ଅବ୍ୟବସ୍ଥିତ ସରକାରୀ ସ୍କୁଲ, ସକାଳ ୧୦ ଟା ନୁହେଁ ଦିନ ୧୨ ଟାରେ ପଡ଼ୁଛି ଉପସ୍ଥାନ

Advertisment

ଅବ୍ୟବସ୍ଥିତ ସରକାରୀ ସ୍କୁଲ । ଦିନ ୧୨ଟା ପରେ ପଡୁଛି ଉପସ୍ଥାନ । ପିଲାମାନେ ମନ ଇଚ୍ଛାରେ ଯିଏ ଯେଉଁ ସମୟରେ ପାରିଲା ଆସୁଛନ୍ତି । ଏ ଚିତ୍ର ଖଲିକୋଟ ବ୍ଲକର ଓଡ଼ିଆ ଆଲପୁର ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ସବୁ ପିଲା ଆସିଲେ ୧୨ଟା ପରେ ଉପସ୍ଥାନ ପଡ଼ିବ ବୋଲି ପ୍ରଧାନଶିକ୍ଷକ କହିଥିବା ସହକାରୀ ଶିକ୍ଷୟିତ୍ରୀ ସ୍କୀକାର କରୁଛନ୍ତି । 

ganjam

କନକ ବ୍ୟୁରୋ : ଏମିତି ବି ସ୍କୁଲ ଅଛି, ଯେଉଁଠି ସକାଳ ୧୦ଟା ନୁହେଁ, ଦିନ ୧୨ଟା ପର୍ଯ୍ୟନ୍ତ  ସ୍କୁଲ ଆସନ୍ତି ପିଲା । ଶିକ୍ଷକ ବି ତାଙ୍କ ଟାଇମରେ ଆସନ୍ତି । ଦିନ ୧୨ଟା ପରେ ପିଲାଙ୍କ ଉପସ୍ଥାନ ପଡେ। କୌଣସି ଉପାନ୍ତ ଅଞ୍ଚଳର ନୁହେଁ,  ଏଭଳି ଘଟଣା ଦେଖିବାକୁ ମିଳିଛି  ଗଞ୍ଜାମ ଖଲିକୋଟ ବ୍ଲକ ଓଡ଼ିଆ ଆଲପୁର ଗାଁରେ ଥିବା ସରକାରୀ ସ୍କୁଲର । 

ଅଧିକ ପଢ଼ନ୍ତୁ :କଟକ ନିଶ୍ଚିନ୍ତକୋଇଲିରେ ମନରେଗାରେ ମହାଦୁର୍ନୀତି, ମେସିନରେ କାମ କରି ଶ୍ରମିକଙ୍କ ନାମରେ ଟଙ୍କା ଲୁଟ୍ !

ଅବ୍ୟବସ୍ଥିତ ସରକାରୀ ସ୍କୁଲ । ଦିନ ୧୨ଟା ପରେ ପଡୁଛି ଉପସ୍ଥାନ । ପିଲାମାନେ ମନ ଇଚ୍ଛାରେ ଯିଏ ଯେଉଁ ସମୟରେ ପାରିଲା ଆସୁଛନ୍ତି । ଏ ଚିତ୍ର ଖଲିକୋଟ ବ୍ଲକର ଓଡ଼ିଆ ଆଲପୁର ଗାଁରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ସବୁ ପିଲା ଆସିଲେ ୧୨ଟା ପରେ ଉପସ୍ଥାନ ପଡ଼ିବ ବୋଲି ପ୍ରଧାନଶିକ୍ଷକ କହିଥିବା ସହକାରୀ ଶିକ୍ଷୟିତ୍ରୀ ସ୍କୀକାର କରୁଛନ୍ତି । 

ଅଧିକ ପଢ଼ନ୍ତୁ :ନୀଳଗିରି ଆଶ୍ରମ ସ୍କୁଲ ହଷ୍ଟେଲରେ ଛାତ୍ରଙ୍କ ଗୋଡ଼ରେ କିଏ ପକାଇଥିଲା ବେଡ଼ି ? ମତ ବଦଳାଇବାକୁ ଅଭିଭାବକଙ୍କ ଉପରେ ପଡ଼ୁଛି କି ଚାପ ?

 ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଯାଏଁ ପଢୁଛନ୍ତି ୧୦୫ ଜଣ ଛାତ୍ରଛାତ୍ରୀ । ଦାୟିତ୍ବରେ ଅଛନ୍ତି ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ । ଶିକ୍ଷକ ମାନଙ୍କ ଯିବା ଆସିବାର ମଧ୍ୟ କିଛି ସମୟ ନଥିବା ଅଭିଯୋଗ ହୁଏ। ସେପଟେ ଯେଉଁଠି ସିମେଣ୍ଟ ବସ୍ତା ରହିଛି ସେଇଠି ଚାଲିଛି ମଧ୍ୟାହ୍ନ ଭୋଜନ ରୋଷେଇ । ସିମେଣ୍ଟ ଗୁଣ୍ଡ ଉଡୁଛି ଆଉ ରୋଷେଇ ଚାଲିଛି । ଦୀର୍ଘ ଦିନ ହେଲା ଠିକାଦାର କାମ କରିବାକୁ ସିମେଣ୍ଟ ଆଣି ରୋଷେଇ ଘର ଭିତରେ ରଖିଛି । ଏମିତି ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ମଧ୍ୟାହ୍ନ ଭୋଜନ ଖାଉଛନ୍ତି କୁନି କୁନି ପିଲା। 

ଅଧିକ ପଢ଼ନ୍ତୁ :ଶିବରାତ୍ରି ପୂର୍ବରୁ ସରିବ ଏକାମ୍ର ପରିକ୍ରମା ପ୍ରକଳ୍ପ

ବିଇଓଙ୍କ କାର୍ଯ୍ୟାଳୟଠାରୁ ମାତ୍ର କିଛି ଦୂରରେ ଥିବା ସ୍କୁଲର ଅବସ୍ଥା ଯଦି ଏମିତି, ତେବେ ଖଲିକୋଟ ବ୍ଲକର ଅନ୍ୟ ସରକାରୀ ସ୍କୁଲ ଗୁଡିକ କେମିତି ଚାଲୁଥିବ, ତାହା ନକହିବା ଭଲ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe