କନକ ବ୍ୟୁରୋ : ଭାରତୀୟ ବାୟୁସେନାର ହାଲୁକା ଲଢ଼ୁଆ ବିମାନ ତେଜସ୍ ଅବତରଣ କରିବା ସମୟରେ ଦୁର୍ଘଟଣାର ଶିକାର ହେବା ପରେ ବିମାନକୁ ନେଇ ବଡ଼ଧରଣ ତଦନ୍ତ ଓ ବୈଷୟିକ ଯାଞ୍ଚ ଆରମ୍ଭ ହୋଇଯାଇଛି। ତଦନ୍ତ ଚାଲିଥିବା ପର୍ଯ୍ୟନ୍ତ ବାୟୁସେନା ତେଜସ୍ର ସମସ୍ତ ୩୦ ବିମାନର ଉଡ଼ାଣ ବନ୍ଦ କରିଛି। ଚଳିତ ମାସ ପ୍ରଥମ ସପ୍ତାହରେ ତେଜସ୍ ବିମାନ ଅବତରଣ କରିବା ସମୟରେ ରନୱେରୁ ବାହାରି ଯାଇଥିଲା । ପ୍ରାରମ୍ଭିକ ତଦନ୍ତରୁ ବ୍ରେକ୍ ଫେଲ୍ ହୋଇଥିବା ଅନୁମାନ କରାଯାଉଛି ।
ନ୍ୟୁଜ ଏଜେନ୍ସି ଏଏନ୍ଆଇ ସୂଚନା ଅନୁଯାୟୀ, ଚଳିତ ମାସ ୭ ତାରିଖରେ ଏହି ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ ଏ ବିଷୟରେ ଜଣାପଡ଼ିଛି। ପ୍ରଶିକ୍ଷଣ ଉଡ଼ାଣ ପରେ ବିମାନ ଏୟାରବେସ୍କୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ପାଇଲଟ ବିମାନକୁ ଅବତରଣ କରାଇବା ସମୟରେ ବ୍ରେକ୍ ଲଗାଉଥିବା ଥିବା ସମୟରେ ବ୍ରେକ୍ ଧରିନଥିଲା ଓ ଏହା ରନୱେ ବାହାରକୁ ଚାଲି ଯାଇଥିଲା। ଦୁର୍ଘଟଣା ପୂର୍ବରୁ ପାଇଲଟ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ଚାଲି ଆସିଥିଲେ। ପାଇଲଟ ସୁରକ୍ଷିତ ଥିବାବେଳେ ବିମାନ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣା କେଉଁ ଏୟାରବେସ୍ରେ ହୋଇଥିଲା ତାହା ପ୍ରକାଶ କରାଯାଇନାହିଁ। ଏହି ଘଟଣା ପରେ ବାୟୁସେନା ପାଖାପାଖି ୩୦ଟି ଏକକ ସିଟ୍ ବିଶିଷ୍ଟ ତେଜସ୍ ବିମାନର ସମ୍ପୂର୍ଣ୍ଣ ଉଡ଼ାଣ ବନ୍ଦ କରିଦେଇଛି। ତଦନ୍ତ ଓ ସମ୍ପୂର୍ଣ୍ଣ ଯାଞ୍ଚ ଶେଷ ନ ହେବା ପର୍ଯ୍ୟନ୍ତ ବିମାନ ଉଡ଼ାଣ ଭରିବ ନାହିଁ। ତେଜସ୍ ଦୁର୍ଘଟଣା ସମ୍ପର୍କରେ ବାୟୁସେନା ପକ୍ଷରୁ କୌଣସି ବିଧିବଦ୍ଧ ବୟାନ ଆସିନାହିଁ। ତେଜସ୍ ବିମାନ ସମ୍ପର୍କିତ ଏହା ତୃତୀୟ ଦୁର୍ଘଟଣା ।
ଅଧିକ ପଢ଼ନ୍ତୁ---ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ହେଉ ସିବିଆଇ ତଦନ୍ତ
ପ୍ରଥମ ଦୁର୍ଘଟଣା ମାର୍ଚ୍ଚ ୨୦୨୪ରେ ହୋଇଥିଲା। ଜୈସାଲମେର୍ ନିକଟରେ ତେଜସ୍ ବିମାନ ଦୁର୍ଘଟଣଣାଗ୍ରସ୍ତ ହୋଇଥିଲା, ତେବେ ପାଇଲଟ୍ ବର୍ତ୍ତି ଯାଇଥିଲେ। ଦ୍ବିତୀୟ ଥର ପାଇଁ ନଭେମ୍ବର ୨୦୨୫ରେ ଦୁବାଇ ଏୟାର ସୋ’ରେ ଏରିଏଲ ଡିସ୍ପ୍ଲେ ପରେ ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁବାଇର ଅଲ ମକତୁମ ବିମାନବନ୍ଦରଠାରେ ଏୟାର ସୋ’ ବେଳେ ବିମାନ ତଳକୁ ଖସିବା ପରେ ଏଥିିରେ ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶ ଶ୍ୟାଲଙ୍କ ମୃତ୍ୟୁ ହୋଇଥିଲା। ନମଂଶଙ୍କ ଘର ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ। ତେଜସ୍ ଏମ୍କେ୧ଏ କାର୍ଯ୍ୟକ୍ରମରେ ବିଳମ୍ବ ହେବା ସହିତ, ବାୟୁସେନା ୧୮୦ଟି ଏମ୍କେ୧ଏ ଲଢ଼ୁଆ ବିମାନ ପାଇଁ ଅର୍ଡର ଦେବା ସତ୍ତ୍ୱେ ଡେଲିଭରି ସମୟସୀମା ପ୍ରାୟ ଦୁଇ ବର୍ଷ ବିଳମ୍ବରେ ଚାଲିଥିବା ବେଳେ ଏହି ସଦ୍ୟତମ ଦୁର୍ଘଟଣା ଘଟିଛି। ଏମ୍କେ୧ଏ ହେଉଛି ଭାରତୀୟ ବାୟୁସେନା ସହିତ ବର୍ତ୍ତମାନ ସେବାରେ ଥିବା ତେଜସ୍ ଜେଟ୍ର ଏକ ଅପଗ୍ରେଡେଡ୍ ମଡେଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/23/tejas-2026-02-23-15-52-29.jpg)