କନକ ବ୍ୟୁରୋ: ଦେବଗଡ଼ ରିଆମାଳରେ ଜଙ୍ଗଲରୁ ଉଦ୍ଧାର ଶିଶୁ କଟକ ସ୍ଥାନାନ୍ତର। କଟକ ଶିଶୁଭବନରେ ଚାଲିଛି ୫ ବର୍ଷର ଶିଶୁର ଚିକିତ୍ସା ।  ବ୍ଲକ ପଳସମା ପଞ୍ଚାୟତ ଜିୟନ୍ତୀପାଲି ଗ୍ରାମର ଦୁଷ୍ମନ୍ତ ମାଝୀ ଓ ତାଙ୍କ ସ୍ତ୍ରୀ ରିଙ୍କି ମାଝୀ ଗତ ବୁଧବାର ଦିନ ଦୁଷ୍ମନ୍ତଙ୍କ ଶଶୁର ଘରକୁ ଯାଇଥିଲେ  । ଶଶୁର ଘରେ ହୋଇଥିବା ପାରିବାରିକ ଭୋଜିରେ ଯୋଗଦାନ କରିବା ପରେ ଗତ ଶନିବାର ସନ୍ଧ୍ୟାରେ ଶଶୁର ଘର ଝରାବେରେନି ଗ୍ରାମରୁ ନିଜ ଗ୍ରାମକୁ ଫେରୁଥିବାବେଳେ ପୁରୁଣା ଘଟଣାକୁ ନେଇ ଉଭୟଙ୍କ ମଧ୍ୟ୍ୟରେ କଲହ ହେବାପରେ ଦଲକ ଛକ ରାସ୍ତାକଡ଼ରେ ମଟରସାଇକେଲ ରଖି ଜଙ୍ଗଲ ଭିତରକୁ ଯାଇ ସ୍ବାମୀ ସ୍ତ୍ରୀ  କୀଟନାଶକ ଖାଇ ଜଙ୍ଗଲରେ ପଡ଼ିଥିବା ବେଳେ ପାଖରେ ଥିବା ଶିଶୁପୁତ୍ର ରାତି ସାରା ବାପା ମାଙ୍କ ପାଖରେ ଥିବା ସତ୍ତ୍ବେ ସକାଳୁ ରାସ୍ତା ଉପରକୁ ଆସି ଶିଶୁ ପୁତ୍ର ଆସି ରାସ୍ତାରେ ଛିଡା ହୋଇ ଥିବା ବେଳେ ଜଣେ ଟ୍ରକ ଡ୍ରାଇଭର ଶିଶୁ ଥଣ୍ଡାରେ ଛିଡା ହୋଇଥିବା ଦେଖି ଶିଶୁ କୁ ପଚାରି ବୁଝିବା ପରେ ଘଟଣା ସମ୍ପର୍କ ରେ ଜାଣିବାକୁ ପାଇବା ପରେ ଟ୍ରକ ଚାଳକ ଦଳକ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ ।

Advertisment

ଅଧିକ ପଢନ୍ତୁ;  ରାଜ୍ୟରେ ହଜାର ହଜାର ପିହୁଙ୍କ ମିଳୁନି ପତ୍ତା ! ୨ ବର୍ଷ ଭିତରେ ହଜିଲେଣି ପ୍ରାୟ ୧୧ ହଜାର ଶିଶୁ

ସୂଚନା ପାଇ ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଜଙ୍ଗଲରୁ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଦା ଡାକ୍ତର ଖାନାକୁ ନେଇଥିଲେ ସେଠାରେ ଦୁଷ୍ମନ୍ତ ମାଝୀକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସ୍ତ୍ରୀ ରିଙ୍କି ମାଝୀଙ୍କୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ମାତ୍ର ଅନଗୁଳ ମୁଖ୍ୟ ଚିକିତ୍ସା ଳୟ ରେଚିକିତ୍ସାଧିନ ଅବସ୍ଥାରେ ରିଙ୍କିଙ୍କ ମୃତ୍ୟୁ ହୋଇ ଥିଲା । ସେହିପରି ତାଙ୍କର ଶିଶୁ ପୁତ୍ର ଗୌରବ ଗୁରୁତର ହେବାରୁ ଗୌରବକୁ କଟକ ଶିଶୁ ଭବନକୁ ସ୍ଥାନକ୍ଷତରିତ କରାଯାଇଛି । ମୃତକ ରିଙ୍କିଙ୍କ ଆଜି ଅନଗୁଳରେ ଶବ ବ୍ୟବଚ୍ଛେଦ କରାଯିବ  ।