କନକ ବ୍ୟୁରୋ : ଦୁର୍ଘଟଣାଗସ୍ତ ହେଲା ଏୟାର ଆମ୍ବୁଲାନ୍ସ । ବିମାନରେ ଥିବା ୭ ଜଣଙ୍କ ମୃତ୍ୟୁ । ଝାଡଖଣ୍ଡରୁ ଦିଲ୍ଲୀ ଯାଉଥିବା ଏହି ଏୟାର ଆମ୍ବୁଲାନ୍ସରେ ଥିବା ସମସ୍ତ ସାତଜଣ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି । ପୋଡିଯାଇଥିବା ଜଣେ ରୋଗୀଙ୍କୁ ନେଇ ଝାଡଖଣ୍ଡରୁ ଦିଲ୍ଲୀ ବାହାରିଥିଲା ଏୟାର ଆମ୍ବୁଲାନ୍ସ । ଉଡାଣର କିଛି ସମୟ ପରେ ବିମାନଟି ସୋମବାର ରାତିରେ ଝାଡ଼ଖଣ୍ଡର ଛତ୍ରା ଜିଲ୍ଲାର ସିମରିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ରୋଗୀ, କ୍ୟୁ ସଦସ୍ୟଙ୍କ ସହ ବିମାନରେ ଥିବା ସାତ ଜଣଙ୍କର ଜୀବନ ଯାଇଛି ।

Advertisment

ଦୁର୍ଘଟଣାର କିଛି ଘଣ୍ଟା ପରେ ଏହି ନିଶ୍ଚିତ ହୋଇଛି । ପୂର୍ବରୁ ରିପୋର୍ଟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କଥା କୁହାଯାଇଥିଲା, କିନ୍ତୁ ଚତ୍ରା ଡେପୁଟି କମିଶନର କୀର୍ତ୍ତିଶ୍ରୀ ଜି ପରେ କହିଛନ୍ତି ଯେ ବିମାନରେ ଥିବା ସମସ୍ତେ ମୃତ୍ୟୁବରଣ କରିଛନ୍ତି । ଏସଡିପିଓ ଶୁଭମ ଖଣ୍ଡେଲୱାଲ କହିଛନ୍ତି ଯେ ବିମାନରେ ଥିବା ସମସ୍ତ ସାତଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ହେଉଛନ୍ତି କ୍ୟାପ୍ଟେନ୍ ବିବେକ ବିକାଶ ଭଗତ, ସହ କ୍ୟାପ୍ଟେନ୍ ସବ୍ରଜଦୀପ, ରୋଗୀ ସଞ୍ଜୟ କୁମାର, ଅର୍ଚ୍ଚନା ଦେବୀ, ଡାକ୍ତର ବିକାଶ କୁମାର ଗୁପ୍ତାଙ୍କ ସହ ୭ ବିମାନରେ ଥିବା ସମସ୍ତଙ୍କ ମୃତ୍ୟୁ ହୋଇଛି ।

ଅଧିକ ପଢନ୍ତୁ : ବରଫ ଝଡ଼ ଯୋଗୁ ଦୁର୍ଘଟଣାଗସ୍ତ ହେଲା ଆମେରିକାର ଘରୋଇ ବିମାନ : ୭ ମୃତ୍ୟୁ

 ରେଡବର୍ଡ ଏୟାରୱେଜ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ପରିଚାଳିତ ବିଚ୍‌କ୍ରାଫ୍ଟ ସି୯୦ ବିମାନଟି  ରାଞ୍ଚିରୁ ଦିଲ୍ଲୀର ଏକ ମେଡିକାଲ ଯାଉଥିଲା । ବିମାନଟି ସନ୍ଧ୍ୟା ୭:୧୧ରେ ରାଞ୍ଚିରୁ ଉଡ଼ାଣ କରିଥିଲା ଏବଂ ପ୍ରାୟ ୧୦ଟାରେ ଦିଲ୍ଲୀରେ ଅବତରଣ କରିବାର ନିର୍ଦ୍ଧାରିତ ଥିଲା । ଡିଜିସିଏ, ଅନୁଯାୟୀ, ବିମାନଟି  ସନ୍ଧ୍ୟା ୭:୩୪ରେ କଲିକତା ରାଡାର ସମ୍ପର୍କ ହରାଇଥିଲା, ଲାତେହର ଜିଲ୍ଲାର ଚାନ୍ଦୱାର ବାସିନ୍ଦା ସଞ୍ଜୟ କୁମାର ୬୫%  ପୋଡିଯାଇଥିବା ବେଳେ ଗୁରୁତର ଥିଲେ । ଏହି ଘଟଣା ପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଏଆଇବି)ର ଏକ ଟିମ୍ ଦୁର୍ଘଟଣାର କାରଣ ତଦନ୍ତ କରିବାକୁ ପଠାଯାଇଛି ।