କନକ ବ୍ୟୁରୋ: ବାୟୁ ପ୍ରଦୂଷଣ ପାଇଁ ବିଗୁଡୁଛି ଦିଲ୍ଲୀର ସ୍ଥିତି । ବାୟୁ ପ୍ରଦୂଷଣର ସବୁଠୁ ଖରାପ ସ୍ଥିତିରେ ପହଞ୍ଚିଛି ଦିଲ୍ଲୀ । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀ ଏନସିଆରରେ ଗ୍ରାପ୍-୪ ଲଗାଯାଇଛି । ଶନିବାର ଅଧିକାଂଶ ସ୍ଥାନରେ ଏୟାର ଇଣ୍ଡେକ୍ସ କ୍ବାଲିଟି ୪ଶହ ଟପିବା ସହ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇରହିଛି ପୂରା ଦିଲ୍ଲୀ । ଏହି ଗ୍ରାପ୍-୪ ଲାଗୁ ହେବାର ଅର୍ଥ ହେଉଛି, ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେଉଛି । ଆଜି ସକାଳୁ ରାଜଧାନୀର ୨୧ଟି ସ୍ଥାନରେ ଏକ୍ୟୁଆଇ ୪ଶହ ଟପିବା ପରେ ଲାଗୁ କରାଯାଇଛି ଗ୍ରାପ୍-୪। ଏହାଛଡା ବିଭିନ୍ନ କଟକଣା ମଧ୍ୟ ଲଗାଯାଇଛି ।
ଦିଲ୍ଲୀ ଏନସିଆରରେ ଲାଗୁ ହୋଇଛି ଗ୍ରାପ୍-୪
ଏନସିଆରରେ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି
ପଥର କ୍ରସରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ
ଦିଲ୍ଲୀ-ଏନ୍ସିଆର୍ରେ ଭାରିଯାନ ପ୍ରବେଶ ଉପରେ କଟକଣା
ବିଏସ୍-୩ ପେଟ୍ରୋଲ ଓ ବିଏସ୍-୪ ଡିଜେଲ ଗାଡ଼ି ଉପରେ କଟକଣା
ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ ଓ ଗାଜିଆବାଦରେ ଲାଗିଛି କଟକଣା
ଅନାବଶ୍ୟକ ନିର୍ମାଣ, ଖନନ ଉପରେ ରୋକ୍
ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ହାଇବ୍ରିଡ୍ ମୋଡରେ ଚାଲିବ କ୍ଲାସ୍
ଯାହାଦ୍ବାରା କୌଣସି ପିଲାଙ୍କ ପାଇଁ ସ୍କୁଲ ଆସିବା ବାଧ୍ୟତାମୂଳକ ରହିବନି
ସରକାରୀ କାର୍ଯ୍ୟାଳୟରେ ୫୦% ପର୍ୟ୍ୟନ୍ତ ୱାର୍କ ଫ୍ରମ୍ ହୋମ୍
ବାୟୁ ପ୍ରଦୂଷଣ ପାଇଁ ୪ଟି ସ୍ତରରେ ଗ୍ରାପ୍ ଲାଗୁ ହୋଇଥାଏ
ଏକ୍ୟୁଆଇ ସ୍ତର ୪୫୦ ଟପିଲେ ଗ୍ରାପ୍-୪ ଲାଗୁ କରାଯାଇଥାଏ
ବାୟୁ ପ୍ରଦୂଷଣ କମ କରିବାକୁ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଅଧିକ ପଢନ୍ତୁ: ଚିନ୍ତା ବଢାଉଛି ଦିଲ୍ଲୀ ପ୍ରଦୂଷଣ: ଦିପାବଳୀର ୪ ଦିନ ପରେ ବି ବାୟୁର ଗୁଣବତା ମାନକ ୬୦୦ ଉପରେ ରହିଛି, ଯମୁନା ନଦୀ ଜଳ ବି ପାଲଟିଲା ବିଷାକ୍ତ
ପ୍ରତିବର୍ଷ ଶୀତ ଆରମ୍ଭରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୁଏ। ଚଳିତ ବର୍ଷ ମଧ୍ୟ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଆନୁଷ୍ଠାନିକ ତଥ୍ୟ ଅନୁଯାୟୀ, ଦିଲ୍ଲୀର କିଛି ଅଞ୍ଚଳ ଯେପରିକି ଆନନ୍ଦ ବିହାର, RK ପୁରମ, ମୁଣ୍ଡକା ଏବଂ ନୋଏଡା ଭଳି ସ୍ଥାନରେ AQI 450ରୁ ଅଧିକ ରେକର୍ଡ କରାଯାଇଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ। AQI 400ରୁ ଅଧିକ ହେବା ଅର୍ଥ ହେଉଛି ବାୟୁ ଏତେ ବିଷାକ୍ତ ଯେ ଏହା ସୁସ୍ଥ ଲୋକଙ୍କୁ ମଧ୍ୟ ରୋଗଗ୍ରସ୍ତ କରିପାରେ ଏବଂ ଅଣନିଶ୍ୱାସୀ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ହାନିକାରକ ।
ଅଧିକ ପଢନ୍ତୁ : ଦିଲ୍ଲୀ ପ୍ରଦୂଷଣ ଉପରେ ବଡ଼ ଆକ୍ସନ । ୫୦ପ୍ରତିଶତ କର୍ମଚାରୀ କରିବେ ‘ୱାର୍କ ଫ୍ରମ ହୋମ’
ଦିଲ୍ଲୀରେ ଏହି ଭୟଙ୍କର ପ୍ରଦୂଷଣର ଅନେକ କାରଣ ରହିଛି:
ପଡୋଶୀ ରାଜ୍ୟରେ ନଡା ପୋଡା: ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶ ଭଳି ପଡୋଶୀ ରାଜ୍ୟରେ ଫସଲ ଅବଶିଷ୍ଟାଂଶ (ନଡା) ପୋଡିବା ପ୍ରଦୂଷଣର ଏକ ପ୍ରମୁଖ କାରଣ । ଏଥିରୁ ବାହାରୁଥିବା ଧୂଆଁ ପବନ ସହିତ ଦିଲ୍ଲୀରେ ପହଞ୍ଚିଥାଏ ।
ଯାନବାହନ ପ୍ରଦୂଷଣ: ଦିଲ୍ଲୀରେ ବଢୁଥିବା ଯାନବାହନ ସଂଖ୍ୟା ଏବଂ ସେଥିରୁ ନିର୍ଗତ ଧୂଆଁ ବାୟୁ ପ୍ରଦୂଷଣରେ ବହୁତ ବଡ ଭୂମିକା ଗ୍ରହଣ କରେ ।
ଶିଳ୍ପ ପ୍ରଦୂଷଣ: ଶିଳ୍ପ କାରଖାନା ଏବଂ ନିର୍ମାଣ କାର୍ଯ୍ୟରୁ ନିର୍ଗତ ଧୂଳିକଣା ବାୟୁରେ ମିଶି ପ୍ରଦୂଷଣ ବଢାଇଥାଏ ।
ଅନୁକୂଳ ପାଣିପାଗ ପରିସ୍ଥିତି: ଶୀତଦିନେ ପବନର ଗତି କମିଯାଏ ଏବଂ ତାପମାତ୍ରା ହ୍ରାସ ପାଏ, ଯାହା ପ୍ରଦୂଷକ କଣିକାଗୁଡିକୁ ଭୂପୃଷ୍ଠ ନିକଟରେ ରହିବାକୁ ସାହାଯ୍ୟ କରେ ଏବଂ ଧୂଆଁକୁ ତଳକୁ ଠେଲିଦିଏ, ଯାହା ଫଳରେ ଏକ ଧୂଆଁଳିଆ ଆବରଣ ସୃଷ୍ଟି ହୁଏ ।
ଆତସବାଜି: ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀରେ ବାଣ ଫୁଟାଇବା ମଧ୍ୟ ବାୟୁ ପ୍ରଦୂଷଣକୁ ବହୁଗୁଣିତ କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/14/delhi-pollution-2025-12-14-07-52-30.jpg)