Photograph: (Kanak News)
କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ବୈଠକରେ ଆସନ୍ତା ମାର୍ଚ୍ଚ ମାସ ୨ ତାରିଖରେ ମେଣ୍ଢାପୋଡି ଏବଂ ଆସନ୍ତା ୩ ତାରିଖରେ ଦୋଳପୂର୍ଣ୍ନିମା ନୀତି ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବ । ୩ ତାରିଖରେ ଦୋଳପୂର୍ଣ୍ନିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।
ଦୋଳପୂର୍ଣ୍ନିମା ଦିନ ସକାଳ ୬ଟା ୮ ପରେ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ବିଳମ୍ବିତ ରାତିରୁ ଶ୍ରୀମନ୍ଦିର ଦ୍ୱାରଫିଟା ଯିବ । ତେଣୁ ଦୋଳପୂର୍ଣ୍ନିମା ପୂର୍ବଦିନ କେତେଟାରେ ଦ୍ୱାରଫିଟା କରାଯାଇ ନୀତି ବଢିବ ସେନେଇ ଯୁଗ୍ମ ବୈଠକରେ ବିସ୍ତୃତ ଆଲୋଚନା କରାଯିବ । ସେପଟେ ଦୋଳପୂର୍ଣ୍ନିମାରେ ଦିନ ପରିବର୍ତ୍ତେ ରାତିରେ ମହାପ୍ରଭୁଙ୍କ ସୁନାବେଶ, ଦୋଳବେଦୀକୁ ଦିଅଁ ବିଜେ ନୀତି ଥିବାରୁ ବୈଠକରେ ସମୟସୀମା ଚୂଡାନ୍ତ କରାଯିବ ।
ଅଧିକ ପଢନ୍ତୁ : ଶ୍ରୀମନ୍ଦିରରେ ରାଷ୍ଟ୍ରପତି, ମହାପ୍ରଭୁଙ୍କ କଲେ ଦର୍ଶନ
ଅନ୍ୟପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଖୁବଶୀଘ୍ର ଅଳଙ୍କାର ଗଣତିମଣତି ହେବାକୁ ଥିବାବେଳେ ଏହା ଉପରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା କରାଯିବ । ବୈଠକରେ ଛତିଶାନିଯୋଗର ମହାନାୟକ,ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ,ଏସପି, ସମସ୍ତ ନିଯୋଗର ସେବାୟତ ପ୍ରତିନିଧି, ଶ୍ରୀମନ୍ଦିର ନୀତି ପ୍ରଶାସକ ଏବଂ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ ।
Follow Us