କନକ ବ୍ୟୁରୋ: ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଏବେ ଆଉ କ୍ଷମା ନାହିଁ । ଚାଲାଣ କଟିବାର ୪୫ ଦିନ ଭିତରେ ଜରିମାନା ଦେବା ବାଧ୍ୟତାମୂଳକ । ଜରିମାନା ପୈଠ ନକଲେ ମିଳିବନି ମୋଟରଯାନ ସେବା । ଗୋଟିଏ ବର୍ଷରେ ୫ରୁ ଅଧିକ ଚାଲାଣ କଟିଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ। ମୋଟରଯାନ ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରି ମୋଟରଯାନ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଚାଲାଣର ଅଭିଯୋଗ ଫୈସଲା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି । ଚାଲାଣ କାଟିଥିବା ସମ୍ପୃକ୍ତ ଅଧିକାରୀ ୩୦ ଦିନ ମଧ୍ୟରେ ଫୈସଲା କରିବା ବାଧ୍ୟତାମୂଳକ କରାଯାଇଛି ।
ଅଧିକ ପଢନ୍ତୁ: ବିନା ଟେଷ୍ଟରେ ଟଙ୍କା ଦେଲେ ମିଳିଯାଉଛି ଡ୍ରାଇଭିଂ ଲାଇସେନ୍ସ, ଫେକ୍ ଆଫିଡେବିଟର ନିଆଯାଉଛି ସାହାରା
ଫୈସଲା କରାନଗଲେ ଚାଲାଣକୁ ଭୂଲ ଭାବେ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି । Central Motor Vehicles ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ ୧୬୭ ଏବଂ ୧୬୭(ଏ)ରେ ବଡ଼ ସଂଶୋଧନ ଅଣାଯାଇଛି । ଚାଲାନ୍ ଦେୟ ନ ଦେଲେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ରେଜିଷ୍ଟ୍ରେସନ୍ସ ଅଟକିଯିବ। । ଏନେଇ ଆଜି ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ହୋଇଛି । ଏହି ନିୟମ ଅନୁସାରେ,୧ ଜାନୁଆରୀ ୨୦୨୬ଠାରୁ ଏକ ବର୍ଷ ମଧ୍ୟରେ ଯଦି କେହି ୫ଟି କିମ୍ବା ଅଧିକ ଟ୍ରାଫିକ୍ ଅପରାଧ କରନ୍ତି, ତେବେ ସେ ବ୍ୟକ୍ତିଙ୍କୁ ନିୟମିତ ଅପରାଧୀ ଭାବେ ଗଣାଯିବ । ନୂଆ ନିୟମ ଅନୁସାରେ, ପୋଲିସ କିମ୍ବା ଅଧିକୃତ ଅଧିକାରୀ ଦୁଇଭଳି ଭାବେ ଚାଲାନ୍ ଜାରି କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/22/motor-vehicle-act-2026-01-22-07-42-26.jpg)