କନକ ବ୍ୟୁରୋ : ଏବେ ସାରା ବିଶ୍ବରେ ଚହଳ ପକାଇଛି AI । ସଫଳତା ଯେତିକି ବିପଦକୁ ସେତିକି ନିମନ୍ତ୍ରଣ କରୁଛି AI  ।  ଏବେ ChatGPT  କମ୍ପାନି ଏଭଳି ୮ଟି ମାମଲାରେ ଫସିଛି , ଯେଉଁଥିରେ ରହିଛି ହତ୍ୟା ଓ ଆତ୍ମହତ୍ୟାର ସାଂଘାତିକ ଅଭିଯୋଗ । ୫୬ ବର୍ଷୀୟ ପୁଅ ୮୩ ବର୍ଷୀୟ ମାଆଙ୍କୁ ନିର୍ମମ ଭାବରେ ପିଟିଲା । ଏହାପରେ ଗଳାଚିପି ହତ୍ୟା କଲା । ଏତିକିରେ ରାଗ ଥମିଲାନି ଯେ ନିକୁ ଛୁରିଭୁଷି ଆତ୍ମହତ୍ୟା କଲା । ଆମେରିକା କାଲିଫର୍ଣ୍ଣିଆର ଗୋଟିଏ ପରିବାରରେ ଦୁଇଟି ହତ୍ୟା ଘଟିଛି । ଏ ହତ୍ୟାକାଣ୍ଡ ପାଇଁ ପରିବାର ଲୋକ  ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚାଟବଟ୍ – ଚାଟଜିପିଟିକୁ ଦାୟୀ କରିଛନ୍ତି ।  ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ,  ଚାଟଜିପିଟି ପୁଅକୁ ଏତେ ଭୟଭୀତ ଏବଂ ଉସୁକାଇଥିଲା ଯେ ସେ ପ୍ରଥମେ ତାଙ୍କ ମାଆଙ୍କୁ ହତ୍ୟା କରିଥିଲା ଏବଂ ପରେ ଆତ୍ମହତ୍ୟା କରିଥିଲା । ସମ୍ପକୀୟ ଚାଟ୍ ଜିପିଟି କମ୍ପାନି ଉପରେ ମାମଲା ଦାଏର କରିଛନ୍ତି । 

Advertisment

ସାନ ଫ୍ରାନ୍ସିସ୍କୋର କାଲିଫର୍ନିଆ ସୁପିରିଅର କୋର୍ଟରେ ଦାୟର ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୩ ତାରିଖରେ ଘରେ ୮୩ ବର୍ଷୀୟ ମା' ସୁଜାନ ଆଡାମ୍ସଙ୍କୁ ତାଙ୍କ ୫୬ ବର୍ଷୀୟ ପୁଅ ଷ୍ଟାଇନ-ଏରିକ୍ ସୋଏଲବର୍ଗ ପିଟି ପିଟି ହତ୍ୟା କରିଥିଲେ । ତା'ପରେ ସୋଏଲବର୍ଗ ନିଜକୁ ଛୁରୀରେ ଭୁସି ହତ୍ୟା କରିଥିଲେ। ଜିପିଟି ଚାଟ ମା’ଙ୍କ ସହ ଅନ୍ୟ ସଦସ୍ୟ ମାନଙ୍କ ବିରୋଧରେ ଯାଉଥିବା ଗୁଡ଼େ କଥା ଲେଖିବା ସହ ପୁଅ ଉପରେ ସମସ୍ତେ କଡ଼ା ନଜର ରଖୁଥିବା ଲେଖିଥିଲା । 

ଅଧିକ ପଢ଼ନ୍ତୁ--ପ୍ରେମିକାର ନାଁ ‘AI’ : ଏଆଇ ପ୍ରେମରେ ଅଧା ଅବିବାହିତ

ତେବେ AI ଆତ୍ମହତ୍ୟା ବା ହତ୍ୟା କରିବାକୁ ଉସକାଇବାରେ ଏହା ପ୍ରଥମ ଘଟଣା ନୁହେଁ । ଏହାକୁ ମିଶାଇ ୮ଟି ଆପରାଧିକ ମାମଲାରେ ଘାଣ୍ଟିହେଲାଣି AI । ChatGPT ଏବଂ ଆତ୍ମହତ୍ୟା କିମ୍ବା ହତ୍ୟା ମଧ୍ୟରେ ସମ୍ପର୍କର ଏହା ଏକମାତ୍ର ମାମଲା ନୁହେଁ । ChatGPT ପଛରେ ଥିବା କମ୍ପାନି ଅନ୍ୟ ସାତୋଟି ମାମଲା ମଧ୍ୟ ଲଢ଼ୁଛି ଯାହା ଦାବି କରୁଛି ଯେ ChatGPT ଲୋକମାନଙ୍କୁ ଆତ୍ମହତ୍ୟା ଏବଂ ଜୀବନ ପ୍ରତି ବିପଦପୂର୍ଣ୍ଣ ଭ୍ରମ ଆଡ଼କୁ ଠେଲି ଦେଇଥିଲା, ଯଦିଓ ସେମାନଙ୍କର ପୂର୍ବରୁ କୌଣସି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ନଥିଲା ।

•    ଅଗଷ୍ଟ ମାସରେ, ଆମେରିକାର ଦକ୍ଷିଣ କାଲିଫର୍ନିଆର ୧୬ ବର୍ଷୀୟ ବାଳକ ଆଡାମ ରାଇନର ବାପା, ମା କମ୍ପାନି ବିରୁଦ୍ଧରେ ମାମଲା ରୁଜୁ କରିଥିଲେ, ଚାଟ୍ ଜିପିଟି ତାଙ୍କ ପୁଅକୁ ଆତ୍ମହତ୍ୟା ପାଇଁ ଊସକାଇବା ଅଭିଯୋଗ କରିଥିଲେ । 
•    ନଭେମ୍ବର ମାସରେ, ୨୬ ବର୍ଷୀୟ ଜୋଶୁଆ ଏନନେକିଂଙ୍କ ପରିବାର ବି ଏଭଳି ଅଭିଯୋଗ ଆଣିଥିଲେ । 
ତେବେ  AIର ଏଭଳି ଆପରାଧିକ ଘଟଣା ଏବେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ତେଣୁ ଏହା ଉପରେ ତୀକ୍ଷ୍ନ ନଜର ରଖିବା ଜରୁରି ହୋଇପଡ଼ିଛି ।