କନକ ବ୍ୟୁରୋ : ଶ୍ରୀମନ୍ଦିରରେ କେମିତି ଶୃଙ୍ଖଳିତ ହେବ ଦର୍ଶନ ସେନେଇ ମାନସମନ୍ଥନ କରୁଛି ଶ୍ରୀମନ୍ଦିର ପ୍ରଶାସନ । ଏବେ ଧାଡ଼ି ଦର୍ଶନ ପାଇଁ ଏସ୍ଓପି ପ୍ରସ୍ତୁତ ହେଉଥିବା ବେଳେ ପ୍ରୋଟୋକଲ ଦର୍ଶନ ପାଇଁ ବି କରାଯିବ ଏସ୍ଓପି । କେଉଁମାନେ ପାଇବେ ପ୍ରୋଟୋକଲ ଦର୍ଶନ ତାକୁ ନେଇ ଚିହ୍ନଟ ପକ୍ରିୟା ବି ଆରମ୍ଭ ହୋଇଛି ।
ଜଗା ଦର୍ଶନ ପାଇଁ ଯନ୍ତ୍ରଣାରେ ଛଟପଟ ଭକ୍ତ । ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଫସି ରହିବା ପରେ ମିଳୁଛି ଦର୍ଶନ ସୁଯୋଗ । କୌଣସି ବିଶିଷ୍ଟ ବ୍ୟକ୍ତି ଆସିଲେ ମିଳୁଛି ସ୍ୱତନ୍ତ୍ର ଦର୍ଶନ ସୁବିଧା । ପୂର୍ବରୁ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ନେତା, ବିଚାରପତି ପ୍ରମୁଖଙ୍କୁ ମିଳୁଥିଲା ପ୍ରୋଟୋକଲ୍ ଦର୍ଶନ ସୁବିଧା । ଏହାକୁ ଦେଖି ସମସ୍ତ ଅଧିକାରୀ ଏହି ସୁବିଧା ନେବାକୁ ଚାହିଲେ। ଯେଉଁମାନେ ଯୋଗ୍ୟ ନୁହନ୍ତି, ସେମାନେ ଏହି ସୁବିଧା ପାଇଲେ । ଏଣୁ ଏ ପ୍ରୋଟୋକଲ୍ ଦର୍ଶନ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଗୋଳିଆ ହୋଇଯାଇଛି । ଫଳରେ ଅନେକ ସମୟରେ ଦେଖିବାକୁ ମିଳୁଛି ବିଶୃଙ୍ଖଳା । ତେଣୁ ଏବେ ‘ପ୍ରୋଟୋକଲ ଦର୍ଶନ’ରେ କଟକଣା ଆଣିବା ପାଇଁ ଏକ ଏସ୍ଓପି ପ୍ରସ୍ତୁତ ହେଉଥିବା ମୁଖ୍ୟ ପ୍ରଶାସକ କହିଛନ୍ତି ।
ଅଧିକ ପଢ଼ନ୍ତୁ : ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥାରେ ତ୍ରୁଟି ; ଆଇନ ମନ୍ତ୍ରୀ କହିଲେ, ଖୁବଶୀଘ୍ର କରାଯିବ ସମାଧାନ
ବର୍ତ୍ତମାନ ସମୟରେ ଶ୍ରୀମନ୍ଦିରରେ ଏଭଳି ସ୍ଥିତି ହେଉଛି, ସାଧାରଣ ଦର୍ଶନ ପାଇଁ ଦର୍ଶକଙ୍କ ଧାଡ଼ି ଯେତିକି ଲମ୍ବା ପ୍ରୋଟୋକଲ୍ ଦର୍ଶନ ପାଇଁ ଧାଡ଼ି ବି ସେତିକି ଲମ୍ବା ହୋଇଯାଉଛି । ଏବେ ଯେଉଁ ଏସ୍ଓପି ପ୍ରସ୍ତୁତ ହେବ ତାହା ସର୍ବସାଧାରଣ କରାଯାଉ । କେଉଁମାନେ ଭିଆଇପି ବା ପ୍ରୋଟୋକଲ ଦର୍ଶନ ପାଇବେ ତାହା ସମସ୍ତେ ଜାଣନ୍ତୁ ବୋଲି କହିଛନ୍ତି ବୁଦ୍ଧିଜୀବୀ । ଜିଲ୍ଲାପାଳ ଓ ଏସ୍ପିଙ୍କ ପରାମର୍ଶକ୍ରମେ ଏହାକୁ ଚୂଡ଼ାନ୍ତ କରାଯାଉଛି । ଆଗକୁ ଏ ସମସ୍ୟା ହେବ ନା ନାହିଁ ତା ଉପରେ ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/07/puri-2026-01-07-18-49-13.jpg)