କନକ ବ୍ୟୁରୋ : ନା ପ୍ରାକ୍ଟିକାଲ ଟେଷ୍ଟ , ନା କମ୍ପ୍ୟୁଟର ଟେଷ୍ଟ କିଛି ବି ଦରକାର ନାହିଁ । ଟଙ୍କା ଦେଲେ ତିଆରି ହୋଇଯାଉଛି ଡ୍ରାଇଭିଂ ଲାଇସେନ୍ସ । ଫେକ ଆଫିଡେବିଟର ନିଆଯାଉଛି ସହାୟତା । ହେଲେ ଏହା ହେଉଛି ଓଡିଶା ନୁହଁ ଛତିଶଗଡ଼ରେ । ଆଉ ସେଠାରେ ଫେକ ଲାଇସନ୍ସ ହାସଲ କରୁଛନ୍ତି ଓଡିଶା ଲୋକ। ଏହି ଦୁର୍ନୀତିର ପର୍ଦ୍ଦାଫାସ କରିଛି କନକ ନ୍ୟୁଜ ।
ଡ୍ରାଇଭିଂ ଲାଇସେନ୍ସର ଆନ୍ତଃରାଜ୍ୟ ଦୁର୍ନୀତି । କନକ ନ୍ୟୁଜ ହାତରେ ଲାଗିଛି ଏହି ମହାଦୁର୍ନୀତିର ଚିଠା । ଓଡ଼ିଶାରେ ଡିଏଲ ପାଇଁ ଟେଷ୍ଟ ଦେଇ ଫେଲ୍ ହୋଇଥିବା ଲୋକଙ୍କ ଠାରୁ ଟଙ୍କା ନେଇ ଛତିଶଗଡ଼ରୁ ଡିଏଲ କରାଇ ଦେଉଛନ୍ତି ଦଲାଲ । ଆଉ ଏହାର ହବ ପାଲଟିଛି ଛତିଶଗଡ଼ର ରାୟଗଡ଼ ଜିଲ୍ଲା ପରିବହନ କାର୍ଯ୍ୟାଳୟ । କେମିତି ହେଉଛି ଠକେଇ? ଆଫିଡେବିଟ୍ ବଳରେ ଓଡ଼ିଶା ଲୋକଙ୍କୁ ଛତିଶଗଡ଼ ବାସିନ୍ଦା ଦର୍ଶାଯାଉଛି । ଟଙ୍କା ନେଇ ରାୟଗଡ଼ ଜିଲ୍ଲା ପରିବହନ କାର୍ଯ୍ୟାଳୟର ଅସାଧୁ କର୍ମଚାରୀଙ୍କୁ ହାତ କରି ବିନା ଟେଷ୍ଟରେ ଡିଏଲ ଜାରି କରାଯାଉଛି । ଡିଏଲ ପାଇଁ ରେଟଚାର୍ଟ ବି ରହିଛି । ଦୁଇ ଚକିଆ - ୫ ହଜାର, ଚାରି ଚକିଆ- ୧୨ ହଜାର ଓ ହେଭି ଲାଇସେନ୍ସ ପାଇଁ ୪୦ ହଜାର ଟଙ୍କା ଗଣିବାକୁ ପଡ଼ୁଛି ।
ଲାଇସେନ୍ସ ପାଇଲା ପରେ ଓଡିଶାର ଆରଟିଓ କାର୍ଯ୍ୟାଳୟରେ ଠିକଣା ବଦଳାଇବାକୁ ଆବେଦନ କରି ଓଡିଶାର ଲାଇସେନ୍ସ ହାତେଇ ନେଉଛନ୍ତି । ଓଡ଼ିଶାରେ ଡିଏଲ ଟେଷ୍ଟିଂ ଟ୍ରାକରେ ଏଆଇ କ୍ୟାମେରା ଲାଗିଥିବାରୁ ବହୁ ଲୋକ ଫେଲ୍ ହୋଇ ଲାଇସେନ୍ସ ପାଇପାରୁ ନାହାନ୍ତି । ତେଣୁ ଚୋରାବାଟ ଆପଣେଇ ଲୋକ ଛତିଶଗଡ଼ ମୁହାଁ ହେଉଛନ୍ତି । ଏନେଇ ସୁନ୍ଦରଗଡ଼ ଆରଟିଓ କହିଛନ୍ତି ଛତିଶଗଡ଼ ଡିଏଲର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।
ମାଟିରେ ମିଶିଲା ଅଧା ବସ୍ତି: ଭୁବନେଶ୍ବର ସାଲିଆ ସାହିରେ ଉଚ୍ଛେଦ ପରେ ଭିଟାମାଟି ଅଭିମୁଖେ ଅଯୋଗ୍ୟ ହିତାଧିକାରୀ
ପ୍ରଶ୍ନ ଉଠୁଛି, ଗାଡି ଚଳାଇ ଜାଣିନଥିବା ଲୋକଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେଇ ଦୁର୍ଘଟଣାକୁ ନିମନ୍ତ୍ରଣ କରାଯାଉନି କି ? ସୁନ୍ଦରଗଡ଼ରେ ସବୁଠାରୁ ଅଧିକ ଦୁର୍ଘଟଣା ପଛର ଏହା କାରଣ ନୁହେଁ ତ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/21/dl-2025-11-21-20-10-07.jpg)