ନୂଆପଡ଼ାରେ ବିଶାଳ ଶୋଭାଯାତ୍ରା କରି ଜୟଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ, ମଞ୍ଚରୁ ନବୀନଙ୍କୁ କଲେ ଟାର୍ଗେଟ୍

ମଞ୍ଚ ଉପରେ ଆଜି ଭାବବିହ୍ୱଳ ହୋଇପଡିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ନୂଆପଡା ମଞ୍ଚରେ  ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବାବେଳେ କାନ୍ଦିପକାଇଥିଲେ  ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।  ନବୀନ ପଟ୍ଟନାୟକଙ୍କ ବେଇମାନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ କହୁଥିବାବେଳେ  ଭୋ ଭୋ ହୋଇ କାନ୍ଦି ପକାଇଥିଲେ ବିଜେପି ପ୍ରାର୍ଥୀ ।  ଏହି ସମୟରେ  ଜୟ ଢୋଲକିଆଙ୍କୁ ମଞ୍ଚ ଉପରେ ଥିବା ବିଜେପି ନେତା ଆଶ୍ବାସନା ଦେଇଥିଲେ । ଯୁବ ବିଜେପି ନେତା ଅଭିଳାଷ ପଣ୍ଡା ଜୟଙ୍କ ପାଖକୁ ଯାଇ ରୁମାଲରେ  ଲୁହ ପୋଛିଦେଇଥିଲେ ।

mohan

କନକ ବ୍ୟୁରୋ :  ନୂଆପଡାର ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ । କୋମନା ବ୍ଲକରେ ଶୋଭାଯାତ୍ରା କରି ଜନସଭାକୁ ସମ୍ବୋଧିତ କରିଛନ୍ତି ମୋହନ ମାଝି । ଜୟ ଢୋଲକିଆଙ୍କ ପାଇଁ ଭୋଟ ମାଗିଛନ୍ତି । ଜନସଭାକୁ ସମ୍ବୋଧିତ କରି  କୋମନା ମାଟିରୁ ବିରୋଧୀ ଓ ନବୀନ ପଟ୍ଟନାୟକଙ୍କ  ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ବେଇମାନ’ କିଏ ତାର ସଜ୍ଞା ବୁଝାଇଛନ୍ତି ମୋହନ । ନଭେମ୍ବର ୩ ତାରିଖରେ ନବୀନ ପଟ୍ଟନାୟକ ନୂଆପଡ଼ା ଯାଇ ଜୟ ଢୋଲକିଆଙ୍କୁ ବେଇମାନ ବୋଲି କହିଥିଲେ ।  ଆଜି ଏହାର ପାଲଟା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଚୋରିର ମହାନାୟକ ବୋଲି କହି ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି । କାକଟପୁର ଓ ବିଜେପୁର କଥା ଉଠାଇଛନ୍ତି । କାକଟପୁର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କୁ ମନ୍ତ୍ରୀ ପଦ ଲୋଭ ଦେଖାଇ  କିଭଳି ବିଜେଡି ଟିକେଟ୍ ଦେଇଥିଲା, ସେ କଥା କହିଛନ୍ତି । ଏଥିସହ ବିଜେପୁର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କୁ କିଭଳି ନିଜ ଦଳକୁ ନେଇ ଟିକେଟ୍ ଦେଇଥିଲେ, ତା ଉପରେ ମଧ୍ୟ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ଏତିକି ନୁହେଁ, ନିଜ ଦଳର ନେତାଙ୍କୁ ଦଳରୁ ବାହାର କରି ନବୀନ କ’ଣ ବେଇମାନ କରିନାହାନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ାର କୋମନାରେ ଦଳୀୟ ପ୍ରାର୍ଥୀ ଜୟ ଢ଼ୋଲକିଆ ଓ ବରିଷ୍ଠ ନେତାଙ୍କୁ ସାଙ୍ଗରେ ଧରି ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରଚାର କରିଛନ୍ତି ।  ରୋଡ୍ ସୋ’ ବେଳେ ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଛନ୍ତି । ରୋଡ ସୋ’ ପରେ ଆୟୋଜିତ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ୭ କିଲୋମିଟର ରୋଡ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।  

ନବୀନଙ୍କ ସୁରକ୍ଷାରେ ଢିଲା ଥିଲା କି ? କାହିଁକି ଅଧିକ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କଲା ବିଜେଡି

ନୂଆପଡ଼ାରୁ ନବୀନଙ୍କୁ ଟାର୍ଗେଟ

  • ‘ବେଇମାନ’ର ସଜ୍ଞା ବୁଝାଇଲେ ମୁଖ୍ୟମନ୍ତ୍ରୀ
  • ବିଜେଡି ବେଇମାନିର ହିସାବ ରଖିଲେ
  • କାକଟପୁର ଓ ବିଜେପୁର ପ୍ରାର୍ଥୀ ଚୋରି କଥା କହିଲେ
  • ‘କାକଟପୁରରେ ବିଜେପି ପ୍ରାର୍ଥୀଙ୍କୁ ମନ୍ତ୍ରୀ ପଦ ଲୋଭ ଦେଖାଇଥିଲା ବିଜେଡି’
  • ବିଜେପୁରରେ କଂଗ୍ରେସ ନେତାଙ୍କୁ ଆଣି ଟିକେଟ୍ ଦେଇଥିଲା
  • ନଭେମ୍ବର ୩ରେ ଜୟ ଢୋଲକିଆଙ୍କୁ ବେଇମାନ କହିଥିଲେ ନବୀନ
  • ଆଜି ପାଲଟା ଜବାବ ଦେଲେ ମୋହନ ମାଝୀ

ସେପଟେ ମଞ୍ଚ ଉପରେ ଆଜି ଭାବବିହ୍ୱଳ ହୋଇପଡିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ନୂଆପଡା ମଞ୍ଚରେ  ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବାବେଳେ କାନ୍ଦିପକାଇଥିଲେ  ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।  ନବୀନ ପଟ୍ଟନାୟକଙ୍କ ବେଇମାନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମଞ୍ଚ ଉପରେ କହୁଥିବାବେଳେ  ଭୋ ଭୋ ହୋଇ କାନ୍ଦି ପକାଇଥିଲେ ବିଜେପି ପ୍ରାର୍ଥୀ ।  ଏହି ସମୟରେ  ଜୟ ଢୋଲକିଆଙ୍କୁ ମଞ୍ଚ ଉପରେ ଥିବା ବିଜେପି ନେତା ଆଶ୍ବାସନା ଦେଇଥିଲେ । ଯୁବ ବିଜେପି ନେତା ଅଭିଳାଷ ପଣ୍ଡା ଜୟଙ୍କ ପାଖକୁ ଯାଇ ରୁମାଲରେ  ଲୁହ ପୋଛିଦେଇଥିଲେ ।  ସୋମବାରଦିନ  ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକ ନୂଆପଡା ଗସ୍ତରେ ଯାଇ ବିଜେପି ଉପରେ ବର୍ଷିଥିଲେ ।  ଜୟ ଢୋଲକିଆଙ୍କୁ ବେଇମାନ ବୋଲି  କହିଥିଲେ । ଏହାପରେ ରାଜ୍ୟରେ ଜୋର ଧରିଛି ରାଜନୀତି । ବିଜେଡି-ବିଜେପି କଥା କଟାକଟି ଜାରି ରହିଥିବାବେଳେ  ଆଜି ନୂଆପଡା ମଞ୍ଚରୁ ସିଧାସଳଖ ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । 

ଆଣ୍ଠେଇଛି ଆମ୍ବୁଲାନ୍ସ ସେବା ; ଅଗ୍ନିଶମ ଗାଡ଼ିରେ ବୁହା ହେଲେ ରୋଗୀ

ଅନ୍ୟପଟେ  ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ  ନୂଆପଡାରେ ପ୍ରଚାର କରିଛନ୍ତି ।  ନୂଆପଡା ବ୍ଲକ ପଞ୍ଚମପୁରରେ  ସେ ବିଜେପି ସାଧାରଣ ସଭାରେ ଯୋଗଦେଇଥିଲେ । ସାଧାରଣ ସଭାରେ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଥିଲେ ବିଷ୍ଣୁଦେବ । କହିଥିଲେ , ଉଭୟ ଦଳ ଲୋକଙ୍କ ପ୍ରତି ପ୍ରତାରଣା ଓ ବିଶ୍ବାସଘାତ କରିଛନ୍ତି । ସଭାରେ ରାଜ୍ୟରେ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe