ୍ଦ୍ର ନିର୍ମାଣ କରାଯାଇଥିଲା । ଯାତ୍ରୀଙ୍କ ପାଇଁ ଏଠାରେ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ହେଲେ ବିଭାଗୀୟ ବାବୁଙ୍କ ଅପାରଗତା ପାଇଁ ଏହି କେନ୍ଦ୍ର ଆଜି ଖତ ଖାଉଛି । ୨୦୧୮ରେ ଏହା ଲୋକାର୍ପିତ ହେବା ପରେ ଏକ ସଂସ୍ଥାକୁ ପରିଚାଳନାର ଦାୟିତ୍ବ ଦିଆଯାଇଥିଲା । ପରେ ୨୦୨୪ରେ ଜିଲ୍ଲା ମିସନ ଶକ୍ତି ଜରିଆରେ ଗ୍ରାମ ପଞ୍ଚାୟତ ଲେଭେଲ ଫେଡେରେସନ୍କୁ ଏହାର ଦାୟିତ୍ବ ହସ୍ତାନ୍ତର କରାଗଲା । ହେଲେ ୫ ମାସ ପରିଚାଳନା କରିବା ପରେ ସରକାରୀ ସ୍ତରରେ କୌଣସି ସହାୟତା ମିଳିଲା ନାହିଁ ।
ଅଧିକ ପଢନ୍ତୁ--କାମରେ ଆସୁନି ରାଜପଥ କଡ଼ରେ ଥିବା ପଥପ୍ରାନ୍ତ ସେବାକେନ୍ଦ୍ର ; ମୁଖ୍ୟ ଫାଟକରେ ପଡ଼ିଛି ତାଲା
ବାରମ୍ବାର ପୂର୍ତ୍ତ ବିଭାଗକୁ ଜଣାଇବା ସତ୍ତ୍ବେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ଏହା ବିପର୍ଯ୍ୟସ୍ତ । ଯଦି ପୂର୍ତ୍ତ ବିଭାଗ ଏଥିପ୍ରତି ଗୁରୁତ୍ୱ ପ୍ରଦାନ କରିଥାନ୍ତା ତାହେଲେ ବୋଧେ ଏହା ଏମିତି ଭଗ୍ନସ୍ତୁପରେ ପରିଣତ ହୋଇନଥାନ୍ତା, ଆଉ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ପାଣିରେ ପଡ଼ିନଥାନ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/15/deogarh-2025-12-15-18-18-06.jpg)