କନକବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆରଏସଏସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ବିଶ୍ୱର ସବୁଠାରୁ ବଡ଼ ଏନଜିଓ ବୋଲି ପ୍ରଶଂସା କରିଛନ୍ତି । ମୋଦୀ କହିଛନ୍ତି, ଆରଏସଏସର ୧୦୦ ବର୍ଷର ଇତିହାସ ଉତ୍ସର୍ଗ ଓ ସେବାରେ ପରିପୂର୍ଣ୍ଣ । କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ନେଇ ସମାଜବାଦୀ ପାର୍ଟି ଓ କଂଗ୍ରେସ ତୀବ୍ର ବିରୋଧ ପ୍ରକାଶ କରିଛନ୍ତି । ବିପକ୍ଷ ଦଳମାନେ ଏହାକୁ ରାଜନୈତିକ ଚାଲ ବୋଲି ଅଭିଯୋଗ କରିଛନ୍ତି । ବିରୋଧୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଆରଏସଏସର ଏଜେଣ୍ଡାକୁ ପ୍ରୋତ୍ସାହନ ଦେବାର ଏକ ପ୍ରୟାସ । ସପା ନେତା ଅଖିଳେଶ ଯାଦବ ଓ କଂଗ୍ରେସ ନେତୃତ୍ୱ ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ଆରଏସଏସକୁ ମହିମାମଣ୍ଡିତ କରିବାର ଅଭିଯୋଗ କରିଛନ୍ତି ।
ମୋଦୀଙ୍କ ଘୋଷଣା : ୧ ଲକ୍ଷ କୋଟି ଟଙ୍କାର ବିକଶିତ ଭାରତ ରୋଜଗାର ଯୋଜନା ଆରମ୍ଭ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆରଏସଏସର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ବିଶ୍ୱର ସବୁଠାରୁ ବଡ଼ ଏନଜିଓ ବୋଲି ପ୍ରଶଂସା କରିଛନ୍ତି ।
/kanak/media/media_files/2025/08/15/40-2025-08-15-20-40-43.jpg)