MGNREGA ବନ୍ଦ ହେବ? ଗ୍ରାମୀଣ ରୋଜଗାର ପାଇଁ ନୂଆ ଆଇନ ଆଣିବାକୁ ସରକାରଙ୍କ ପ୍ରସ୍ତାବ

Advertisment

ଗ୍ରାମୀଣ ରୋଜଗାର ପାଇଁ ନୂଆ ଆଇନ ଆଣିବାକୁ ସରକାରଙ୍କ ପ୍ରସ୍ତାବ । ସାଂସଦମାନଙ୍କୁ ବଣ୍ଟାଗଲା ବିଲ୍ କପି

ଗ୍ରାମୀଣ ରୋଜଗାର ପାଇଁ ନୂଆ ଆଇନ ଆଣିବାକୁ ସରକାରଙ୍କ ପ୍ରସ୍ତାବ । ସାଂସଦମାନଙ୍କୁ ବଣ୍ଟାଗଲା ବିଲ୍ କପି

MGNREGA

MGNREGA Photograph: (KanakNews)

କନକ ବ୍ୟୁରୋ: କେନ୍ଦ୍ର ସରକାର ଦେଶର ଗ୍ରାମୀଣ ରୋଜଗାର ବ୍ୟବସ୍ଥାରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଦୀର୍ଘ ବର୍ଷ ଧରି ଗ୍ରାମୀଣ ଗରିବ ଓ ଶ୍ରମିକ ପରିବାରଙ୍କ ପାଇଁ ଜୀବନରେଖା ଭାବରେ ଚାଲୁଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତତା ଆଇନ (MGNREGA) କୁ ବନ୍ଦ କରି, ତାହାର ସ୍ଥାନରେ ଏକ ନୂଆ ଗ୍ରାମୀଣ ରୋଜଗାର ଆଇନ ଆଣିବା ପ୍ରସ୍ତାବ ତୟାରି କରାଯାଇଛି । ଏହି ସମ୍ବନ୍ଧୀୟ ପ୍ରସ୍ତାବିତ ବିଲ୍‌ର କପି ସରକାର ଦ୍ୱାରା ସାଂସଦମାନଙ୍କୁ ବଣ୍ଟାଯାଇଥିବା ସୂଚନା ମିଳିଛି । ଏହି ନୂତନ ଆଇନକୁ 'ବିକଶିତ ଭାରତ - ନିଯୁକ୍ତି ଏବଂ ଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି (ଗ୍ରାମୀଣ) ବିଲ୍, ୨୦୨୫' ବୋଲି କୁହାଯିବ। ଏହି ବିଲ୍ ଏକ ଗ୍ରାମୀଣ ବିକାଶ ଢାଞ୍ଚା ସ୍ଥାପନ କରିବାର ଲକ୍ଷ୍ୟ ରଖିଛି ଯାହା ବିକଶିତ ଭାରତ ୨୦୪୭ ର ଜାତୀୟ ଦୃଷ୍ଟିକୋଣ ସହିତ ସମାନ ।

ଅଧିକ ପଢନ୍ତୁ: ବିହାର ପାଇଁ ବଡ଼ ଘୋଷଣା, ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ପ୍ରତିମାସରେ ୭୫ ଲକ୍ଷ ମହିଳାଙ୍କ ଖାତାକୁ ଯିବ ୧୦ ହଜାର ଲେଖାଏଁ ଟଙ୍କା

ସରକାରୀ ସୂତ୍ର ଅନୁଯାୟୀ, ନୂଆ ବିଲ୍‌ର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳରେ କେବଳ ଦିନମଜୁରୀ ଭିତ୍ତିକ କାମ ନୁହେଁ, ବରଂ କୌଶଳ ଆଧାରିତ, ସ୍ଥାୟୀ ଓ ଉତ୍ପାଦନମୂଳକ ରୋଜଗାର ସୃଷ୍ଟି କରିବା। MGNREGA ରେ ପ୍ରତିବର୍ଷ ୧୦୦ ଦିନର କାମ ଗ୍ୟାରାଣ୍ଟି ରହିଥିବାବେଳେ, ନୂଆ ଆଇନରେ ଗ୍ରାମୀଣ ଅର୍ଥନୀତିକୁ ସ୍ୱାବଳମ୍ବୀ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ଏବଂ ଏହି ବିଧେୟକରେ ୧୨୫ ଦିନ  କାମ ଗ୍ୟାରାଣ୍ଟି  ପ୍ରଦାନ କରାଯିବ ।  ବିଲ୍‌ର ଏକ କପି ଲୋକସଭା ସଦସ୍ୟମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି । ସଂସଦରେ ଆଗତ ହେବାକୁ ଥିବା ଏହି ବିଲ୍‌ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (MGNREGA) ୨୦୦୫କୁ ବାତିଲ କରାଯାଇପାରେ । ତେବେ ଏହି ପଦକ୍ଷେପ ଗ୍ରାମୀଣ ନିଯୁକ୍ତି ଏବଂ ଜୀବିକା ସୁରକ୍ଷାରେ ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନକୁ ଚିହ୍ନିତ କରିବ । ପ୍ରସ୍ତାବିତ ବିଲ୍‌ରେ ଗ୍ରାମୀଣ ଯୁବକ-ଯୁବତୀଙ୍କୁ ସ୍କିଲ୍ ଟ୍ରେନିଂ, ସ୍ୱୟଂରୋଜଗାର, ଗ୍ରାମ ଭିତ୍ତିକ ଉଦ୍ୟୋଗ, କୃଷି ସଂପୃକ୍ତ କାର୍ଯ୍ୟ ଓ ସ୍ମଲ୍ ଇଣ୍ଡଷ୍ଟ୍ରିକୁ ରୋଜଗାର ସହ ଯୋଡ଼ିବାର ବ୍ୟବସ୍ଥା ରହିଛି। ସରକାରଙ୍କ ମତରେ, ଏହା ଦ୍ୱାରା ଗ୍ରାମରୁ ସହରକୁ ଅବୈକଳ୍ପିକ ପ୍ରବାସ କମିବ ଏବଂ ଗ୍ରାମୀଣ ଅଞ୍ଚଳରେ ଆର୍ଥିକ ସ୍ଥିରତା ଆସିବ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe