ନିଶାମୁକ୍ତି ଅଭିଯାନ ପାଇଁ କେନ୍ଦ୍ର ଦେଉଛି ଅନୁଦାନ ;  ଟଙ୍କା ଖର୍ଚ୍ଚ କରିପାରୁନି ଜିଲ୍ଲା ପ୍ରଶାସନ

Advertisment

ନିଶାମୁକ୍ତ ଅଭିଯାନ ପାଇଁ କେନ୍ଦ୍ର ସରକାର ଦେଇଥିବା ଅନୁଦାନ ରାଶିକୁ ଖର୍ଚ୍ଚ କରିପାରି ନାହାନ୍ତି ଜିଲ୍ଲା ପ୍ରଶାସନ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କେନ୍ଦ୍ର ସରକାର ଦେଇଥିବା ୧୦ ଲକ୍ଷ ଟଙ୍କା ଅନୁଦାନକୁ ଜିଲ୍ଲା ଗୁଡିକ ଖର୍ଚ୍ଚ କରି ନପାରି ଫେରାଇ ଦେଇଛନ୍ତି ।

ନିଶାମୁକ୍ତ ଅଭିଯାନ ପାଇଁ କେନ୍ଦ୍ର ସରକାର ଦେଇଥିବା ଅନୁଦାନ ରାଶିକୁ ଖର୍ଚ୍ଚ କରିପାରି ନାହାନ୍ତି ଜିଲ୍ଲା ପ୍ରଶାସନ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କେନ୍ଦ୍ର ସରକାର ଦେଇଥିବା ୧୦ ଲକ୍ଷ ଟଙ୍କା ଅନୁଦାନକୁ ଜିଲ୍ଲା ଗୁଡିକ ଖର୍ଚ୍ଚ କରି ନପାରି ଫେରାଇ ଦେଇଛନ୍ତି ।

Odisha

Odisha Photograph: (kanak news)

କନକ ବ୍ୟୁରୋ : ନିଶାମୁକ୍ତ ଜିଲ୍ଲା କରିବା ପାଇଁ ଜିଲ୍ଲା ଗୁଡିକର ନାହିଁ ଆନ୍ତରିକତା । ନିଶାମୁକ୍ତ ଅଭିଯାନ ପାଇଁ କେନ୍ଦ୍ର ସରକାର ଦେଇଥିବା ଅନୁଦାନ ରାଶିକୁ ଖର୍ଚ୍ଚ କରିପାରି ନାହାନ୍ତି ଜିଲ୍ଲା ପ୍ରଶାସନ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କେନ୍ଦ୍ର ସରକାର ଦେଇଥିବା ୧୦ ଲକ୍ଷ ଟଙ୍କା ଅନୁଦାନକୁ ଜିଲ୍ଲା ଗୁଡିକ ଖର୍ଚ୍ଚ କରି ନପାରି ଫେରାଇ ଦେଇଛନ୍ତି । ଜିଲ୍ଲାକୁ ନିଶାମୁକ୍ତ କରିବା ପାଇଁ ଭାରତ ରାଜକୋଷରୁ  ୧୦ଲକ୍ଷ ଟଙ୍କା ଅନୁଗୁଳ ଜିଲ୍ଲା ପାଇଥିଲେ ବି ଟଙ୍କାଟିଏ ବି ଖର୍ଚ୍ଚ କରିପାରିନି । ସମସ୍ତ ଟଙ୍କା ଫେରସ୍ତ ହୋଇଯାଇଛି । ସେହିଭଳି, ପୁରୀ ଜିଲ୍ଲା ୧୦ ଲକ୍ଷ ଟଙ୍କାରୁ ଖର୍ଚ୍ଚ କରିଛି ମାତ୍ର ୧୧ ହଜାର ୯୦୦ ଟଙ୍କା । ସେହିପରି ଗଜପତି ଜିଲ୍ଲା ୧୦ ଲକ୍ଷରୁ ଖର୍ଚ୍ଚ କରିଛି ୫ ଲକ୍ଷ । ପରିଚାଳିତ ନିଶାମୁକ୍ତ ଭାରତ ଅଭିଯାନ ଅଗଷ୍ଟ ୧୫, ୨୦୨୦ରୁ ଆରମ୍ଭ ହୋଇଥିଲା । 

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ ଗୋଟି ଜିଲ୍ଲା ଯଥା ଅନୁଗୁଳ, ବୌଦ୍ଧ, ଗଜପତି, କନ୍ଧମାଳ, ମାଲକାନଗିରି, ରାୟଗଡା, କଟକ, ଦେବଗଡ, ସମ୍ବଲପୁର ଓ ପୁରୀକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଉପରୋକ୍ତ ଜିଲ୍ଲା ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ । ଏହି ମଧ୍ୟରୁ ୭ଟି ଜିଲ୍ଲା ତଥା ଅନୁଗୁଳ, ବୌଦ୍ଧ, ଗଜପତି, କନ୍ଧମାଳ, ମାଲକାନଗିରି, ରାୟଗଡା, ଓ ପୁରୀକୁ ସିଧାସଳଖ ଭାବେ କେନ୍ଦ୍ରର ଅନୁଦାନ ପ୍ରଦାନ କରାଯାଇଥିଲା । ପୁନଃ ନିଶାମୁକ୍ତ ଭାରତ ଅଭିଯାନର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ଅଗଷ୍ଟ ୧୫, ୨୦୨୩ ମସିହାରେ ନିଶା ମୁକ୍ତ ଭାରତ ଅଭିଯାନ ୨.୦ ଆରମ୍ଭ କରାଯାଇଥିଲା । ନିଶା ମୁକ୍ତ ଭାରତ ଅଭିଯାନ ୨.୦ ଅନ୍ତର୍ଗତ ରାଜ୍ୟର ବାକି ୨୦ ଗୋଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଗଲା । 

ଅଧିକ ପଢ଼ନ୍ତୁ--ଭିଜିଲାନ୍ସ ଜାଲରେ ରେଞ୍ଜ୍‌ର ଫରେଷ୍ଟର ; ଲାଞ୍ଚ ନେବାବେଳେ ଧରାପଡ଼ିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe