କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମର କଳେବର ବଢ଼ିବ । ବିଜ୍ଞପ୍ତି ପ୍ରକାଶ ପରେ ୩୦ ଦିନ ଭିତରେ ଆପତ୍ତି, ପରାମର୍ଶ ଦେଇପାରିବେ ଲୋକ । ତେବେ ଗ୍ରେଟର ବ୍ରହ୍ମପୁରର ସଂଜ୍ଞା ସତରେ ସତ ହେବ ତ ?

Advertisment

୧୪ ପଞ୍ଚାୟତର ୩୪ ରାଜସ୍ୱ ଗାଁ ମିଶିବା ପରେ ବଦଳିବ ମହାନଗର ନିଗମର ରୂପରେଖ । ୨୦୧୧ ଜନଗଣନା ଅନୁସାରେ ମହାନଗର ନିଗମର ଲୋକସଂଖ୍ୟା ଥିଲା ୩ଲକ୍ଷ ୫୬ହଜାର ୫୯୮ । ଏବେ ତାହା ବଢ଼ି ୪ଲକ୍ଷ ୫୩ହଜାର ୮୮୩ ହୋଇଛି । ନୂଆ ଜନଗଣନା ପରେ ଏହି ସଂଖ୍ୟା ଆହୁରି ବଢ଼ିବ । ତେଣୁ ମହାନଗର ନିଗମରେ ମିଶୁଥିବା ଅଧିକ ଲକ୍ଷେ ଲୋକଙ୍କ ଲାଗି ସେବା ଯୋଗାଇବା ପ୍ରଶାସନ ପାଇଁ ଆହ୍ୱାନ ହେବ । ପରିସୀମା ବଢ଼ିଥିବାରୁ ୱାର୍ଡ ସଂଖ୍ୟା ବି ବଢ଼ିବ । ତେଣୁ ଅଧିକ ପାଣ୍ଠିର ଆବଶ୍ୟକତା ପଡ଼ିବ ।

ଅଧିକ ପଢ଼ନ୍ତୁ : ଗ୍ରେଟର ବ୍ରହ୍ମପୁର ପାଇଁ ରାତି ଅନିଦ୍ରା ପ୍ରଶାସନ: ସରୁନି ଫାଇଲ୍‌ ଚାଷ, ଦେଖାଦେଉଛି ନୂଆ ସମସ୍ୟା

ଗେଜେଟ୍‌ ନୋଟିଫିକେସନ୍‌ ପ୍ରକାଶ ପରେ ବି ଚାପି ଦେଇଥିଲା ବିଜେଡି ସରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ବି ହୋଇନଥିଲା କାର୍ଯ୍ୟକାରୀ । ଦୀର୍ଘ ବର୍ଷ ଧରି ସହରତଳି ଅଞ୍ଚଳକୁ ମହାନଗରରେ ମିଶ୍ରଣ ଲାଗି ଲଢ଼େଇ ଚାଲିଥିଲା । ୧୯୯୦ ମସିହାରେ ଆମ୍ବପୁଆ ମହାନଗର ନିଗମରେ ସାମିଲ ହେବା ପରେ ଏହା ଦ୍ୱିତୀୟ ବୃହତ ମିଶ୍ରଣ ପ୍ରକ୍ରିୟା ।

ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁରକୁ ନେଇ ‘ଗ୍ରେଟର ବ୍ରହ୍ମପୁର’ ହେବ ବୋଲି କୁହାଯାଉଥିଲା ବେଳେ କେବଳ ୧୪ ପଞ୍ଚାୟତ ମିଶ୍ରଣ ଏହାକୁ କେତେ ସଫଳ କରିବ ଦେଖିବାକୁ ବାକି ରହିଲା ।