କନକ ବ୍ୟୁରୋ : ନୂଆ ବର୍ଷରେ ସରକାର ଦେଲେ ଭେଟି । ଏଣିକି ସମ୍ପ୍ରସାରଣ ସହ ବିକାଶ ପଥେ ଆଗେଇବ ସହର । ହେଲେ ସ୍ୱଚ୍ଛତା କଥା ଆସିଲେ, ଯେପରି ପଛରେ ପଡ଼ିଯାଇଛି । ଶୌଚାଳୟ ଥାଇ ବି ନଥିଲା ଭଳି ।

Advertisment

ବିଜ୍ଞାପନ ପୋଷ୍ଟରରେ ଛାଇଯାଇଛି ଶୌଚାଳୟ କବାଟ । କେଉଁଠି ଝୁଲୁଛି ତାଲା, କେଉଁଠି ପାଲଟିଛି ବୁଲା କୁକୁରଙ୍କ ଶୋଇବା ସ୍ଥାନ । ଆଉ କେଉଁଠି ଶୌଚାଳୟ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ । ଅଳିଆ ଆବର୍ଜନାରେ ଭର୍ତ୍ତି, ଦୁର୍ଗନ୍ଧମୟ ପରିବେଶ । ଏଭଳି ସ୍ଥିତିରେ ଲୋକେ ଶୌଚ ପାଇଁ ରାସ୍ତାକଡ଼ ଓ କାନ୍ଥବାଡ଼କୁ କରିଛନ୍ତି ଭରସା । ରେଶମ ସହର ବ୍ରହ୍ମପୁରରେ ଏମିତି ଅବସ୍ଥାକୁ ଦେଖିଲେ ଏଠାରେ ସ୍ୱଚ୍ଛ ଭାରତ ମିଶନ କେତେ କାର୍ଯ୍ୟକାରୀ ହେଉଛି ତାହା ସହଜରେ ଅନୁମେୟ ।

ଅଧିକ ପଢ଼ନ୍ତୁ : କୁହୁଡ଼ି ଉଜାଡ଼ିଲା ଚାଷ ; ପନିପରିବା ନଷ୍ଟ ହେବାରୁ ଚିନ୍ତାରେ ଚାଷୀ

ସହରକୁ ସ୍ୱଚ୍ଛ ସୁନ୍ଦର କରିବାକୁ ୨୦୧୫-୧୬ରେ ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ତତ୍କାଳୀନ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ୨ଟି ପର୍ଯ୍ୟାୟରେ ଦେଇଥିଲେ ପ୍ରାୟ ଦେଢ଼ କୋଟି ଟଙ୍କା । ଶୌଚାଳୟ ତ ନିର୍ମାଣ ହେଲା । କିନ୍ତୁ ପାଣି ଓ ସଫେଇ କର୍ମଚାରୀଙ୍କ ଅଭାବରୁ ଅନେକ ସ୍ଥାନରେ ଏହା ବ୍ୟବହାର ନହୋଇ ପଡ଼ିରହିଛି । ଏ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମହାନଗର ନିଗମ କମିସନର କହିଛନ୍ତି ।

ସହରରେ ୭୦ଟି ସ୍ଥାନରେ ରହିଛି ଶୌଚାଳୟ । ସୁଲଭ ଇଣ୍ଟରନ୍ୟାସନାଲ ସୋସିଆଲ ସର୍ଭିସ ହାତରେ ୨୨ଟି ଶୌଚାଳୟର ପରିଚାଳନା ଦାୟିତ୍ୱ । ବଳକା ଶୌଚାଳୟର ଦାୟିତ୍ୱ ଏସ୍‌ଏଚ୍‌ଜି ମହିଳାଙ୍କ ହାତରେ ।