କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଖଉଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ଘୋଷଣା ବଢ଼ିବଢ଼ି ଚାଲିଛି । ଆଜି ବିହାରରେ ମହିଳାଙ୍କୁ ବଡ଼ ଭେଟି ମିଳିଛି, ମୁଖ୍ୟମନ୍ତ୍ରୀ ନୀତିଶ ଏବେ ମହିଳାଙ୍କ ପାଇଁ ବଡ଼ ଯୋଜନା କରିଛନ୍ତି । ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦,୦୦୦ ଟଙ୍କା ପହଞ୍ଚିଛି । ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ କନଫରେନ୍ସରେ ଉଦଘାଟନ୍ କରିଛନ୍ତି । ମୋଦୀ କହିଛନ୍ତି, ‘ନରେନ୍ଦ୍ର ଓ ନୀତୀଶ ଆପଣଙ୍କ ଦୁଇ ଭାଇ। ସେମାନେ ରାଜ୍ୟର ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ବୃଦ୍ଧି କରିବାରେ ସହାୟକ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି, ବିହାରରେ ପୂର୍ବରୁ ଲୁଣ୍ଠନ ସରକାର ସମୟରେ ରାଜ୍ୟରେ ଅନେକ ଭ୍ରଷ୍ଟାଚାର ଓ ଅରାଜକତା ଥିଲା, ଯାହାର ସବୁଠାରୁ ବଡ଼ ପ୍ରଭାବ ମହିଳାମାନଙ୍କ ଉପରେ ପଡ଼ିଥିଲା । ୭୫ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହେବେ।’
ବିହାରରେ ମହିଳାଙ୍କୁ ବଡ଼ ଭେଟି
- ୭୫ ଲକ୍ଷ ମହିଳାଙ୍କୁ ଦିଆଯାଇଛି ୧୦ ହଜାର ଲେଖାଏଁ ଟଙ୍କା
- ୧୮ରୁ ୬୦ ବର୍ଷ ମହିଳା ଯୋଜନାରେ ସାମିଲ
- ଏସ୍ଏଚ୍ଜି ସହ ଜଡ଼ିତ ରହିବା ଜରୁରୀ
- ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମିଳିତ ପ୍ରୟାସରେ ଏହି ଯୋଜନା