କନକ ବ୍ୟୁରୋ : ଓସିଏସ୍‌ ବିଜ୍ଞପ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ବାହାରିବ ଓଏଏସ୍‌, ଓଆରଏସ୍‌ ପଦବୀ । ପୂର୍ବ ବିଜ୍ଞପ୍ତିରେ ପଦବୀ ନଥିବା ଖବର ପ୍ରସାରଣ ହୋଇଥିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୫୧ଟି ଅଧିକ ପଦବୀ ପୂରଣ ପାଇଁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜ୍ଞପ୍ତୀରେ ପଦବୀ ନଥିବାରୁ ଅସନ୍ତୋଷ ଦେଖାଦେଇଥିଲା ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଆରୋପ କରୁଛନ୍ତି ଏବଂ ଗତ ୧୮ ମାସରେ ପ୍ରାୟ ୪୦ ହଜାର ସରକାରୀ ପଦବୀ ପୂରଣ ହୋଇସାରିଛି । ବର୍ତ୍ତମାନ ମଧ୍ୟ ବିଭିନ୍ନ ଆୟୋଗ ଦ୍ୱାରା ଯେଉଁ ପରୀକ୍ଷା କରାଯିବ, ବି‌ଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ଯେତେ ପଦବୀ ଖାଲିଥିବ ସେସବୁ ପୂରଣ କରିବା ପାଇଁ ଆୟୋଗ ଗୁଡିକୁ ସୁପାରିସ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ଏବର୍ଷ ଓଡ଼ିଶାରୁ ବାହାରିବେନି OAS! ଆଶାୟୀଙ୍କ ସ୍ୱପ୍ନ ଭାଙ୍ଗିଦେଲା ଓପିଏସ୍‌ସି

ପୂରଣ ହେବ ଓଏଏସ୍‌ରେ ୧୪, ଓଡିଶା ରାଜସ୍ୱ ସେବା-ଓଆରଏସ୍‌ରେ ୧୧୩ ପଦ । ଓଡିଶା ପରିବହନ ସେବା-ଓଟିଏସ୍‌ରେ ୧୬ଟି ପଦ ପୂରଣ ହେବ । ଓଡିଶା ମଙ୍ଗଳ ସେବା-ଓଡବ୍ଲୁଏସ୍‌ରେ ୮ଟି ପଦବୀ ପୂରଣ ହେବ । ପୂର୍ବରୁ ଓପିଏସ୍ ବିଜ୍ଞପ୍ତିରେ ଏହି ସବୁ ପଦବୀ ପାଇଁ ଉଲ୍ଲେଖ ନଥିଲା । ଆଶାୟୀ ପ୍ରାଥୀମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଅସନ୍ତୋଷ ପରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ । ୧୫୧ଟି ପଦବୀ ପୂରଣ ପାଇଁ ଓପିଏସକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।

ଓସିଏସ୍‌ ବିଜ୍ଞପ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ବାହାରିବ ଓଏଏସ୍‌, ଓଆରଏସ୍‌ ପଦବୀ । ପୂର୍ବ ବିଜ୍ଞପ୍ତିରେ ପଦବୀ ନଥିବା ଖବର ପ୍ରସାରଣ ହୋଇଥିଲା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୫୧ଟି ଅଧିକ ପଦବୀ ପୂରଣ ପାଇଁ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜ୍ଞପ୍ତୀରେ ପଦବୀ ନଥିବାରୁ ଅସନ୍ତୋଷ ଦେଖାଦେଇଥିଲା । ଓଡ଼ିଶା ପ୍ରଶାସନିକ ସେବା-ଓଏଏସ୍‌ରେ ୧୪, ଓଡିଶା ରାଜସ୍ୱ ସେବା-ଓଆରଏସ୍‌ରେ ୧୧୩, ଓଡିଶା ପରିବହନ ସେବା-ଓଟିଏସ୍‌ରେ ୧୬ ଏବଂ ଓଡ଼ିଶା ମଙ୍ଗଳ ସେବା-ଓଡବ୍ଲୁଏସ୍‌ରେ ୮ଟି ପଦବୀ ପୂରଣ ହେବ ।