Aeroplane Accident Photograph: (Kanak News)
କନକ ବ୍ୟୁରୋ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଓ ବିମାନ କର୍ମଚାରୀ । ଏୟାର ଇଣ୍ଡିଆର ଏକ ବିମାନ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି । ମୁମ୍ବାଇରୁ ପୁଣେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ପୁଣେ ବିମାନବନ୍ଦରରେ ଅବତରଣ କରିବା ବେଳେ ରନୱେରୁ ଖସି ଯାଇଥିଲା । ପରେ ଏହା ତ୍ରୁଟି ସୁଧାରି ୨୫ ମିନିଟ୍ ପରେ ଅବତରଣ କରିଥିଲା ।
ଅଧିକ ପଢନ୍ତୁ : ଦୁର୍ଘଟଣାଗସ୍ତ ହେଲା ଏୟାର ଆମ୍ବୁଲାନ୍ସ, ରୋଗୀଙ୍କ ସମେତ ବିମାନରେ ଥିବା ସମସ୍ତ ୭ ଜଣଙ୍କ ମୃତ୍ୟୁ
ବିମାନରେ ପ୍ରାୟ ୧୬୦ ଜଣ ଯାତ୍ରୀ ଥିଲେ। ସ୍ଥିତି ସମ୍ପର୍କରେ ଯାତ୍ରୀଙ୍କୁ କିଛି ସୂଚନା ଦିଆଯାଇନଥିଲା । ସମସ୍ତେ ଆତଙ୍କିତ ହୋଇପଡ଼ିଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଅବତରଣ କରିଥିବା ଏୟାର ଇଣ୍ଡିଆ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ରନୱେକୁ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି ।
Follow Us