କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଫରେଷ୍ଟର । ବ୍ରଜରାଜନଗର ରେଞ୍ଜ୍ର ଫରେଷ୍ଟର ଗୌରାଙ୍ଗ ସାହୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ରେଞ୍ଜ ଅନ୍ତର୍ଗତ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଶ୍ରୀ ଗୌରାଙ୍ଗ ସାହୁ ଜଣେ ବ୍ୟକ୍ତିଙ୍କ ଠାରୁ ତାଙ୍କ ଜମିରୁ ଶୁଖିଲା ଗଛ କାଟିବା ଓ ପରିବହନ କରିବା ଅନୁମତି ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
ଭିଜିଲାନ୍ସର ଏକ ଟିମ୍ କାର୍ଯ୍ୟାଳୟ ପରିସରରେ ଜମି ମାଲିକଙ୍କ ଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଫରେଷ୍ଟର ଶ୍ରୀ ସାହୁଙ୍କୁ ଗିରଫ କରିଛନ୍ତି । ତେବେ ରେଞ୍ଜର ଭିଜିଲାନ୍ସ ଟିମ୍କୁ ଦେଖି ଘଟଣାସ୍ଥଳରୁ ଖସିପଳାଇବାକୁ ଉଦ୍ୟମ କରିଥିଲେ । ଲାଞ୍ଚ ଟଙ୍କା ସହ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଭିଜିଲାନ୍ସ ଟିମ୍ ।
ଅଧିକ ପଢ଼ନ୍ତୁ--ଏହିସବୁ ରାଶିରେ ବୃହସ୍ପତି ଚଳନ; ଜାଣନ୍ତୁ କାହାକୁ ଶୁଭ, କାହାକୁ କ୍ଷତି..
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/05/forester-2025-12-05-15-58-12.png)