ସହରର ବର୍ଜ୍ୟଜଳ ସମୁଦ୍ରରେ ମିଶିବା ଆଗରୁ ହେବ ବିଶୋଧନ, ବାଙ୍କୀ ମୁହାଣରେ ଆଧୁନିକ ଢାଞ୍ଜାରେ ହେବ ଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟ

ପୁରୀ ବାଙ୍କୀ ମୁହାଣରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପ୍ରତିଷ୍ଠା ହେବ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ । ନିର୍ମାଣ ପାଇଁ ୩୭ କୋଟି ୪୯ ଲକ୍ଷ ଟଙ୍କା ଏବଂ ପରିଚାଳାନା ପାଇଁ ୧୧ କୋଟି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୯ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରାରମ୍ଭିକ ଭାବେ ଏହାର ଟପୋଗ୍ରାଫିକ ସର୍ଭେ ସହ ଜିଓ ଟେକ୍ନିକାଲ ତଦନ୍ତ କରାଯାଇ ଆରମ୍ଭ ହେବ କାମ ।

BANKI

କନକ ବ୍ୟୁରୋ : ଏଣିକି ସହରର ବର୍ଜ୍ୟଜଳ ସମୁଦ୍ରରେ ମିଶିବା ଆଗରୁ ବିଶୋଧନ ହେବ । ଦୈନିକ ୧୫ ନିୟୁତ ଲିଟର ଜଳ ବିଶୋଧନ ପରେ ସମୁଦ୍ରକୁ ଛଡ଼ାଯିବ । ପୁରୀ ବାଙ୍କୀ ମୁହାଣରେ ଆଧୁନିକ ଢାଞ୍ଚାରେ ପ୍ରତିଷ୍ଠା ହେବ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ। ଏସଟିପି ପ୍ରତିଷ୍ଠା ସହ ୧୦ ବର୍ଷର ପରିଚାଳନା ପାଇଁ ଖର୍ଚ୍ଚ ହେବ ୪୮ କୋଟି ୭୪ ଲକ୍ଷ ଟଙ୍କା । 

ଆହୁରି ପଢ଼ନ୍ତୁ -ବିଚିତ୍ର ଭତ୍ତା ବଣ୍ଟନ ବ୍ୟବସ୍ଥା ; ବଞ୍ଚି ଥାଉ ଥାଉ ବର୍ଦ୍ଧିତ ଭତ୍ତା ପାଇଁ ବୃଦ୍ଧାଙ୍କୁ ମାରିଦେଲେ

ପୁରୀ ବାଙ୍କୀ ମୁହାଣରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପ୍ରତିଷ୍ଠା ହେବ ସ୍ବେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ । ନିର୍ମାଣ ପାଇଁ ୩୭ କୋଟି ୪୯ ଲକ୍ଷ ଟଙ୍କା ଏବଂ ପରିଚାଳାନା ପାଇଁ ୧୧ କୋଟି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୯ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରାରମ୍ଭିକ ଭାବେ ଏହାର ଟପୋଗ୍ରାଫିକ ସର୍ଭେ ସହ ଜିଓ ଟେକ୍ନିକାଲ ତଦନ୍ତ କରାଯାଇ ଆରମ୍ଭ ହେବ କାମ ।

ଆହୁରି ପଢ଼ନ୍ତୁ -ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ଓଡ଼ିଶା:  ୪ ହଜାର ୩୫୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

ପୁରୀରେ ବର୍ଜ୍ୟ ଜଳ ନିଷ୍କାସନ ପାଇଁ ଆବଶ୍ୟକ ନାଳ ନାହିଁ । ରିପୋର୍ଟ ମୁତାବକ, ଏବେ ପୁରୀ ସହର ମଧ୍ୟରେ ୧୭୯ କିଲୋମିଟର ପରିବ୍ୟାପ୍ତ କଚ୍ଚା ନାଳ ଏବଂ ୧୨୫ କିଲୋମିଟର ପକ୍କା ନାଳ ରହିଛି । ସହରର ୬୦ ପ୍ରତିଶତରୁ ଅଧିକ ଅଞ୍ଚଳରେ ଅପରିଷ୍କାର ଜଳ ନିଷ୍କାସନ ହେଉଛି । ବିନା ବିଶୋଧନରେ ଅନେକ ବର୍ଜ୍ୟ ଜଳ ସମୁଦ୍ରକୁ ସିଧାସଳଖ ଛଡ଼ାଯାଉଛି । ସେଥିଲାଗି ବିଭିନ୍ନ ସ୍ଥାନରେ ଚେକ୍‌ ଡ୍ୟାମ ନିର୍ମାଣ କରାଯାଇ ବର୍ଜ୍ୟଜଳର ବିଶୋଧନ ପରେ ସମୁଦ୍ରକୁ ଛଡ଼ାଯିବାକୁ ଲକ୍ଷ୍ୟ ରଖାଯାଇଛି । 

ଆହୁରି ପଢ଼ନ୍ତୁ -ବଦଳିଲା ସରକାରୀ ସ୍କୁଲ୍‌ର ଚିତ୍ର;ଉନ୍ନତୀକରଣ ସାଙ୍ଗକୁ ହେଲା ସୌନ୍ଦର୍ଯ୍ୟୀକରଣ

୨୦୧୮ରେ ବାଙ୍କୀ ମୁହାଣ ନିକଟରେ ୫ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଏକ ଏସଟିପି  ପ୍ରତିଷ୍ଠା ହୋଇଥିଲା। ଏବେ ଏସଟିପି କାର୍ଯ୍ୟକ୍ଷମ  ନଥିବାରୁ ବର୍ଜ୍ୟଜଳ ସାଧାସଳଖ ଯାଇ ସମୁଦ୍ରରେ ମିଶିବା ସହ ସମୁଦ୍ର ପାଣି ପ୍ରଦୂଷିତ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe