କନକ ବ୍ୟୁରୋ: ରାଜ୍ୟରେ ଧଳା ଜହର ସାଙ୍ଗକୁ ବଢୁଛି ଗଂଜେଇ ଚାହିଦା । ବିନା ଭୟରେ ଚାଲିଛି ବେଆଇନ ନିଶା କାରବାର । ସିଣ୍ଡିକେଟ ଉପରେ ଲଗାମ ଲଗାଯାଇପାରୁନାହିଁ । ସେଣ୍ଟ୍ରାଲ ରେଞ୍ଜରୁ ଯେଉଁ ତଥ୍ୟ ଆସିଛି ତାହା ଚିନ୍ତା ବଢାଇଲା ଭଳି । 

Advertisment

ରାଜ୍ୟରେ ମାଡିଗଲାଣି ନିଶାଦ୍ରବ୍ୟ କାରବାର । ଗୋଟିଏ କି ଦୁଇଟି ନୁହେଁ, ପ୍ରତି ଜିଲ୍ଲାରେ ବେଧଡ଼କ ଚାଲୁଛି ବ୍ରାଉନ ସୁଗାର ଓ ଗଂଜେଇ କାରବାର । ନିଶା ମାଫିଆଙ୍କର ପୋଲିସ କିମ୍ବା ଅବକାରୀ ବିଭାଗ ପ୍ରତି ଡର ଭୟ ନାହିଁ । ପୁଲିସ ସେଣ୍ଟ୍ରାଲ ରେଞ୍ଜରୁ ମିଳିଥିବା ତଥ୍ୟ ଅନୁସାରେ,

ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଓ ଯାଜପୁରରୁ ଜବତ ହେଲାଣି ୪ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ ସୁଗାର 
କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ଯାହାର ମୂଲ୍ୟ ୭୨ ଲକ୍ଷ ଟଙ୍କାରୁ ଅଧିକ 

ଅଧିକ ପଢ଼ନ୍ତୁ... ଗାଁରେ ଆସୁନି ନେଟ୍‌ୱର୍କ, ଇ-କେୱାଇସି ପାଇଁ ଦହଗଞ୍ଜ

ଏହି ତଥ୍ୟ କେବଳ ସେଣ୍ଟ୍ରାଲ ରେଞ୍ଜ ଅଧୀନରେ ଆସୁଥିବା ୭ ଜିଲ୍ଲାର । ଯଦି ଅନ୍ୟ ରେଞ୍ଜର ତଥ୍ୟକୁ ମିଶାଇ ଦିଆଯାଏ ତେବେ ଏହାର ପରିମାଣ ଢ଼େର ଅଧିକ ହେବ। 

ବ୍ରାଉନସୁଗାରରେ ଖୋର୍ଦ୍ଧା ଆଗରେ ଓ ଗଞ୍ଜେଇରେ ନୟାଗଡ ଆଗରେ ରହିଛି । ଚଳିତବର୍ଷର ଅକ୍ଟୋବର ସୁଦ୍ଧା ତଥ୍ୟ କହୁଛି

- ଖୋର୍ଦ୍ଧାରେ ସର୍ବାଧିକ ୨୫ ମାମଲା ସହ ଏକ କେଜି ୬୧୬ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ  
- ଜଗତସିଂହପୁର ଦ୍ବିତୀୟ ଓ ପୁରୀ ତୃତୀୟରେ  
- ନୟାଗଡ଼ରେ ୨୯ ମାମଲା ସହ ୭୧୬ କେଜିରୁ ଅଧିକ ଗଞ୍ଜେଇ ମିଳିଛି
- କଟକ ଦ୍ବିତୀୟ ଓ ଖୋର୍ଦ୍ଧା ତୃତୀୟ ସ୍ଥାନରେ   

ଏହାଛଡା ମାଲକାନଗିରି,କନ୍ଧମାଳ ଓ ଅନ୍ୟ ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡିକରେ ଗଞ୍ଜେଇ ଚାଷ ଓ କାରବାର ପୁଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି। 
ନିଶା ପାଇଁ ବଢୁଛି ଅପରାଧ । ଅପରାଧ ସହ ଅପରାଧୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ପ୍ରଶ୍ନ ଉଠୁଛି, 

-କେବେ ଲାଗିବ ନିଶା କାରବାର ଉପରେ ଲଗାମ ?
-ନିଶା କାରବାର ସିଣ୍ଡିକେଟ୍‌କୁ କିଏ ଦେଉଛି ପ୍ରୋତ୍ସାହନ ?